Advertisment

Shah targets Rahul: ଅମିତ ଶାହଙ୍କ ଚେତାବନୀ: ରାହୁଲ ଯାହା ଚାହିଁବେ କରିପାରିବେ, କିନ୍ତୁ...; କଂଗ୍ରେସ ଦେଲା ଜବାବ

ଅନ୍ୟ ସମସ୍ତେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ଗାମୁଛାକୁ ସମ୍ମାନ ଦେଇ କାନ୍ଧରେ ପକାଇଥିଲେ। ଏମିତିକି ବିଦେଶରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏହାକୁ ସମ୍ମାନ ଦେଇଥିଲେ। କିନ୍ତୁ ରାହୁଲ ଗାନ୍ଧି ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଏହାକୁ କାନ୍ଧରେ ପକାଇ ନଥିଲେ।

Amit
Advertisment

ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ‘ଏଟ୍ ହୋମ୍‌’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରଦତ୍ତ ଆସାମର ପାରମ୍ପରିକ ଗାମୁଛାକୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କାନ୍ଧରେ ନପକାଇବା ଘଟଣାକୁ ନେଇ ଶୁକ୍ରବାର ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।  

Advertisment

ଆସାମର ଦିବ୍ରୁଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶାହ କହିଥିଲେ, ରାହୁଲ ଗାନ୍ଧି ଯାହା ଚାହିଁବେ, ତାହା କରିପାରିବେ। କିନ୍ତୁ ଯେପର୍ଯ୍ୟନ୍ତ ବିଜେପି କ୍ଷମତାରେ ଅଛି, ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ସଂସ୍କୃତିକୁ ଅସମ୍ମାନ କରିବାକୁ ତାଙ୍କୁ ଅନୁମତି ମିଳିବ ନାହିଁ। ଅନ୍ୟ ସମସ୍ତେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ଗାମୁଛାକୁ ସମ୍ମାନ ଦେଇ କାନ୍ଧରେ ପକାଇଥିଲେ। ଏମିତିକି ବିଦେଶରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏହାକୁ ସମ୍ମାନ ଦେଇଥିଲେ। କିନ୍ତୁ ରାହୁଲ ଗାନ୍ଧି ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଏହାକୁ କାନ୍ଧରେ ପକାଇ ନଥିଲେ। 

ଏହି ପ୍ରସଙ୍ଗରେ ଏହି କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ଉତ୍ତରପୂର୍ବ ରାଜ୍ୟର ସଂସ୍କୃତିକୁ ସମ୍ମାନ ଦେବା କଥା ରାହୁଲ ଗାନ୍ଧି ଶିଖିବା ଉଚିତ। ନହେଲେ ସେ ଭୋଟ୍ ମାଗିବା କଥା ନୁହେଁ। 

Advertisment

ଚଳିତ ବର୍ଷ ଆସାମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ରାହୁଲ ଗାନ୍ଧିଙ୍କୁ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ସଂସ୍କୃତି ନେଇ ଏହିଭଳି ଭାବେ ସମାଲୋଚନା କରିଛନ୍ତି ଉଭୟ ଅମିତ ଶାହ ଓ ହିମନ୍ତ ବିଶ୍ୱଶର୍ମା।

ଅନ୍ୟପକ୍ଷରେ ରାଷ୍ଟ୍ରଭବନରେ ଆୟୋଜିତ ଏଟ୍‌ ହୋମ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ ଶାସକ ଦଳ ଏଭଳି ମିଛ ଅଭିଯାନ ଚଲାଇଛି। କିନ୍ତୁ ସେମାନେ କେବେ ବି ସଫଳ ହୋଇପାରିବେ ନାହିଁ। ରାହୁଲ ଗାନ୍ଧି ଏକମାତ୍ର ବ୍ୟକ୍ତି ନୁହନ୍ତି ଯିଏ କାନ୍ଧରେ ଗାମୁଛା ପକାଇ ନଥିଲେ।

ଖଡଗେ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ (ରାଜନାଥ ସିଂହ) ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (ନୀତୀନ ନବୀନ) ମଧ୍ୟ ଗାମୁଛାକୁ କାନ୍ଧରେ ପକାଇ ନଥିଲେ। କାନ୍ଧରେ ପକାଇବା ପରେ ରାହୁଲ ଗାନ୍ଧି ଏହାକୁ ତାଙ୍କ ହାତରେ ଧରିଥିଲେ। ମୁଁ ଏହାର ସାକ୍ଷୀ। କିନ୍ତୁ ସେମାନେ (ବିଜେପି) ମିଛରେ ଗୋଟେ ଅଭିଯାନ ଚଲାଇଛନ୍ତି ଯେ ରାହୁଲ ଉତ୍ତରପୂର୍ବ ରାଜ୍ୟର ସଂସ୍କୃତିକୁ ଅପମାନିତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe