Advertisment

୨୪ରେ ଟେଲିସ୍କୋପରେ ବି କଂଗ୍ରେସ ଦେଖାଯିବ ନାହିଁ: ଅମିତ୍ ଶାହ

ପୱନ ଖେରାଙ୍କ ବୟାନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଲଟା ଜବାବ ଦେଇଛନ୍ତି।

author-image
Tapas Behera
undefined

Amit Shah

କଂଗ୍ରେସ ନେତା ପୱନ ଖେରାଙ୍କ ବୟାନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଲଟା ଜବାବ ଦେଇଛନ୍ତି। ନାଗାଲାଣ୍ଡରେ ଏକା ରାଲିରେ କଂଗ୍ରେସ ଉପରେ ବର୍ଷି ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ଲୋକେ ଠିକ୍ ଜବାବ ଦେବେ। ୨୦୨୪ରେ କଂଗ୍ରେସ ଏହାର ଉଚିତ ଜବାବ ପାଇବ। ୨୦୨୪ରେ ଦେଶରେ କେଉଁଠି କଂଗ୍ରେସ ନଜରକୁ ଆସିବ ନାହିଁ। ଏପରିକି ଟେଲିସ୍କୋପ ପକାଇ ଦେଖିଲେ ମଧ୍ୟ ଦଳର ସତ୍ତା ଦେଖିବାକୁ ମିଳିବ ନାହିଁ। ଶୁକ୍ରବାର ଆଦାନୀ ପ୍ରସଙ୍ଗରେ କଂଗ୍ରେସ ନେତା ପୱନ ଖେରା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ।

Advertisment

ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ତାଙ୍କୁ ‘ଗୌତମ ଦାଶ’ ବୋଲି କହିଥିଲେ। ତେବେ ଶାହ କହିଛନ୍ତି ଆଦାନୀ ମାମଲାରେ ସରକାର କିମ୍ବା ବିଜେପି ନିକଟରେ ଲୁଚାଇବା ପାଇଁ କିଛି ନାହିଁ । ତେଣୁ ଦଳ ଭୟ ମଧ୍ୟ କରୁନି । ସରକାରଙ୍କ ଆଦାନୀ ମାମଲାରେ କୌଣସି ସମ୍ପୃକ୍ତି ନାହିଁ । ବିରୋଧୀ ହଙ୍ଗାମା କରୁଛନ୍ତି। ଯଦି ପ୍ରମାଣ ଅଛି ତେବେ କୋର୍ଟକୁ ଯାଆନ୍ତୁ । କଂଗ୍ରେସ କହିଛି ଆଦାନୀ ପ୍ରସଙ୍ଗ ଉଠାଇବା ଉଦ୍ଦେଶ୍ୟ କେବଳ ମୋଦି ସରକାରଙ୍କ ମୁଖା ଖୋଲିବା ନୁହେଁ ବଂର ଦେଶର ୩କୋଟି ନିବେଶକଙ୍କ ଅର୍ଥକୁ ସୁରକ୍ଷା ଦେବ ।

ସାରା ଦେଶରେ ପ୍ରତିବାଦକୁ ଜୋରଦାର କରିବାକୁ ପ୍ରସ୍ତୁତି କରୁଛି କଂଗ୍ରେସ । ଗତ ଫେବ୍ରୁଆରି ୭ ତାରିଖରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲୋକସଭାରେ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ମତ ରଖିଥିଲେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରି ୮ରେ ଲୋକସଭାରେ ଏବଂ ଏହାର ଗୋଟିଏ ଦିନ ପରେ ରାଜ୍ୟସଭାରେ ଉତ୍ତର ରଖିଥିଲେ। ତେବେ ଉଭୟ ସମୟରେ ସେ ଆଦାନୀ ପ୍ରସଙ୍ଗରେ କିଛି କହିନଥିଲେ ଏବଂ କହିଥିଲେ ଯେ ବିରୋଧୀଙ୍କ ମିଛ ବିରୋଧରେ ୧୪୦ କୋଟି ଭାରତୀୟ ତାଙ୍କ ଢାଲ ।

Advertisment
India