Advertisment

ଶାହଙ୍କ ରଣହୁଙ୍କାର: 'ପିଓକେ'କୁ ଫେରାଇ ଆଣିବୁ

ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ। ଆମେ ଏହାକୁ ନିଶ୍ଚିତ ଫେରାଇ ଆଣିବୁ ବୋଲି ଶାହ କହିଛନ୍ତି।

author-image
Madhupriya Mistry
Amit Shah

Amit Shah

ପାକିସ୍ତାନ କବଳରୁ ମୁକ୍ତି ପାଇବା ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ଲୋକେ ରାସ୍ତା ଓହ୍ଲାଇଛନ୍ତି। ଏଠାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପୁଲିସ ଓ ଜନସଧାରଣଙ୍କ ଭିତରେ ଜାରି ରହିଛି ସଂଘର୍ଷ। ଏହାରି ଭିତରେ ଗୃହମନ୍ତ୍ରୀ ଅମିତ ଶାହା ପିଓକେକୁ ନେଇ ଦେଇଛନ୍ତି ଏକ ବଡ ବୟାନ। ପିଓକେ ହେଉଛି ଭାରତର ଅଂଶ। ଆମେ ଏହାକୁ ଫେରାଇ ଆଣିବୁ ବୋଲି ସେ କହିଛନ୍ତି।

Advertisment

ଅମିତ ଶାହ ଉତ୍ତରପ୍ରଦେଶର କୌଶାମ୍ବିରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଅମିତ ଶାହା କହିଛନ୍ତି ଯେ କଂଗ୍ରେସ ଚାହୁଁଛି ଯେ ଆମେ ପାକିସ୍ତାନକୁ ସମ୍ମାନ ଦେବା ଉଚିତ୍, କିନ୍ତୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ। ଆମେ ଏହାକୁ ନିଶ୍ଚିତ ଫେରାଇ ଆଣିବୁ ବୋଲି ରଣ ହୁଙ୍କାର ଦେଇଛନ୍ତି।

ପିଓକେକୁ ଫେରାଇ ନିଆଯିବା ଉଚିତ ନୁହେଁ କି? କଂଗ୍ରେସ ବର୍ଷ ବର୍ଷ ଧରି କଶ୍ମୀରକୁ ଏକ ଜାରଜ ସନ୍ତାନ ପରି ରଖିଥିଲା, କିନ୍ତୁ ଆମେ ଧାରା ୩୭୦ ଉଚ୍ଛେଦ କରିଥିଲୁ। ସେଠାରେ ଆତଙ୍କବାଦକୁ ଶେଷ କରିଥିଲୁ। ଭାରତ ସୀମାକୁ ସୁରକ୍ଷିତ କରିଲୁ। ଏପରିକି ଏବେ ଜଣେ ଶିଶୁ ମଧ୍ୟ ଖୁସିରେ କଶ୍ମୀର ପାଇଁ ଜୀବନ ଦେଇଦେବ ବୋଲି ଅମିତ ଶାହ କହିଛନ୍ତି।

Advertisment

ସେହିପରି ଭୋଟ ବ୍ୟାଙ୍କ ଆବେଦନ ପାଇଁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ସମାଲୋଚନା କରିଛନ୍ତି ଅମିତ ଶାହ। ସେ କହିଛନ୍ତି ଯେ ଏହି ଦଳମାନେ ରାମ ମନ୍ଦିର ନିର୍ମାଣକୁ ୭୦ ବର୍ଷ ବିଳମ୍ବ କରିଛନ୍ତି। ସେ କହିଛନ୍ତି, “ଆମେ ଏମାନଙ୍କୁ ମନ୍ଦିରର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲୁ, କିନ୍ତୁ ଭୋଟ୍ ବ୍ୟାଙ୍କ ଯୋଗୁଁ ସେ ଆସି ନଥିଲେ। ଏହା ସେମାନଙ୍କର ଭୋଟ୍ ବ୍ୟାଙ୍କ ଥିଲା, ଯେଉଁମାନେ କି କାଶୀ ବିଶ୍ୱନାଥ ମନ୍ଦିରକୁ ଭାଙ୍ଗି ଦେଇଥିଲା। ହେଲେ ମୋଦୀ ଜୀ ଏହାକୁ ପୁନଃ ନିର୍ମାଣ କରିଥିଲେ।''

କହିରଖୁ ଯେ, ପାକିସ୍ତାନଠାରୁ ମୁକ୍ତି ପାଇବା ପାଇଁ ଓ ସେଠାକାର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ପିଓକେର ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପାକିସ୍ତାନ ପୁଲିସ ଓ ସେନା ମିଶି ଲୋକଙ୍କ ଉପରେ ଲାଠି ଚାର୍ଜ କରୁଛନ୍ତି। ଏପରିକି ଫାଙ୍କା ଗୁଳି ଚାଳାନା ସହ ଲୁହା ବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଛି। ବ୍ୟାପକ ପୋଡା ଜଳା ଓ ଭଙ୍ଗା ରୁଜା ହୋଇଛି। ଏହି ସଂଘର୍ଷରେ ୪ରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି ଜଣେ ଜଣେ ପୁଲିସ କର୍ମୀ ନିହତ ହୋଇଛନ୍ତି।

Uttar Pradesh Amit Shah POK Loksabha Election 2024