Advertisment

ଶାହଙ୍କ ଫେକ୍‌ ଭିଡିଓ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମନ

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୁଲିସ ସମନ କରିଛି। ଆସନ୍ତା ମେ' ୧ ତାରିଖରେ ତାଙ୍କୁ ପଚରାଉଚରା କରିବା ପାଇଁ ଡକାଯାଇଛି। ସାଙ୍ଗରେ ନିଜ ମୋବାଇଲ୍‌ ଆଣି ଆସିବାକୁ ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀଙ୍କୁ କହିଛି।

RevanthReddy Summoned

RevanthReddy Summoned

Advertisment

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଫେକ୍ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ମାମଲାର ଏବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୁଲିସ ସମନ କରିଛି। ଆସନ୍ତା ମେ' ୧ ତାରିଖରେ ତାଙ୍କୁ ପଚରାଉଚରା କରିବା ପାଇଁ ଡକାଯାଇଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନିଜ ମୋବାଇଲ୍‌ ଆଣି ଆସିବାକୁ ମଧ୍ୟ କୁହାଯାଇଛି।

Advertisment

ପ୍ରକୃତରେ ଅମିତ ଶାହଙ୍କ ଭାଷଣର ଏକ ଫେକ୍‌ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଯଦି ଭାରତୀୟ ଜନତା ପାର୍ଟିର ସରକାର ଗଠନ ହୁଏ ତେବେ ଅସାମ୍ବିଧାନିକ ଏସ୍‌ସି, ଏସ୍‌ଟି ଓ ଓବିସି ସଂରକ୍ଷଣକୁ ସମାପ୍ତ କରିଦିଆ ଯିବ ବୋଲି ଏଥିରେ ସେ କହୁଥିବା ନଜର ଆସିଛନ୍ତି। ଶାହଙ୍କ ଏହି ଫେକ୍‌ ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଉପୁଜିଛି।

ସୂଚନା ମୁତାବକ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରେବନ୍ଥ ରେଡ୍ଡୀ ନିଜ ସୋଶାଲ ମିଡିଆ ଆକାଉଣ୍ଟ Xରେ ଅମିତ ଶାହଙ୍କ ଏହି ଫେକ୍‌ ଭିଡିଓକୁ ସେୟାର କରିଥିଲେ। ତାଙ୍କ ସହ ଦଳର ଅନ୍ୟ କିଛି ନେତାମାନେ ମଧ୍ୟ ଏହି ଭିଡିଓକୁ ସେୟାର କରିଥିଲେ। ଏବେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ରେବନ୍ଥଙ୍କୁ ଦିଲ୍ଲୀ ପୁଲିସ ପଚରାଉଚରା କରିବାକୁ ଡକାଇଛି। ଏଥିସହ ତାଙ୍କ ମୋବାଇଲ୍‌ର ମଧ୍ୟ ଯାଞ୍ଚ କରାଯିବ।

Advertisment

ସେପଟେ ଶାହଙ୍କ ଏହି ଫେକ୍‌ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ ହୋଇଛି। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବିୟ, ତେଲଙ୍ଗାନା କଂଗ୍ରେସର ଏକ ଟିମ୍‌ ଅମିତ ଶାହଙ୍କ ଭାଷଣକୁ ବିକୃତ କରି ଏହାର ଫେକ୍‌ ଭିଡିଓ ତିଆରି କରି ଭାଇରାଲ କରୁଛନ୍ତି। ଏଥିଯୋଗୁ ହିଂସା ସୃଷ୍ଟି ହୋଇପାରେ ବୋଲି ସେ ଅଭିଯୋଗ କରିଥିଲେ।

ବିଜେପି ଓ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଭିଯୋଗ ଆଧାରରେ ଦିଲ୍ଲୀ ସାଇବର୍‌ ସେଲ୍‌ର ଆଇଏଫ୍‌ଏସ୍‌ଓ ୟୁନିଟ୍‌ ଆଇଟି ଆକ୍ଟ ଜରିଆରେ ଏଫଆଇଆର୍‌ ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି। ପୁଲିସ କହିବା ମୁତାବକ, ଏହି ମାମଲାରେ ଜଦନ୍ତ ଜାରି ରହିଛି। ଏହି ଫେକ୍‌ ଭିଡିଓର ମୂଳ ଯାଏଁ ପହଞ୍ଚିବା ପାଇଁ ଚେଷ୍ଟା ଚାଲିଛି। ଯେଉଁମାନେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି, ତାଙ୍କୁ ପଚରାଉଚରା କରାଯିବ। ତଦନ୍ତରେ ସାମିଲ ହେବା ପାଇଁ ମଧ୍ୟ ସେମାନଙ୍କୁ ପଠାଯାଇଛି।

Delhi Police Amit Shah Fake Video Revanth Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe