Advertisment

ମଣିପୁର ଦଙ୍ଗାକାରୀଙ୍କୁ ଶାହଙ୍କ ଆହ୍ୱାନ- ଆଜି ଅସ୍ତଶସ୍ତ୍ର ଦେଇଦିଅ, କାଲିଠୁ କମ୍ବିଂ ଆରମ୍ଭ

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତିର ସମୀକ୍ଷା କରି ଦଙ୍ଗାକାରୀଙ୍କୁ ନାଲି ଆଖି ଦେଖାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏଥିସହ ତୁରନ୍ତ ନିଜ ପାଖରେ ରଖିଥିବା ଅସ୍ତଶସ୍ତ୍ର ପୁଲିସ୍‌କୁ ହସ୍ତାନ୍ତର କରିବାକୁ ସେ ସଫା ସଫା ଶୁଣାଇଛନ୍ତି।

ଅଦ୍ୟତନ ହୋଇଛି
Amit Shah

Amit Shah

Advertisment

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତିର ସମୀକ୍ଷା କରି ଦଙ୍ଗାକାରୀଙ୍କୁ ନାଲି ଆଖି ଦେଖାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏଥିସହ ତୁରନ୍ତ ନିଜ ପାଖରେ ରଖିଥିବା ଅସ୍ତଶସ୍ତ୍ର ପୁଲିସ୍‌କୁ ହସ୍ତାନ୍ତର କରିବାକୁ ସେ ସଫା ସଫା ଶୁଣାଇଛନ୍ତି। ଏହାପରେ ପୁଲିସ୍‌ କାହାଠୁ ଅସ୍ତ୍ରଶସ୍ତ୍ର ଜବତ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଶାହ ।

Advertisment

ଗତ ୩୦ ତାରିଖରୁ ୩ ଦିନିଆ ମଣିପୁର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଆଜି ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଆଜି ହିଁ ସମସ୍ତ ଅସ୍ତ୍ରଶସ୍ତ୍ର ନିକଟସ୍ଥ ପୁଲିସ୍‌କୁ ଦେଇଦେବାକୁ ସେ ଆହ୍ୱାନ ଦେଇଛନ୍ତି । ହିଂସାପ୍ରବଣ ଅଞ୍ଚଳରେ କାଲିଠୁ କମ୍ବିଂ ଅପରେସନ ଜୋରଦାର କରାଯିବ  ବୋଲି ବି ସୂଚନା ଦେଇଛନ୍ତି । ଏହାପରେ ଯଦି ପୁଲିସ୍‌ର କମ୍ବି ଅପରେସନ ବେଳେ ଅସ୍ତ୍ରଶସ୍ତ୍ର ଠାବ ହେବ ତାହା ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଶାହ ଆଦିବାସୀ ଓ ଅଣଆଦିବାସୀ ଗୋଷ୍ଠୀଙ୍କୁ ଅପିଲ କରିବା ସହ ଆଲୋଚନା ମାଧ୍ୟମରେ ଶାନ୍ତି ସମ୍ଭବ ବୋଲି କହିଛନ୍ତି। ଏଥିସହ ଗୁଜବଠାରୁ ଦୂରରେ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

Advertisment

ଗତ ୩୦ ତାରିଖରୁ ୩ ଦିନିଆ ମଣିପୁର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରୀ ୯ଟି ସ୍ଥାନରେ ଆୟୋଜିତ ବୈଠକରେ ବିଭିନ୍ନ ସଂପ୍ରଦାୟଙ୍କ ସହ ଆଲୋଚନା କରିଥିଲେ । ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ମଣିପୁର ହିଂସା ସମ୍ପର୍କିତ ୬ଟି ମାମଲାର ଉଚ୍ଚସ୍ତରୀୟ ତଦନ୍ତ CBI କରିବ ବୋଲି କହିଛନ୍ତି । ଏଥିସହ ଅବସରପ୍ରାପ୍ତ ହାଇକୋର୍ଟ ଜଜଙ୍କ ଦ୍ୱାରା ନ୍ୟାୟିକ କମିଟି ତଦନ୍ତ କରିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

ହିଂସା ଯୋଗୁ ପିଲାଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ସେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। କ୍ଷତିଗ୍ରସ୍ତ ମଣିପୁରରେ ଅନଲାଇନ ପାଠପଢା ସହ ପରୀକ୍ଷା ମଧ୍ୟ ଅନଲାଇନରେ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଦଙ୍ଗାରେ ପ୍ରତ ମୃତକଙ୍କ ପରିବାରକୁ ୧୦ ଲକ୍ଷର ଅନୁକମ୍ପା ରାଶି ମିଳିବ ବୋଲି ସେ ଘୋଷଣା କରିଛନ୍ତି । ସେଥିମଧ୍ୟରୁ ୫ ଲକ୍ଷ ରାଜ୍ୟ ସରକାର ଓ ୫ ଲକ୍ଷ କେନ୍ଦ୍ର ସରକାର ପ୍ରଦାନ କରିବେ। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ତଥା ଶାନ୍ତି ବଜାୟ ରଖିବା ନିମନ୍ତେ ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯିବ ବୋଲି ଶାହା ଘୋଷଣା କରିଛନ୍ତି ।

ମଣିପୁର ଦଙ୍ଗା ସମୟରେ ରାଜ୍ୟରେ ନିୟୋଜିତ ହୋଇଥିବା ବହୁ ଅର୍ଦ୍ଧ ସାମରିକ ବାହିନୀ ତଥା ସେନା ମଧ୍ୟରେ ଠିକ୍‌ ଭାବେ ସମନ୍ୱୟ ଥିଲା ନା ନାହିଁ ତାହାର ତଦନ୍ତ କରିବାକୁ ଅବସରପ୍ରାପ୍ତ ସିଆରପିଏଫ ଡିଜି କୁଳଦୀପ ସିଂଙ୍କ ନେତୃତ୍ୱରେ ଏକ କମିଟି ଗଠିତ ହୋଇଥିବା କହିଛନ୍ତି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ।

Amit Shah Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe