Advertisment

ଶାହଙ୍କ ଫେକ୍‌ ଭିଡିଓ ମାମଲା; ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣଙ୍କୁ ସମନ

ଗତକାଲି ନୋଟିସ୍‌ ଜାରି ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ କହିଥିଲେ ଅମିତ ଶାହଙ୍କ ଫର୍ଜି ଭିଡିଓ ଭାଇରାଲ ମାମଲାରେ ତାଙ୍କୁ ଦିଲ୍ଲୀ ପୁଲିସ୍‌ ଡାକିଛି। ମାତ୍ର ଏଥିରେ ସେ ଭୟଭୀତ ହେବାର ପ୍ରଶ୍ନ ଉଠୁନି।

author-image
Niharika Rout
Amit Shah

Amit Shah

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫେକ୍ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ଘଟଣାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ସମେତ ସମୁଦାୟ ୮ ଜଣଙ୍କୁ ନୋଟିସ ଜାରି କରାଯାଇଛି। ସମସ୍ତଙ୍କୁ ପଚରାଉଚରା ନିମନ୍ତେ ଦିଲ୍ଲୀ ଡକାଯାଇଥିବା ବେଳେ ସାଙ୍ଗରେ ନିଜ ମୋବାଇଲ ଆଣିବାକୁ କୁହାଯାଇଛି। ଏହି ୮ ଜଣଙ୍କ ମଧ୍ୟରେ ୩ ଜଣ ଉତ୍ତରପ୍ରଦେଶର ବୋଲି ଜଣାଯାଇଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ଆସନ୍ତା ୧ ତାରିଖରେ ହାଜର ହେବାକୁ କୁହାଯାଇଛି।

Advertisment

ଗତକାଲି ନୋଟିସ୍‌ ଜାରି ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ କହିଥିଲେ ଅମିତ ଶାହଙ୍କ ଫର୍ଜି ଭିଡିଓ ଭାଇରାଲ ମାମଲାରେ ତାଙ୍କୁ ଦିଲ୍ଲୀ ପୁଲିସ୍‌ ଡାକିଛି। ମାତ୍ର ଏଥିରେ ସେ ଭୟଭୀତ ହେବାର ପ୍ରଶ୍ନ ଉଠୁନି।

ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକାରେ ଏକ ରାଲିକୁ ସମ୍ବୋଧନ କରି ରେଡ୍ଡି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଜିତିବା ନିମନ୍ତେ ଇଡି ଓ ସିବିଆଇ ପରି ଏଜେନ୍ସିକୁ ବ୍ୟବହାର କରୁଥିବା ବେଳେ ଏବେ ସେ ଦିଲ୍ଲୀ ପୁଲିସ୍‌କୁ ବି ଏଥିରେ ନିୟୋଜିତ କରିଛନ୍ତି।

Advertisment

ଏଥିସହ ସେ କହିଛନ୍ତି ତାଙ୍କୁ ଗିରଫ କରିବା ନିମନ୍ତେ ଦିଲ୍ଲୀ ପୁଲିସ୍‌ ଟିମ୍‌ ତେଲେଙ୍ଗାନା କଂଗ୍ରେସ ମୁଖ୍ୟାଳୟ ପହଞ୍ଚିଥିବା ତାଙ୍କୁ ସୂଚନା ମିଳିଛି। ତେଲେଙ୍ଗାନା ଓ କର୍ଣ୍ଣାଟକାରେ ହେବାକୁ ଥିବା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ହେବା ଜାଣିବା ପରେ ବିଜେପି ଏପରି ବିଳିବିଳାଉଛି ବୋଲି ସେ କହିଛନ୍ତି।

କିଛି ଦିନ ତଳେ ଅମିତ ଶାହଙ୍କ ଭାଷଣର ଏକ ଫେକ୍‌ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଯଦି ଭାରତୀୟ ଜନତା ପାର୍ଟିର ସରକାର ଗଠନ ହୁଏ ତେବେ ଅସାମ୍ବିଧାନିକ ଏସ୍‌ସି, ଏସ୍‌ଟି ଓ ଓବିସି ସଂରକ୍ଷଣକୁ ସମାପ୍ତ କରିଦିଆ ଯିବ ବୋଲି ଏଥିରେ ସେ କହୁଥିବା ନଜର ଆସିଛନ୍ତି। ଶାହଙ୍କ ଏହି ଫେକ୍‌ ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଆରମ୍ଭ ହୋଇଥିଲା

ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରେବନ୍ଥ ରେଡ୍ଡୀ ନିଜ ସୋଶାଲ ମିଡିଆ ଆକାଉଣ୍ଟ Xରେ ଅମିତ ଶାହଙ୍କ ଏହି ଫେକ୍‌ ଭିଡିଓକୁ ଶେଆର କରିଥିଲେ। ତାଙ୍କ ସହ ଦଳର ଅନ୍ୟ କିଛି ନେତାମାନେ ମଧ୍ୟ ଏହି ଭିଡିଓକୁ ଶେଆର କରିଥିଲେ। ଏବେ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ରେବନ୍ଥଙ୍କୁ ଦିଲ୍ଲୀ ପୁଲିସ ପଚରାଉଚରା କରିବାକୁ ଡାକିଛି ।

Amit Shah Delhi Police Telengana Revanth Reddy Fake Video