Advertisment

UPSC ଆଶାୟୀଙ୍କ ହତ୍ୟା ଘଟଣା: ବର୍ଷେ ପୂର୍ବରୁ ଅମୃତାଙ୍କ ସହିତ ସଂପର୍କ ଚ୍ଛିନ୍ନ କରିସାରିଥିଲା ପରିବାର

ଅମୃତା ତାଙ୍କର ଏକ୍ସ-ବୟଫ୍ରେଣ୍ଡ ସୁମିତ କଶ୍ୟପ ଓ ସୁମିତଙ୍କ ସାଙ୍ଗ ସନ୍ଦୀପ କୁମାରଙ୍କ ସହଯୋଗରେ ଲିଭ୍‌-ଇନ୍-ପାର୍ଟନର ରମକେଶ ମୀନାଙ୍କୁ ହତ୍ୟା କରି ପୋଡ଼ି ଦେଇଥିଲେ ଏବଂ ଏହି ଘଟଣାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ।

Amruta Chauhan

ଅମୃତା ଚୌହାନ ଓ ତାଙ୍କ ସହିତ ସଂପର୍କ ବିଚ୍ଛିନ୍ନ କରିବା ନେଇ ତାଙ୍କ ବାପା ଦେଇଥିବା ବିଜ୍ଞପ୍ତି

Advertisment

ଦିଲ୍ଲୀରେ ୟୁପିଏସ୍‌ସି ଆଶାୟୀ ରାମକେଶ ମୀନାଙ୍କ ହତ୍ୟା ଘଟଣାରେ ଗିରଫ ତାଙ୍କ ଲିଭ୍‌-ଇନ୍-ପାର୍ଟନର ଅମୃତା ଚୌହାନଙ୍କୁ ନେଇ ହୋଇଛି ଆଉ ଏକ ବଡ଼ ଖୁଲାସା। ଏହି ୨୧ ବର୍ଷୀୟ ଫରେନସିକ୍‌ ସାଇନ୍‌ସର ଛାତ୍ରୀଙ୍କ ସହିତ ତାଙ୍କ ପରିବାର ବର୍ଷେ ହେଲାଣି ସଂପର୍କ ଚ୍ଛିନ୍ନ କରିସାରିଛି।  

Advertisment

୨୦୨୪ ଜୁଲାଇ ୮ ତାରିଖରେ ଅମୃତାଙ୍କ ବାପା ଖବର କାଗଜରେ ଏକ ବିଜ୍ଞପ୍ତି ଦେଇଥିଲେ। ଏଥିରେ ସେ ଅମୃତାଙ୍କୁ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିରୁ ବେଦଖଲ କରିଥିବା ଦର୍ଶାଇଥିଲେ। ଅମୃତାଙ୍କ ଖରାପ ଆଚରଣ ଯୋଗୁ ସେ ଏଭଳି ପଦକ୍ଷେପ ନେଇଥିବା ଉଲ୍ଲେଖ କରିଥିଲେ। ଏହା ସହିତ ଅମୃତାଙ୍କ କୌଣସି କାର୍ଯ୍ୟ ପାଇଁ ତାଙ୍କ ପରିବାର ଦାୟୀ ରହିବ ନାହିଁ ବୋଲି ଘୋଷଣା କରିଥିଲେ। ଅମୃତା ତାଙ୍କର ଯେକୌଣସି କାର୍ଯ୍ୟ ପାଇଁ ନିଜେ ଦାୟୀ ରହିବେ। ଆଉ ଏହି ବିଜ୍ଞପ୍ତିକୁ ସେ ଦସ୍ତାବେଜ୍ ପ୍ରମାଣ ସ୍ୱରୂପ କୋର୍ଟରେ ମଧ୍ୟ ଦାଖଲ କରିଛନ୍ତି। 

ଅମୃତା ତାଙ୍କର ଏକ୍ସ-ବୟଫ୍ରେଣ୍ଡ ସୁମିତ କଶ୍ୟପ ଓ ସୁମିତଙ୍କ ସାଙ୍ଗ ସନ୍ଦୀପ କୁମାରଙ୍କ ସହଯୋଗରେ ଲିଭ୍‌-ଇନ୍-ପାର୍ଟନର ରମକେଶ ମୀନାଙ୍କୁ ହତ୍ୟା କରି ପୋଡ଼ି ଦେଇଥିଲେ ଏବଂ ଏହି ଘଟଣାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ।

Advertisment

କାହିଁକି ଓ କେମିତି ଘଟିଲା ଏହି ହତ୍ୟାକାଣ୍ଡ  
ମେ’ ମାସରୁ ରାମକେଶଙ୍କ ସହ ଏକାଠି ତାଙ୍କ ଫ୍ଲାଟରେ ରହୁଥିଲେ ଅମୃତା। ଏକାଠି ରହିବା ଭିତରେ ରାମକେଶ ବେଶ ଗୁପ୍ତ ଭାବେ ଅମୃତାଙ୍କର ଆପତ୍ତିଜନକ ଭିଡିଓ ଓ ଫଟୋ ଉଠାଇଥିଲେ। ସେହି ଫଟୋ ଓ ଭିଡିଓଗୁଡ଼ିକୁ ଡିଲିଟ କରିବାକୁ ଅମୃତା ତାଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ। କିନ୍ତୁ ଏହାକୁ କର୍ଣ୍ଣପାତ କରି ନଥିଲେ ରାମକେଶ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଥିଲା। 

ରାମକେଶଙ୍କ ଏତାଦୃଶ୍ୟ କାର୍ଯ୍ୟରେ ଅପମାନିତ ବୋଧ କରିଥିବା ଅମୃତା ତାଙ୍କୁ ଉଚିତ ଶିକ୍ଷା ଦେବାକୁ ପଣ କରିଥିଲେ। ସେଥିପାଇଁ ସେ ତାଙ୍କର ଏକ୍ସ-ବୟଫ୍ରେଣ୍ଡ ସୁମିତ କଶ୍ୟପଙ୍କ ସହଯୋଗ ନେଇଥିଲେ। ଅମୃତା ଓ ସୁମିତଙ୍କ ଯୋଜନାରେ ସାମିଲ ହୋଇଥିଲେ ସନ୍ଦୀପ। ସେ ହେଉଛନ୍ତି ସୁମିତଙ୍କ ବନ୍ଧୁ। ଉଭୟ ସୁମିତ ଓ ସନ୍ଦୀପ ହେଉଛନ୍ତି ମୋରାଦାବାଦର ବାସିନ୍ଦା। 

ଅକ୍ଟୋବର ୫ ତାରିଖ ରାତିରେ ଅମୃତା, ସନ୍ଦୀପ ଓ ସୁମିତ ମୋରଦାବାଦରୁ ଦିଲ୍ଲୀ ଯାଇଥିଲେ। ସେମାନେ ଦିଲ୍ଲୀର ଗାନ୍ଧି ବିହାର ସ୍ଥିତ ରାମକେଶଙ୍କ ଆପାର୍ଟମେଣ୍ଟକୁ ଯାଇଥିଲେ। ସେଠାରେ ୪ର୍ଥ ମହଲାରେ ଏକ ଫ୍ଲାଟରେ ରହୁଥିଲେ ରାମକେଶ। ସିସିଟିଭିରୁ ଜଣାପଡ଼ିଛି ଯେ ରାତି ପ୍ରାୟ ୨.୫୭ ମିନିଟରେ ଦୁଇ ଜଣ ମୁଖାଧାରୀ ଯୁବକ ଓ ଜଣେ ଯୁବତୀ ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲେ।

ସେମାନେ ସେଠାରୁ ବାହାରିବା କ୍ଷଣି ଆପାର୍ଟମେଣ୍ଟରେ ଭୟଙ୍କର ବିସ୍ଫୋରଣ ହେଉଛି। ଏହାକୁ ଆଧାର କରି ପୁଲିସ୍‌ ଯାଞ୍ଚ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଫରେନ୍‌ସିକ ରିପୋର୍ଟ ମଧ୍ୟ ରାମକେଶଙ୍କୁ ହତ୍ୟା କରାଯାଇଥିବା ନିଶ୍ଚିତ କରିଥିଲା। 

amritaaa
ରାମକେଶ ଓ ଅମୃତା

ପୁଲିସ ତଦନ୍ତ ବେଳେ ଅମୃତାଙ୍କ ମୋବାଇଲ ଲୋକେସନ ଅପରାଧ ଘଟିଥିବା ସ୍ଥାନରେ ରହିଥିବା ଜଣାପଡ଼ିଥିଲା। ତାଙ୍କ କଲ ଡିଟେଲକୁ ଯାଞ୍ଚ କରିବା ପରେ ପୂରା ଘଟଣା ଉପରୁ ପରଦା ହଟିଥିଲା। 

ମୋରଦାବାଦରେ ଏକାଧିକ ରେଡ କରାଯିବା ପରେ ଅମୃତାଙ୍କୁ ଅକ୍ଟୋବର ୧୮ରେ ଗିରଫ କରାଯାଇଥିଲା। ଜେରା ବେଳେ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲେ। ଏଥିସହ ସନ୍ଦୀପ ଓ ସୁମିତି କେମିତି ରାମକେଶଙ୍କୁ ପୋଡ଼ିବା ପୂର୍ବରୁ ମାଡ଼ ମାରିଥିଲେ ଓ ତଣ୍ଟି ଚିପି ହତ୍ୟା କରିଥିଲେ, ସେକଥା ପୁଲିସ୍‌କୁ ଜଣାଇଥିଲେ।

ରାମକେଶଙ୍କୁ ମାଡ଼ ମାରିବା ପରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଏହାପରେ ଅଭିଯୁକ୍ତମାନେ ତାଙ୍କ ଉପରେ ଘିଅ, ତେଲ ଓ ମଦ ଢାଳିଥିଲେ। ସେମାନେ ବିସ୍ଫୋରଣ କରିବା ପାଇଁ ଘରେ ଥିବା ଗ୍ୟାସ ସିଲିଣ୍ଡରକୁ ମଧ୍ୟ ଖୋଲି ଦେଇଥିଲେ। 

ସୁମିତ ଜଣେ ଏଲପିଜି ବିତରକ ଭାବେ କାମ କରୁଥିଲେ। ତେଣୁ ସେ ବେଶ୍‌ ସହଜରେ ଗ୍ୟାସ ସିଲିଣ୍ଡରକୁ କେମିତି ବିସ୍ଫୋରଣ କରି ଦୁର୍ଘଟଣାର ରୂପ ଦିଆଯାଇ ପାରିବ, ସେକଥା ଭଲ ଭାବେ ଜାଣିଥିଲେ। 

ପୁଲିସ କହିଛି ଯେ ଅମୃତା ଫରେନ୍‌ସିକ ସାଇନ୍ସର ଛାତ୍ରୀ ହୋଇଥିବାରୁ ଓ ବହୁତ କ୍ରାଇମ ୱେବ ସିରିଜ ଦେଖୁଥିବାରୁ ଏହି ହତ୍ୟାକାଣ୍ଡକୁ କିପରି ଦୁର୍ଘଟଣାର ରୂପ ଦିଆଯାଇପାରିବ, ସେ ଦିଗରେ ଚେଷ୍ଟା କରିଥିଲେ। 

ପୁଲିସ ସୁମିତ ଓ ସନ୍ଦୀପଙ୍କୁ ଗିରଫ କରିବା ସହିତ ଏହି ଘଟଣା ସହିତ ସଂପୃକ୍ତ ଅନେକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe