Advertisment

୪୫୦ କୋଟି ଟଙ୍କାର ନାନୋ ୟୁରିଆ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଶାହ

ଦେଓଘର ଇଫକୋ ନିକଟରେ ଏହି ପ୍ରକଳ୍ପର ଶୁଭ ଦେଇଛନ୍ତି ଶାହ।

ଅଦ୍ୟତନ ହୋଇଛି
undefined

amit saha

Advertisment

ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ଦେଓଘରରେ ୪୫୦ କୋଟି ଟଙ୍କାର ନାନୋ ୟୁରିଆ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦେଓଘର ଇଫକୋ ନିକଟରେ ଏହି ପ୍ରକଳ୍ପର ଶୁଭ ଦେଇଛନ୍ତି ଶାହ। ଏହା ହେଉଛି ଦେଶର ପଞ୍ଚମ ନାନୋ ୟୁରିଆ ପ୍ଲାଣ୍ଟ। ଇଫକୋ ଅନୁଯାୟୀ, ଗତ ବର୍ଷ ଗୁଜରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରଥମ ନାନୋ ୟୁରିଆ ପ୍ଲାଣ୍ଟକୁ ଉଦଘାଟନ କରିଥିଲେ। ଦେଓଘରଠାରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି ଯେ, ଏହି ନାନୋ ୟୁରିଆ କୃଷକଙ୍କ ପାଇଁ ଲାଭବାନ ହେବ। ବର୍ତ୍ତମାନ ସୁଦ୍ଧା ଭାରତରୁ ଉତ୍ପାଦନ ହେଉଥିବା ଏହି ନାନୋ ୟୁରିଆ ୫ଟି ଦେଶକୁ ରପ୍ତାନୀ ହେଲାଣି। ଉନ୍ନତମାନର ଶସ୍ୟ ଉତ୍ପାଦନରେ ଏହି ନାନୋ ୟୁରିଆ ବେଶ ସହାୟକ ହେବ ।

Advertisment

ଚାଷ କ୍ଷେତ୍ରରେ ମାଟି ପରୀକ୍ଷା, ପୁଷ୍ଟିସାର କ୍ ମତା ଆଦି ବିଭିନ୍ନ ଦିଦରେ ଏହି ୟୁରିଆ କାମରେ ଆସିଥାଏ। ତେବେ ଏଠାରେ ଆସନ୍ତା ବର୍ଷ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ଇଫକୋ ପରିଳନା ନିର୍ଦ୍ଦେଶକ କହିଛନ୍ତି।

ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟର ଜେଏମଏମ ସରକାରଙ୍କୁ ଟାର୍ଗେଟ କରିଥିଲେ। କୋଇଲା ଦୁର୍ନୀତି ମାମଲାରେ ଫିସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କକୁ ଟାର୍ଗେଟ କରିଥିଲେ। କୋଇଲା ଦୁର୍ନୀତିରେ କେମିତି ହଜାର ହଜାର କୋଟି ଟଙ୍କାର ରାଜ୍ୟ ସମ୍ପତ୍ତିକୁ ନିଜେ ମୁଖ୍ୟମନ୍ତ୍ରୀ ଚଳୁ କରିଦେଛନ୍ତି ସେ କଥା କହିଥିଲେ ଶାହ। ସେହିପରି କେନ୍ଦ୍ର ଦେଉଥିବା ଅନୁଦାନକୁ ମଧ୍ୟ ରାଜ୍ୟ ସରକାର ବାଟମାରଣା କରୁଛନ୍ତି। କେନ୍ଦ୍ରରୁ ଆସୁଥିବା ସମସ୍ତ ସାହାୟତା ପ୍ରକୃତ ହିତ୍ତାଧିକାରୀଙ୍କ ପାଖରେ ପହଞ୍ଚୁନି। ହେମନ୍ତ ସୋରେନଙ୍କ ସରକାରଙ୍କୁ ଲୋକେ ବିଶ୍ୱାସ କରିଥିଲେ, ହେଲେ ସେଥିରେ ସେ ବିଶ୍ୱସଘାତ କରିଛନ୍ତି ବୋଲି ଶାହ କହିଛନ୍ତି।

Advertisment
Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe