Advertisment

Blast in Delhi: ଲାଲକିଲ୍ଲା ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ଆମୋନିୟମ ନାଇଟ୍ରେଟ ଓ ଡେଟୋନେଟର୍‌

ବିସ୍ଫୋରଣ ପାଇଁ ସେ କାରରେ ଡେଟୋନେଟର ଖଞ୍ଜି ଥିଲା ଓ ସନ୍ଧ୍ୟା ୬.୫୨ରେ ଲାଲକିଲ୍ଲା ନିକଟରେ ଆତ୍ମଘାତୀ ହମଲା କରିଥିଲା। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଅନେକ ମିଟର ଦୂରତା ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।

author-image
Hemant Lenka
Blast1

ବିସ୍ଫୋରଣ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଯାଞ୍ଚ ଜୋରସୋରରେ ଚାଲିଛି। ଏହା ଗୋଟିଏ ଆତ୍ମଘାତୀ ହମଲା ଥିଲା ବୋଲି ଧୀରେଧୀରେ ସ୍ପଷ୍ଟ ହେଉଛି। ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ପାଇଁ ଆତଙ୍କବାଦୀମାନେ ଆମୋନିୟମ ନାଇଟ୍ରେଟ ଫ୍ୟୁଏଲ ଅଏଲ(ଏଏନଏଫଓ) ଓ ଡେଟୋନେଟର୍ସର ବ୍ୟବହାର କରିଥିଲେ ବୋଲି ଜଣାପଡ଼ିଛି। ଏହି ବଡ଼ଧରଣର ବିସ୍ଫୋରଣରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। 

Advertisment

ବିସ୍ଫୋରଣ(Blast in Delhi) ପରେ ଫରେନ୍ସିକ ଟିମ, ଏନଆଇଏ ଓ ଏନଏସଜି ପକ୍ଷରୁ ଘଟଣା ସ୍ଥଳରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ସେଠାରୁ ଆମୋନିୟମ ନାଇଟ୍ରେଟର ନମୁନା ମିଳିଛି। ପ୍ରାଥମିକ ତଦନ୍ତରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। କିନ୍ତୁ କେମିତି ବିସ୍ଫୋରଣ ହେଲା, ତା’ର ପ୍ରକୃତ କାରଣ ଫରେନ୍ସିକ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। 

ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଲାଲକିଲ୍ଲା ପରିଚିତ। ଏଠାରେ ଆତ୍ମଘାତୀ ଷ୍ଟାଇଲ ଆକ୍ରମଣ ପଛରେ ଡାକ୍ତର ମହମ୍ମଦ ଉମର ନାମକ ବ୍ୟକ୍ତି ରହିଥିବା ଜଣାପଡ଼ିଛି। ଉମର ହେଉଛି ଫରିଦାବାଦ ଟେରର ମଡ୍ୟୁଲର ଅଂଶବିଶେଷ। ଉମର ହୁଣ୍ଡାଇ ଆଇ ୨୦ କାରକୁ ବିସ୍ଫୋରଣ କରିବା ବେଳେ ଏକାକୀ ଥିଲା ବୋଲି କିଛି ରିପୋର୍ଟରେ ଦାବି କରାଯାଇଛି। ଆଉ କିଛି ରିପୋର୍ଟରେ ଘଟଣା ବେଳେ ଉମର ସହ ଆଉ ଦୁଇ ଜଣ କାରରେ ଥିଲେ ବୋଲି ମଧ୍ୟ କୁହାଯାଉଛି। 

Advertisment

ଏଏନଏଫଓ ଗୋଟିଏ ଅତ୍ୟନ୍ତ ଦହନଶୀଳ ମିଶ୍ରଣ, ଯାହା ସାଧାରଣତଃ ଶିଳ୍ପାଞ୍ଚଳ ବିସ୍ଫୋରକରେ ବ୍ୟବହାର ହୋଇଥାଏ। ଏହାର ଦାମ ବହୁତ କମ ହୋଇଥିବାରୁ ପୂର୍ବରୁ ଆତଙ୍କବାଦୀମାନେ ଏହାକୁ ଆଇଇଡିରେ ବ୍ୟବହାର କରୁଥିଲେ। ଏବେ ସେହି ଏଏନଏଫକୁ ଦିଲ୍ଲୀ ୧୦/୧୧ ବିସ୍ଫୋରଣରେ ବ୍ୟବହାର କରାଯାଇଛି। 

କୁହାଯାଉଛି ଯେ ଡାକ୍ତର ମୁଜାମିଲ ଶକୀଲକୁ ପୁଲିସ୍‌ ବିସ୍ଫୋରକ ସହ ଜବତ କରିବା ପରେ ଉମର ପୂରା ଡରି ଯାଇଥିଲା। ଏଥିପାଇଁ ସେ ଫରିଦାବାଦ ଛାଡ଼ି ଦେଇଥିଲା। ଏହାପରେ ନିଜର ଦୁଇ ସହଯୋଗୀଙ୍କ ସହ ମିଶି ବିସ୍ଫୋରଣ ଯୋଜନା କରିଥିଲା।

ବିସ୍ଫୋରଣ ପାଇଁ ସେ କାରରେ ଡେଟୋନେଟର ଖଞ୍ଜି ଥିଲା ଓ ସନ୍ଧ୍ୟା ୬.୫୨ରେ ଲାଲକିଲ୍ଲା ନିକଟରେ ଆତ୍ମଘାତୀ ହମଲା କରିଥିଲା। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଅନେକ ମିଟର ଦୂରତା ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। 

Delhi Blast Blast In Delhi