Advertisment

ମମତାଙ୍କ ଉପରେ ବର୍ଷିଲେ, ରାମ ନବମୀ କଥା କହି ୩୫ ସିଟ ମାଗିଲେ ଶାହ

ଆଜି ବେଙ୍ଗଲବାସୀଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ମାଗିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଶୁକ୍ରବାର ୨ଦିନିଆ ବେଙ୍ଗଲ ଗସ୍ତରେ ଆସିଛନ୍ତି।

author-image
Hemant Lenka
Amit Shah

Amit Shah

୨୦୨୪ ଲୋକସଭା ନିର୍ବାଚନରେ ଆମକୁ ୩୫ଟି ଆସନ ଦିଅ। ଆମେ ନିଶ୍ଚିତ ଭାବେ ରାମ ନବମୀ ରାଲିକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ କରି ଦେଖାବୁ। ବିଜେପି ଜିତିବା ପରେ ରାମ ନବମୀ ରାଲି ଉପରେ ଆକ୍ରମଣ କରିବାକୁ କାହାର ସାହାସ ହେବନି। ଆଜି ଏଭଳି ଢଙ୍ଗରେ ବେଙ୍ଗଲବାସୀଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ମାଗିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଶୁକ୍ରବାର ୨ଦିନିଆ ବେଙ୍ଗଲ ଗସ୍ତରେ ଆସିଛନ୍ତି।

Advertisment

ଏହି ଅବସରରେ ବୀରଭୂମିରେ ଗୋଟିଏ ବିଶାଳ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସମ୍ବୋଧନ କରି ଶ୍ରୀ ଶାହ ରାମ ନବମୀ ରାଲି ବେଳେ ବେଙ୍ଗଲରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି।

ସେ କହିଛନ୍ତି, “ବେଙ୍ଗଲରେ କ’ଣ ରାମ ନବମୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇପାରିବନି? କ’ଣ ଶୋଭାଯାତ୍ରାରେ ସାମିଲ ଥିବା ଲୋକଙ୍କ ଉପରେ ହମଲା ହେବ? ଦିଦି(ମମତା ବାନାର୍ଜୀ)ଙ୍କ ଯୋଗୁ ହିଁ ଏସବୁ ଘଟଣା ଘଟିଛି। ଗୋଟିଏ ଥର ରାଜ୍ୟରେ ବିଜେପି ସରକାର ଗଠନ ହେଲେ, ରାମ ନବମୀ ପ୍ରୋସେସନ ଉପରେ ଆକ୍ରମଣ କରିବାକୁ କାହାର ସାହାସ ହେବନି।”

Advertisment

ବୀରଭୂମିରେ ଆୟୋଜିତ ଜନ ସମ୍ପର୍କ ସମାବେଶରେ ଶାହ ଆହୁରି କହିଛନ୍ତି, “ଦିଦିଙ୍କ ଅପରାଧ ବିରୋଧରେ ଲଢ଼ିବାର ଏକମାତ୍ର ମାଧ୍ୟମ ହେଲା ବିଜେପି। ବେଙ୍ଗଲକୁ ଆତଙ୍କ ମୁକ୍ତ କରିବାର ମାଧ୍ୟମ ହେଲା ବିଜେପି। ବେଙ୍ଗଲରେ ଅନୁପ୍ରବେଶ ରୋକିବାର ଏକମାତ୍ର ମାଧ୍ୟ ହେଲା ବିଜେପି। ୨୦୨୪ରେ ଆମକୁ ୩୫ଟି ସିଟ ଦିଅନ୍ତୁ। ୨୦୨୫ର ଆଉ ଆବଶ୍ୟକ ନାହିଁ। ୨୦୨୫ ପୂର୍ବରୁ ମମତା ଦିଦିଙ୍କ ସରକାର ଭୁଶୁଡ଼ି ପଡ଼ିବ।

ଦିଦି ତାଙ୍କ ପୁତୁରାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଆପଣଙ୍କ ପରେ ଯଦି ଆପଣଙ୍କ ପୁତୁରା ମୁଖ୍ୟମନ୍ତ୍ରୀ ହେବେ ବୋଲି ଭାବୁଛନ୍ତି, ତା’ହେଲେ ମମତା ଦିଦି ଏହା କେବଳ ଗୋଟିଏ ସ୍ୱପ୍ନ। ବୀରଭୂମିରୁ ମୁଁ କହିବାକୁ ଚାହୁଁଛି ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ। ଏହାର ଟ୍ରେଲର ୨୦୨୪ରେ ଦେଖାଇବାକୁ ପଡ଼ିବ।

କ’ଣ ମମତା ବାନାର୍ଜୀ ପାକିସ୍ତାନକୁ କଡ଼ା ଜବାବ ଦେଇପାରିବେ? କ’ଣ ମମତା ବାନାର୍ଜୀ କଶ୍ମୀରରେ ଆତଙ୍କବାଦକୁ ରୋକିପାରିବେ। କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ଏହା କରିପାରିବେ। କଂଗ୍ରେସ, ବାମପନ୍ଥୀ, ମମତା ବାନାର୍ଜୀ ସମସ୍ତେ ଦୀର୍ଘ ବର୍ଷ ହେଲା ରାମ ମନ୍ଦିର କାମକୁ ଅଟକାଇ ରଖିଥିଲେ। ପ୍ରଧାନମନ୍ତ୍ରୀ ମୋଦି ହିଁ ଏହାର ଦ୍ୱାର ଖୋଲିଛନ୍ତି।”

ବେଙ୍ଗଲ ଗସ୍ତ ସମୟରେ ଅମିତ ଶାହ ବିଜେପିର ସାଂଗଠନିକ ଶକ୍ତିର ତଦାରଖ କରିବେ। ଆସନ୍ତାମାସରେ ବେଙ୍ଗଲରେ ପଞ୍ଚାୟତ ନିର୍ବାଚନ ହେବ। ତେଣୁ ବିଜେପି ତୃଣମୂଳସ୍ତରରେ ନିଜର ସଂଗଠନକୁ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

Mamata Banerjee West Bengal Amit Shah