/odisha-reporter/media/post_attachments/uploadimage/library/16_9/16_9_0/IMAGE_1720327954.jpg)
amravati-central-jail
ସେଣ୍ଟ୍ରାଲ ଜେଲ ଭିତରେ ହେଲା ଭୟଙ୍କର ବିସ୍ଫୋରଣ। ଏକ କ୍ରିକେଟ୍ ବଲ୍ ଭିତରେ ବାରୁଦ ରଖି ଜେଲ୍ ଭିତରକୁ ଫିଙ୍ଗିବା ପରେ ଏଥିରେ ବିସ୍ଫୋରଣ ହୋଇଛି। ଫଳରେ ଉଭୟ କଏଦୀ ଓ ପୁଲସ କର୍ମୀ ଭୟଭୀତ ହୋଇପଡିଛନ୍ତି। ତେବେ ଏଥିରେ କେହି ମୃତାତହ ହୋଇନଥିବା ସୂଚନା ମିଳିଛି।
ମହାରାଷ୍ଟ୍ରର ଅମରାବତୀ ସେଣ୍ଟ୍ରାଲ ଜେଲରେ ଶନିବାର ରାତିରେ ଘଟିଛି ଏହି ଘଟଣା। ଖବର ପାଇ ତୁରନ୍ତ ପୁଲିସ କମିଶନର ନବୀନଚନ୍ଦ୍ର ରେଡ୍ଡୀ, ଡିସିପି ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। କ୍ରିକେଟ ବଲ୍ ଭିତରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ଜେଲ ଭିତରେ ଆତଙ୍କ ଖେଳି ଯାଇଛି। କିଛି ଦୁର୍ବୃତ୍ତ ରାତରେ ଜେଲ କାନ୍ଥ ବାହାରେ ବାରୁଦ ଭର୍ତ୍ତି ଦୁଇଟି ବଲ୍ ଫୋପାଡିଥିବା ସନ୍ଦେହ କରାଯାଉଛି। ଏହି ସମୟରେ ଗୋଟିଏ ବଲ୍ରେ ବିସ୍ଫୋରଣ ହୋଇଥିବା ବେଳେ ଅନ୍ୟ ଏକ ବଲ୍ ଜବତ କରାଯାଇଛି।
ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି। କିନ୍ତୁ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କିଏ ଜେଲ୍ ଭିତରକୁ ଏଭଳି ବାରୁଦ ଭର୍ତ୍ତି ବଲ୍ ପିଙ୍ଗିଲା ସେନେଇ ପୁଲିସ ଯାଞ୍ଚ ଜାରି ରଖିଛି। ବିସ୍ଫୋରଣରେ କେଉଁ ପ୍ରକାରର ବାରୁଦ ବ୍ୟବହାର କରାଯାଇଥିବା ଫରେନ୍ସିକ୍ ଯାଞ୍ଚ ପରେ ଜଣାପଡିବ ବୋଲି ପୁଲିସ କମିଶନର ନବୀନଚନ୍ଦ୍ର ରେଡ୍ଡୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
