Advertisment

ପାଟନାରେ ଏକାଠି ହୋଇଛନ୍ତି ବିରୋଧୀ, ଅମିତ ଶାହ କହିଲେ- ଫଟୋ ସେସନ ଚାଲିଛି

‘ଆଜି ପାଟନାରେ ଏକ ଫଟୋ ସେସନ ଚାଲିଛି। ସେମାନେ (ବିରୋଧୀ) ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନ୍‌ଡିଏକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛନ୍ତି।’

author-image
Jitendra Garnayak
ଅଦ୍ୟତନ ହୋଇଛି
Amit Shah

Amit Shah

୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ୧୫ରୁ ଅଧିକ ବିରୋଧୀ ଦଳ ଆଜି ବିହାରର ପାଟନାରେ ଏକାଠି ହୋଇଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟିକେ ବ୍ୟଙ୍ଗ କରି ସେମାନଙ୍କୁ ସମାଲୋଚନା କରିଛନ୍ତି। ବିରୋଧୀମାନେ ଏକ ଫଟୋ ସେସନ ପାଇଁ ଏକାଠି ହୋଇଛନ୍ତି ବୋଲି ସେ କହିଛନ୍ତି।

Advertisment

ଅମିତ ଶାହ କହିଛନ୍ତି, ଆଜି ପାଟନାରେ ଏକ ଫଟୋ ସେସନ ଚାଲିଛି। ସେମାନେ (ବିରୋଧୀ) ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନ୍‌ଡିଏକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛନ୍ତି। ସେମାନେ ଯେତେ ଚେଷ୍ଟା କଲେ ବି ଏକାଠି ହୋଇପାରିବେ ନାହିଁ। ଯଦି ବି ସେମାନେ ଏକାଠି ହୋଇଯାଆନ୍ତି, ନରେନ୍ଦ୍ର ମୋଦି ୩୦୦ରୁ ଅଧିକ ଆସନ ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଦେଶବାସୀ ସୁନିଶ୍ଚିତ କରିବେ।

ଜମ୍ମୁ ଓ କଶ୍ମୀର ଗସ୍ତରେ ଥିବା ଅମିତ ଶାହ କହିଛନ୍ତି ଯେ ଦେଶରୁ ଦୁର୍ନୀତିକୁ ଉପାଡ଼ି ଫିଙ୍ଗିବା ପାଇଁ ମୋଦି ସରକାର ଏକ ଶକ୍ତ ଭିତ୍ତିଭୂମି ପକାଇସାରିଛି। ଅନ୍ୟପକ୍ଷରେ ପୂର୍ବର ଉପା (UPA) ସରକାର ନିଜେ ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ସଂପୃକ୍ତ ଥିଲେ।

Advertisment

ଅମିତ ଶାହ ନ୍ୟାଶନାଲ କନଫରେନ୍ସ (NC) ଓ ପିଡିପିକୁ ସମାଲୋଚନା କରି କହିଛନ୍ତି, ତିନିଟି ପରିବାରର ଜମ୍ମୁ ଓ କଶ୍ମୀରକୁ ଦଶନ୍ଧି ଦଶନ୍ଧି ଧରି ଶାସନ କରିଛନ୍ତି। କିନ୍ତୁ ଧାରା ୩୭୦ ଯୋଗୁ କୌଣସି ବିକାଶ ହୋଇ ନଥିଲା। ଆତଙ୍କବାଦ ଯୋଗୁ ୪୨ ହଜାର ଲୋକଙ୍କ ଜୀବନ ଯାଇଛି। କିନ୍ତୁ ସେମାନେ କହୁଛନ୍ତି ଧାରା ୩୭୦କୁ ବଳବତ୍ତର କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅମଳରେ ଆଙ୍କବାଦୀଙ୍କୁ କଡ଼ା ଜବାବ ମିଳିଛି।

Amit Shah