Advertisment

କଂଗ୍ରେସ ଓ ଡିଏମ୍‌କେ ୨ଜି, ୩ଜି ଓ ୪ଜି ଦଳ : ଅମିତ୍ ଶାହ

୨ଜି, ୩ଜି, ୪ଜି ଦଳ ବୁଝାଇବା ବେଳେ ଏହା ୨ଜି ସ୍କାମ୍‌ ନୁହେଁ ବରଂ ବଂଶବାଦ ରାଜନୀତି ଓ ଦୁର୍ନୀତି ଅଡ଼କୁ ଇଙ୍ଗିତ କରିଥିଲେ।

author-image
Niranjan Mishra
Amit Shah

Amit Shah

କଂଗ୍ରେସ ଓ ଡିଏମ୍‌କେ ୨ଜି, ୩ଜି, ୪ଜି ଦଳ। କରୁଣାନିଧି ପରିବାର ୩ଜି, ଏମାନଙ୍କର ୩ଟି ଜେନେରେସନ ରାଜନୀତିରେ ଆସି ଦୁର୍ନୀତିରେ ଲିପ୍ତ ଅଛନ୍ତି। ଗାନ୍ଧି ପରିବାର ୪ଜି। ରାହୁଲ ବାବା ୪ର୍ଥ ଜେନେରେସନର। ୪ ଜେନରେସନ ଧରି ଏହି ପରିବାର କ୍ଷମତା ଉପଭୋଗ କରୁଛି ଓ ଦୁର୍ନୀତି କରୁଛି।ଏବେ ସମୟ ଆସିଛି ୨ଜି, ୩ଜି, ୪ଜିକୁ ହଟାଇ ତାମିଲନାଡ଼ୁ ମାଟିର ପୁଅକୁ କ୍ଷମତାରେ ବସାଇବା ଉଚିତ୍। ୧୮ ବର୍ଷ ଧରି ଡିଏମ୍‌କେ କେନ୍ଦ୍ରରେ ସରକାର ସହ ଥିଲା। ଏହାର ଲାଭ ତାମିଲନାଡ଼ୁ ଲୋକଙ୍କ କାହିଁକି ମିଳିଲାନି ଏହି ଦଳ ତାମିଲନାଡ଼ୁ ଲୋକଙ୍କୁ ଜବାବ ଦେଉ। ତାମିଲନାଡ଼ୁରେ ବିଜେପି ୯ ବର୍ଷ ସରକାରରେ ରହିବା ନେଇ ଉତ୍ସବ ପାଳନ ଅବସରରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Advertisment

କାଶ୍ମରୀରୁ ୩୭୦ ହଟାଇବା ସ୍ପେଶାଲ ଷ୍ଟାଟସ୍ ପ୍ରଦାନ ବେଳେ ଉକ୍ତ ଦୁଇ ବିରୋଧୀ ଦଳର ବିରୋଧ ଭାଷ ସମ୍ପର୍କରେ ମଧ୍ୟ ସେ ଏଠାରେ କହି ସମାଲୋଚନା କରିଥିଲେ। ଡିଏମ୍‌କେ ମାରାଣ ପରିବାର ୨ ଜେନେରେସନ ଧରି ରାଜନୀତି କ୍ଷମତାରେ ରହି ଦୁର୍ନୀତି କରିଥିବା ମଧ୍ୟ ସେ ଏଠାରେ ଉଲ୍ଲେଖ କରିଥିଲେ। ୨ଜି, ୩ଜି, ୪ଜି ଦଳ ବୁଝାଇବା ବେଳେ ଏହା ୨ଜି ସ୍କାମ୍‌ ନୁହେଁ ବରଂ ବଂଶବାଦ ରାଜନୀତି ଓ ଦୁର୍ନୀତି ଅଡ଼କୁ ଇଙ୍ଗିତ କରିଥିଲେ।

ଏହାପୂର୍ବରୁ ଶ୍ରୀ ଶାହ ତାମିଲନାଡ଼ୁ ବିଜେପି ନେତାମାନଙ୍କ ସହ ବୈଠକ କରିଥିଲେ। ଏଠାରେ କ୍ଷମତା ଦଖଲ ଓ ଲୋକଙ୍କ ସହ ସମ୍ପର୍କରେ ରହିବା ନେଇ ଆଲୋଚନା କରିଥିଲେ।

Advertisment
Tamilnadu Bjp Amit Shah