Advertisment

‘ନିର୍ବାଚନୀ ବଣ୍ଡ ଜରିଆରେ ଆମେ ପାଇଛୁ ୬ ହଜାର କୋଟି, ଅବଶିଷ୍ଟ ୧୪ ହଜାର କୋଟି କୁଆଡ଼େ ଗଲା?’

ଅମିତ ଶାହ କହିଛନ୍ତି, ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳଙ୍କୁ ସମୁଦାୟ ୨୦ ହଜାର କୋଟି ଟଙ୍କା ଚାନ୍ଦା ମିଳିଛି। ସେଥି ମଧ୍ୟରୁ ବିଜେପିକୁ କେବଳ ୬ ହଜାର କୋଟି ଟଙ୍କା ମିଳିଛି। ତେବେ ଅବଶିଷ୍ଟ ୧୪ ହଜାର କୋଟି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

author-image
Niharika Rout
Amit Shah

Amit Shah

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ସନ୍ଧ୍ୟାରେ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ ହେବା ପରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ। କ୍ଷମତାର ଅପବ୍ୟବହାର କରି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କଠାରୁ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ଜବରଦସ୍ତି ଟଙ୍କା ହାସଲ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ତେବେ ଏହାକୁ କାଉଣ୍ଟର କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

Advertisment

ଅମିତ ଶାହ କହିଛନ୍ତି, ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳଙ୍କୁ ସମୁଦାୟ ୨୦ ହଜାର କୋଟି ଟଙ୍କା ଚାନ୍ଦା ମିଳିଛି। ସେଥି ମଧ୍ୟରୁ ବିଜେପିକୁ କେବଳ ୬ ହଜାର କୋଟି ଟଙ୍କା ମିଳିଛି। ତେବେ ଅବଶିଷ୍ଟ ୧୪ ହଜାର କୋଟି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

କଳା ଟଙ୍କାର ବିଲୋପ ପାଇଁ ୨୦୧୮ ମସିହାରେ ବଣ୍ଡ ପ୍ରବର୍ତ୍ତନ କରାଯାଇଥିଲା। ନିର୍ବାଚନୀ ବଣ୍ଡ କାର୍ଯ୍ୟକାରୀ ହେବା ପୂର୍ବରୁ ଲୋକେ ରାଜନୈତିକ ଦଳଗୁଡ଼ିକୁ ନଗଦ ଆକାରରେ ଚାନ୍ଦା ଦେଉଥିଲେ।

Advertisment

ଏହି ପ୍ରସଙ୍ଗରେ ଶାହ କହିଛନ୍ତି, ଅବଶିଷ୍ଟ ଟଙ୍କା ମଧ୍ୟରୁ ଟିଏମସିକୁ ୧,୬୦୦କୋଟି, କଂଗ୍ରେସକୁ ୧, ୪୦୦ କୋଟି, ବିଆରଏସ୍‌କୁ ୧,୨୦୦ କୋଟି ଓ ବିଜେଡିକୁ ୭୫୦ କୋଟି ଓ ଡିଏମକେକୁ ୬୩୯ କୋଟି ମିଳିଛି।

ଏଥିସହ ସେ କହିଛନ୍ତି, ଆମର ୩୦୩ ସାଂସଦ ଥିବା ସତ୍ତ୍ୱେ ଆମକୁ ୬ ହଜାର କୋଟି ଟଙ୍କା ମିଳିଛି ଓ ଅବଶିଷ୍ଟ ୨୪୨ ସାଂସଦଙ୍କୁ ୧୪ ହଜାର କୋଟି ଟଙ୍କା ମିଳିଛି। ତେଣୁ ଏତେ ହଙ୍ଗାମା କ’ଣ ପାଇଁ ।

ବିଜେପି କ୍ଷମତାରେ ଥିବାରୁ ଏହି ଯୋଜନା ଦ୍ୱାରା ଦଳ ଅଧିକ ଲାଭବାନ ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ଏହା ବିଶ୍ୱର ସର୍ବବୃହତ୍ତ ଏକ୍ସଟର୍ସନ ରାକେଟ୍‌ ବୋଲି ରାହୁଲ ଗନ୍ଧି ଅଭିଯୋଗ କରିଥିବା କହିଛନ୍ତି ଶାହ ।

ନିର୍ବାଚନୀ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଶାହ କହିଛନ୍ତି, ଅମେ ସର୍ବୋଜ୍ଜ ନ୍ୟାୟାଳୟର ନିର୍ଦ୍ଦେଶକୁ ସମ୍ମାନ ଜଣାଉଛୁ। ଦେଶରୁ କଳା ଧନକୁ ଶେଷ କରିବାକୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେଣୁ ଏହାକୁ ଖାରଜ କରିବା ପରିବର୍ତ୍ତେ ଏଥିରେ ସୁଧାର ଅଣାଯାଇ ପାରିଥାନ୍ତା।

ଏଥିସହ ସେ କହିଛନ୍ତି ଦେଶରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ନିହାତି ଭାବେ ଲାଗୁ ହେବ । ଏହାଦ୍ୱାରା ବାରମ୍ବାର ହେଉଥିବା ନିର୍ବାଚନୀ ଖର୍ଚ୍ଚକୁ ଏଡ଼ାଇ ଦେଇ ହେବ ଓ ବିକାଶର ଗତିକୁ ତ୍ୱରାନ୍ୱିତ କରାଯାଇ ପାରିବ ।

ନିର୍ବାଚନ ପୂର୍ବରୁ ଲାଗୁ ହେଉଥିବା ଆଦର୍ଶ ଆଚରଣ ବିଧି ସଂହିତା ଯୋଗୁ ସରକାରଙ୍କ ନିଷ୍ପତ୍ତି ନେବାର କ୍ଷମତା ବାଧାପ୍ରାପ୍ତ ହେଉଛି। ଏଥିଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି ବୋଲି କହିଛନ୍ତି ଶାହ ।

Amit Shah Electoral Bonds Scheme Electoral Bonds Case