Advertisment

ନଷ୍ଟ କରାଗଲା ୨୪ ଶହ କୋଟିର ଡ୍ରଗ୍ସ

। ନୂଆଦିଲ୍ଲୀରେ ଡ୍ରଗ୍ସ ଟ୍ରାଫିକିଂ ଆଣ୍ଡ ନ୍ୟାସନାଲ ସିକ୍ୟୁରିଟିର ରିଜିଓନାଲ କନଫରେନସ ଅବସରରେ ଏହି ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

Amit Shah

Amit Shah

Advertisment

ଗୋଟିଏ ଥରରେ ନଷ୍ଟ କରାଯାଇଛି ୧,୪୪,୦୦୦ କେଜିର ଡ୍ରଗ୍ସ। ଏହାର ମୂଲ୍ୟ ୨୩୭୮ କୋଟି ଟଙ୍କା ହେବ। ନୂଆଦିଲ୍ଲୀରେ ଡ୍ରଗ୍ସ ଟ୍ରାଫିକିଂ ଆଣ୍ଡ ନ୍ୟାସନାଲ ସିକ୍ୟୁରିଟିର ରିଜିଓନାଲ କନଫରେନସ ଅବସରରେ ଏହି ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

Advertisment

ରେଡ୍‌ ବେଳେ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଏତେ ପରିମାଣର ଡ୍ରଗ୍ସକୁ ବିଭିନ୍ନ ସହରରେ ନଷ୍ଟ କରାଯାଇଛି। ଭିଡିଓ କନଫରେନସିଂରେ ନିଜେ ଶ୍ରୀ ଶାହ ଏହାର ଲାଇଭ ଚିତ୍ର ଦେଖିବା ସହ ପୂରା ସ୍ଥତିକୁ ନିରୀକ୍ଷଣ କରିଛନ୍ତି। ଜବତ ହୋଇଥିବା ଡ୍ରଗ୍ସକୁ ନଷ୍ଟ କରାଯାଇଥିବାରୁ ସେ ବିଭିନ୍ନ ରାଜ୍ୟ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)କୁ ଧନ୍ୟବାଦ ଦେଇଛନ୍ତି। 

ସେ କହିଛନ୍ତି, “ଡ୍ରଗ୍ସର କୁପରିଣାମ ସଂପର୍କରେ ଯୁବପିଢ଼ି ସଚେତନ ହୁଅନ୍ତୁ। ମୁଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳଙ୍କୁ ଏପରି ପଦକ୍ଷେପ ସବୁ ସ୍ଥାନରେ ନେବାକୁ ଅନୁରୋଧ କରୁଛି। ଏହା ବିରୋଧରେ ଜିତିବାକୁ ହେଲେ ସଚେତନାକୁ ବୃଦ୍ଧି କରିବାକୁ ପଡ଼ିବ। ଡ୍ରଗ୍ସ ବିରୋଧରେ ଯୁବପିଢ଼ିକୁ ସଚେତନ ନ କରିବା ଯାଏ ଆମେ କେବେ ହେଲେ ଏହି ଲଢ଼େଇରେ ଜିତି ପାରିବା ନାହିଁ।   

Advertisment

ଏନସିବି ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଡ୍ରଗସମୁକ୍ତ ଭାରତ ପାଇଁ ଜିରୋ ଟଲରାନସ ନୀତି ଗ୍ରହଣ କରାଯାଇଛି। ଆଜି ନଷ୍ଟ କରାଯାଇଥିବା ଡ୍ରଗସକୁ ମିଶାଇ ବର୍ଷେ ଭିତରେ ୧୨ ହଜାର କୋଟି ଟଙ୍କାର ୧୦ ଲକ୍ଷ କେଜି ଡ୍ରଗସ୍ ନଷ୍ଟ କରାଯାଇଛି। 

NCB Amit Shah Drugs Case NCB Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe