Advertisment

ଅମିତ ଶାହ ଫେକ୍ ଭିଡିଓ ମାମଲା: ବନ୍ଧା ହେଲେ ୩ ଜଣ

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଜିଗ୍ନେଶ ମେଓ୍ୱାନୀଙ୍କ ପିଏ ଓ ଜଣେ ଆପ୍‌ ନେତା ଥିବା ପୁଲିସ କହିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Amit Shah

Amit Shah

ଗୃହମନ୍ତ୍ରୀ ଅମିତ ଶାହଙ୍କ ଫେକ୍‌ ଭିଡିଓ ଭାଇରାଲ ମାମଲାରେ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ। ଏହି ମାମଲାରେ ଆଜି ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ତିନି ଜଣ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ସହ ଜଡିତ ଥିବା କୁହାଯାଇଛି।

Advertisment

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଆପ୍‌ ଓ କଂଗ୍ରେସ ସହ ଜଡିତ ଥିବା ତିନି ଜଣଙ୍କୁ ଗିରଫ କରାଯାଇଛି।  ଅହମ୍ମଦାବାଦ ସାଇବର କ୍ରାଇମ ଟିମ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ତିନି ଜଣ ଅଭିଯୁକ୍ତ ମଧ୍ୟରୁ ଦୁଇ ଜଣଙ୍କ ନାଁ ସତୀଶ ବନସୋଲା ଓ ଆର୍‌ ବି ବାରିୟା ବୋଲି ଜଣାପଡିଛି। ସତୀଶ ବନସୋଲା ହେଉଛି କଂଗ୍ରେସ ବିଧାୟକ ଜିଗ୍ନେଶ ମେଓ୍ୱାନିଙ୍କ ପିଏ। ସେ ମେଓ୍ୱାନୀଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପରିଚାଳନା କରୁଥିବାବେଳେ ଆର୍‌ ବି ବାରିୟା ଆମ୍ ଆଦମୀ ପାର୍ଟିର ଦାହୋଡ ଜିଲ୍ଲା ମୁଖ୍ୟ ଅଟନ୍ତି। ଏହି ଦୁଇ ଜଣ ହିଁ ଶାହଙ୍କ ଫେକ୍‌ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ବୋଲି ପୁଲିସ କହିଛି।। 

ଏହାପୂର୍ବରୁ ସୋମବାର ଆସାମ ପୁଲିସ ମଧ୍ୟ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା କହିଥିଲା। ତା'ଠାରୁ ଏକ ଲାପଟପ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ରିତମ ସିଂହ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୂଚନ ଦେଇଥିଲେ।

Advertisment

ଗତକାଲି ଏହି ମାମଲାରେ ଗତକାଲି ଦିଲ୍ଲୀ ପୁଲିସ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ପଚରାଉଚରା କରିବା ପାଇଁ ସମନ ପଠାଇ ସାରିଛି। ତାଙ୍କ ସହ ଅନ୍ୟ କେତେକ କଂଗ୍ରେସ ନେତାଙ୍କୁ ମଧ୍ୟ ସମନ କରି ପଚରାଉଚରା ପାଇଁ ମେ' ୧ ତାରିଖରେ ହାଜର ହେବା ପାଇଁ କୁହାଯାଇଛି।

ଶାହଙ୍କ ଫେକ୍‌ ଭିଡିଓକୁ ନେଇ ବିଜେପି କଂଗ୍ରେସ ବିରୋଧରେ ନର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି। ନିର୍ବାଚନ ପ୍ରକ୍ରିୟାକୁ ଭ୍ରମିତ କରିବା ପାଇଁ କଂଗ୍ରେସ ଜାଣିଶୁଣି ଶାହଙ୍କ ଡିପ୍‌ ଫେକ୍‌ ଭିଡିଓ ଓ ଏଡିଟେଡ୍‌ ଭିଡିଓକୁ ସୋଶାଲ ମିଡିଆରେ ଭାଇରାଲ କରୁଛି। ଏଥିପାଇଁ କାଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଯଦି ଭାରତୀୟ ଜନତା ପାର୍ଟି ସରକାରକୁ ଆସେ ତେବେ ଏସସି / ଏସଟି ସଂରକ୍ଷଣ ବନ୍ଦ କରିବାକୁ ଅମିତ ଶାହା କହୁଥିବା ଦାବି କରାଯାଇଥିଲା। ପରେ ସେୟାର କରାଯାଉଥିବା ଭିଡିଓଟି ଫେକ୍‌ ବୋଲି ସ୍ପଷ୍ଟ ହୋଇଥିଲା। ଶାହଙ୍କ ଭାଷଣକୁ ଏଡିଟ୍‌ କରାଯାଇଥିବା ଜଣାପଡିଥିଲା। ମୂଳ ଭିଡିଓ ୨୦୨୩ତେଲେଙ୍ଗାନାରେ ଦିଆଯାଇଥିବା ଏକ ଭାଷଣର ଥିଲାଳ ଯେଉଁଥିରେ ଗୃହମନ୍ତ୍ରୀ ମୁସଲିମ କୋଟା ରଦ୍ଦ କରିବା ବିଷୟରେ କହିଥିଲେ।

Bjp Congress AAP Amit Shah Fake Video Case 2 Arrest