Advertisment

ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଅମିତ ଶାହ, କେନ୍ଦ୍ର ଘୋଷଣା କଲା ଆର୍ଥିକ ସହାୟତା

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସେ ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି। ମଣିପୁରରେ କେମିତି ଶୀଘ୍ର ଶାନ୍ତି ଫେରିବ ଓ ସ୍ଥିତି ସ୍ୱାଭାବିକ ହେବ, ସେବାବଦରେ ଶାହ ଆଲୋଚନା କରିଛନ୍ତି।

author-image
Hemant Lenka
amit shah

amit shah

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ପହଞ୍ଚିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ମଣିପୁରରେ ପହଞ୍ଚିବା କ୍ଷଣି କେନ୍ଦ୍ର ସରକାର ହିଂସା ଦ୍ୱାରା ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ମିଳିବ।

Advertisment

ଆଜି ଶ୍ରୀ ଶାହ ହିଂସା ଦ୍ୱାରା ପ୍ରଭାବିତ ଚୁରାଚାନ୍ଦପୁର ଜିଲ୍ଲାରେ ପହଞ୍ଚିଥିଲେ। ଏଠାରେ ମହିଳମାନେ ତାଙ୍କୁ ଜାତୀୟ ପତାକା ଧରି ସ୍ୱାଗତ କରିଥିଲେ। କେବଳ କେନ୍ଦ୍ର ସରକାର ସମସ୍ୟାର ସମାଧାନ କରିପାରିବେ ବୋଲି ସେମାନେ ପୋଷ୍ଟର ମଧ୍ୟ ପ୍ରଦର୍ଶନ କରିଥିଲେ। ଏହାପୂର୍ବରୁ ଶ୍ରୀ ଶାହ ଇମ୍ଫାଲରେ ବିଭିନ୍ନ ପ୍ରଖ୍ୟାତ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିଥିଲେ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସେ ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି। ମଣିପୁରରେ କେମିତି ଶୀଘ୍ର ଶାନ୍ତି ଫେରିବ ଓ ସ୍ଥିତି ସ୍ୱାଭାବିକ ହେବ, ସେବାବଦରେ ଶାହ ଆଲୋଚନା କରିଛନ୍ତି।

Advertisment

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ଗୋଟିଏ ଟିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଛନ୍ତି। ଏହି ପ୍ରତିନିଧି ଦଳ ମଣିପୁର ହିଂସାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ତଦନ୍ତ କମିଟିର ମୁଖ୍ୟ ସୁପ୍ରିମକୋର୍ଟର କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତି ହେବା ଦରକାର ବୋଲି କଂଗ୍ରେସ ପକ୍ଷରୁ ଗୋଟିଏ ସ୍ମାରକପତ୍ର ଦିଆଯାଇଛି।

ପ୍ରାୟ ମାସେ ହେଲାଣି ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଚାଲିଛି। ଏଥିରେ ପ୍ରାୟ ୮୦ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ହିଂସାକୁ ଫାଇଦା ଉଠାଇବା ପାଇଁ ବିଭିନ୍ନ ଉଗ୍ରବାଦୀ ସଂଗଠନ ମଧ୍ୟ ଯୋଜନା କରିଛନ୍ତି। ସେମାନେ ସାଧାରଣ ଓ ସୁରକ୍ଷାକର୍ମୀଙ୍କ ଉପରେ ହମଲା କରି ସ୍ଥିତିକୁ ଆହୁରି ତୀବ୍ର କରୁଛନ୍ତି। 

Amit Shah Manipur Manipur Violence