Advertisment

ଗାନ୍ଧିନଗରରୁ ନାମାଙ୍କନ ଦାଖଲ କଲେ ଅମିତ ଶାହ

୨୦୧୭ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଅମିତ ଶାହ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରୁ ସେ ପ୍ରଥମ ଥର ସେ ଗାନ୍ଧିନଗରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ଚଳିତ ଥର ଦ୍ୱିତୀୟ ଥର ପାଇଁ ସେ ଗାନ୍ଧିନଗରରୁ ନାମାଙ୍କନ ଦାଖଲ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Amit Shah

Amit Shah

ଗୁଜରାଟ ଗାନ୍ଧିନଗର ସିଟରୁ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଏହି ଆସନରୁ ଗତ ଥର ନିର୍ବାଚିତ ହୋଇ ସେ ଲୋକସଭାକୁ ଯାଇଥିବା ବେଳେ ଚଳିତ ଥର ବି ସେ  ସମାନ ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। 

Advertisment

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ସଂଖ୍ୟାରେ ବିଜେପି ନେତା ଆଜି ଶାହଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ସେ ଗାନ୍ଧିନଗରରେ ଏକ ବିଶାଳ ରାଲି କରି ଯାଇ ନିଜ ସମର୍ଥକଙ୍କ ଉପସ୍ଥିତିରେ ନୋମିନେସନ୍ ଦାଖଲ କରିଛନ୍ତି।

ଏହି ଆସନରେ ଶାହଙ୍କର ସୋନଲ ପଟେଲଙ୍କ ସହ ଲଢ଼େଇ ହେବ । କଂଗ୍ରେସର ପାର୍ଟି ସେକ୍ରେଟେରୀ ସୋନଲ ପଟେଲ ଗାନ୍ଧିନଗର ସିଟ୍‌ରୁ ନାମାଙ୍କନ ଦାଖଲ କରିଛନ୍ତି। ଗୁଜରାଟରେ ମେ’ ୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷିତ ହେବ ।

Advertisment

୨୦୧୭ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଅମିତ ଶାହ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରୁ ସେ ପ୍ରଥମ ଥର ସେ ଗାନ୍ଧିନଗରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ଚଳିତ ଥର ଦ୍ୱିତୀୟ ଥର ପାଇଁ ସେ ଗାନ୍ଧିନଗରରୁ ନାମାଙ୍କନ ଦାଖଲ କରିଛନ୍ତି।

୧୯୯୧ ମସିହାରୁ ଗାନ୍ଧିନଗର ସିଟ୍ ବିଜେପି ପାଖରେ ରହିଛି। ଏଠାରୁ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇ ସାରିଛନ୍ତି ବିଜେପିର ବରିଷ୍ଠ ନେତା ଏଲ.କେ ଆଡ଼ଭାଣୀ । ୧୯୯୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। 

ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଚାଲିଛି।

Bjp Election Amit Shah Gujarat