Advertisment

ଲାଲୁ କହିଲେ- ଅମିତ ଶାହା ପାଗଳ ହୋଇଗଲେଣି

ଆମ୍ୱେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟିପ୍ପଣୀ ପରେ ଏହାକୁ ନେଇ ହଟ୍ଟଗୋଳ ଲାଗି ରହିଛି। ବିରୋଧୀ ଲଗାତର ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି।

Lalu and Amit Saha

Lalu and Amit Saha

Advertisment

ଆମ୍ବେଦକରଙ୍କୁ ନେଇ ସଂସଦରେ ହଙ୍ଗାମା। ଆମ୍ୱେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟିପ୍ପଣୀ ପରେ ଏହାକୁ ନେଇ ହଟ୍ଟଗୋଳ ଲାଗି ରହିଛି। ବିରୋଧୀ ଅମିତ ଶାହାଙ୍କ ଇସ୍ତଫା ଦାବି କରୁଛନ୍ତି। ଏହାରି ଭିତରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଅମିତ ଶାହାଙ୍କୁ ପାଗଳ ବୋଲି କହିଛନ୍ତି।

Advertisment

ବାବା ସାହେବ ଆମ୍ବେଦକରଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିବାଦ ମଧ୍ୟରେ ରାଷ୍ଟ୍ରିୟ ଜନତା ଦଳର ମୁଖ୍ୟ ଲାଲୁ ଯାଦବ ଗୁରୁବାର କହିଛନ୍ତି ଯେ ଅମିତ ଶାହା ପାଗଳ ହୋଇଗଲେଣି। ସେ ରାଜନୀତି ଛାଡି ଦେବା ଉଚିତ। ଆମେ ତାଙ୍କର ଏହି ପାଗଳାମିକୁ ନିନ୍ଦା କରୁଛୁ। ବାବା ସାହେବ ଆମ୍ବେଦକର ମହାନ। ସେ ରାଜନୀତି ଛାଡି ଚାଲିଯିବା ଉଚିତ୍।

ଏହାପୂର୍ବରୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍‌ କରିଥିଲେ। ତାଙ୍କୁ ଏବଂ ତାଙ୍କ ଦଳକୁ ସାମ୍ବିଧାନିକ ବିରୋଧୀ ଏବଂ ଘୃଣା ପ୍ରସାର କରୁଥିବା ଅଭିଯୋଗ କରିଥିଲେ। ବିହାର ବିଧାନସଭାରେ ବିରୋଧୀ ଦଳର ନେତା ଯାଦବ କହିଥିଲେ, 'ବାବାସାହେବ ଆମ୍ବେଦକର ଆମର ଆମର ଗର୍ବ ଆଉ ଗୌରବ। ସେ ଆମର ପ୍ରେରଣା ମଧ୍ୟ। ଆମେ କାହାକୁ ବାବାସାହେବ ଆମ୍ବେଦକରଙ୍କୁ ଅପମାନ କରିବାକୁ ଦେବୁ ନାହିଁ। ଏହି ଲୋକମାନେ ସାମ୍ବିଧାନିକ ବିରୋଧୀ, ଯେଉଁମାନେ ଘୃଣା ବିସ୍ତାର କରନ୍ତି ଏବଂ ସଂସଦରେ ବ୍ୟବହୃତ ଭାଷା ନିନ୍ଦନୀୟ।'

Advertisment

ଗତ ମଙ୍ଗଳବାର ସଂସଦରେ ବିବୃତ୍ତି ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ଅମିତ ଶାହା କହିଥିଲେ, “ଏବେ ଗୋଟିଏ ଫ୍ୟାଶନ ହୋଇଗଲାଣି। ଆମ୍ୱେଦକର୍‌... ଆମ୍ୱେଦକର୍‌... ଏତେ ଥର ଯଦି ଭଗବାନଙ୍କ ନାମ ଜପି ଥାଆନ୍ତେ, ତେବେ ୭ ଜନ୍ମ ପର୍ୟ୍ୟନ୍ତ ସ୍ୱର୍ଗ ପ୍ରାପ୍ତି ହୋଇ ଥାଆନ୍ତା।” ଏହାକୁ ନେଇ ଏବେ ବିରୋଧୀ ତାଙ୍କୁ ଘନଘନ ଟାର୍ଗେଟ୍ କରିବାରେ ଲାଗିଛନ୍ତି।

Amit Shah Lalu Prasad Yadav Ambedkar Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe