Advertisment

ଅମିତ ଶାହଙ୍କର ନାହିଁ ନିଜସ୍ୱ କାର୍‌, ପାଖରେ ଅଛି ୨୪ ହଜାର ଟଙ୍କା

କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କର ନିଜର କାର୍‌ ନାହିଁ। କୋଟି କୋଟି ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଥିବା ବେଳେ ନଗଦ ଟଙ୍କା ମାତ୍ର ୨୪ ହଜାର ଅଛି।

Amit Shah

Amit Shah

Advertisment

କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କର ନିଜର କାର୍‌ ନାହିଁ। କୋଟି କୋଟି ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଥିବା ବେଳେ ନଗଦ ଟଙ୍କା ମାତ୍ର ୨୪ ହଜାର ଅଛି। ଗତକାଲି ଗୁଜରାଟର ଗାନ୍ଧୀନଗରରୁ ଅମିତ ଶାହ ନାମାଙ୍କନ ଦାଖଲ କରିଥିବା ବେଳେ ସାମନାକୁ ଆସିଛି ତାଙ୍କ ସତ୍ୟପାଠ ।

Advertisment

ନିଜ ସତ୍ୟପାଠରେ ଅମିତ ଶାହ ଦର୍ଶାଇଛନ୍ତି, ତାଙ୍କ ନିକଟରେ ୨୦ କୋଟି ଟଙ୍କାର ସ୍ଥାବର ଓ ୧୬ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ବାର୍ଷିକ ଆୟ ୨୦୨୨-୨୩ରେ ୭୫.୦୯ ଲକ୍ଷ ଥିଲା ।ଏବେ ବି ତାଙ୍କ ଉପରେ ୧୫.୭୭ ଲକ୍ଷ ଟଙ୍କାର ଲୋନ୍‌ ରହିଛି। ମାତ୍ର ତାଙ୍କ ପାଖରେ କେବଳ ୨୪, ୧୬୪ ଟଙ୍କା ନଗଦ ରାଶି ରହିଛି।

ଅମିତ ଶାହଙ୍କ ନିକଟରେ ୭୨ ଲକ୍ଷ ଟଙ୍କାର ଗହଣା ଥିବା ବେଳେ ସେଥି ମଧ୍ୟରୁ ସେ ସେ ୮. ୭୬ ଲକ୍ଷ ମୂଲ୍ୟର ଅଳଙ୍କାର କିଣିଛନ୍ତି।

Advertisment

ମାତ୍ର ଅମିତ ଶାହଙ୍କ ପତ୍ନୀଙ୍କ ନିକଟରେ ୧.୧୦ କୋଟିର ଗହଣା ରହିଛି। ଯେଉଁଥିରେ ୧୬୨୦ ଗ୍ରାମର ସୁନା ଓ ୬୩ କ୍ୟାରେଟର ହୀରା ଗହଣା ରହିଛି। ଅମିତ ଶାହଙ୍କ ପତ୍ନୀଙ୍କ ବାର୍ଷିକ ଆୟ ୩୯.୫୪ ଲକ୍ଷ ।

ଅମିତ ଶାହ ନିଜେ ଚାଷ କରିବା ସହ ସାମାଜିକ କାର୍ଯ୍ୟକର୍ତ୍ତା ଥିବା ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କ ଆୟର ସ୍ରୋତ ସାଂସଦ ବେତନ, ଘର, ଜମିର ଭଡ଼ା ଆୟ, ଚାଷରୁ ଆସୁଥିବା ଆୟ ଓ ଶେଆର ମାର୍କେଟରୁ ଆସୁଥିବା ରୋଜଗାରକୁ ଦର୍ଶାଇଛନ୍ତି। ତାଙ୍କ ପତ୍ନୀଙ୍କ ନାଁରେ ୨୨.୪୬ କୋଟିର ସ୍ଥାବର ଓ ୯ କୋଟିର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାଁରେ ବି ୨୬.୩୨ ଲକ୍ଷର ଲୋନ୍‌ ରହିଛି।

ନାମାଙ୍କନ ଦାଖଲ ପରେ ଅମିତ ଶାହ କହିଛନ୍ତି ମୁଁ ଏକ ବୁଥ୍‌ କାର୍ଯ୍ୟକର୍ତ୍ତାରୁ ସାଂସଦ ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ମୋଦିଙ୍କ ନେତୃତ୍ୱରେ ବିଜେପି ସମଗ୍ର ଦେଶରେ ଆଖି ଦୃଶିଆ ବହୁତ କାମ କରିଛି। ଜନତା ସବୁବେଳେ ଆମକୁ ଖୁବ୍‌ ଭଲ ପାଇବା ଦେଇଛନ୍ତି।

ଏଥିସହ ସେ କହିଛନ୍ତି, ଗାନ୍ଧୀନଗରରୁ ପ୍ରାର୍ଥୀ ହେବା ମୋ’ ପାଇଁ ସୌଭାଗ୍ୟର ବିଷୟ। କାରଣ ଏହି ଆସନରୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ୬ ଥର ସଂସଦକୁ ନିର୍ବାଚନ ହୋଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏହି ଆସନରୁ ଲଢ଼ି ସାରିଛନ୍ତି ।

ଗୁଜରାଟରେ ଲୋକସଭାର ସମୁଦାୟ ୨୬ ଆସନ ପାଇଁ ଆସନ୍ତା ୭ ତାରିଖରେ ଭୋଟ ଗ୍ରହଣ ହେବ ଓ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ ।

Bjp Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe