Advertisment

ଖଲିସ୍ତାନ ଯୋଜନା ସମ୍ପର୍କରେ ବଡ଼ ତଥ୍ୟ ଦେଲା ଅମ୍ରିତପାଲର ବଡିଗାର୍ଡ

ପଞ୍ଜାବ ପୁଲିସ ଅମ୍ରିତପାଲର ବଡିଗାର୍ଡ ତେଜିନ୍ଦର ସିଂହ ଓରଫ ଗୋରଖା ବାବାକୁ ଗିରଫ କରିଛି। ମାଲଉଡ ଅଞ୍ଚଳରେ ଗୋରଖା ବାବା ରହିଥିବା ବେଳେ ପୁଲିସ୍‌ ତା’କୁ ଗିରଫ କରିବାରେ ସକ୍ଷମ ହୋଇଛି।

Amritpal singh

Amritpal singh

Advertisment

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ୮ ଦିନ ପରେ ମଧ୍ୟ ପୁଲିସ୍‌ ପଞ୍ଝାରେ ପଡ଼ିନାହିଁ। ପୁଲିସ୍‌ ତାକୁ ସମଗ୍ର ଦେଶରେ ଖୋଜୁ ଥିଲେ ହେଁ ସେ ବେଶ ବଦଳାଇ ବେଶ ଆରାମରେ ବୁଲିବାରେ ଲାଗିଛି। ଅମ୍ରିତପାଲ ପାଖରେ ପୁଲିସ୍‌ ପହଞ୍ଚି ପାରୁ ନଥିବା ବେଳେ ତା’ର ସହଯୋଗୀମାନଙ୍କୁ ଗିରଫ କରିବାରେ ଲାଗିଛି।

Advertisment

ଏହିକ୍ରମରେ ପଞ୍ଜାବ ପୁଲିସ ଅମ୍ରିତପାଲର ବଡିଗାର୍ଡ ତେଜିନ୍ଦର ସିଂହ ଓରଫ ଗୋରଖା ବାବାକୁ ଗିରଫ କରିଛି। ମାଲଉଡ ଅଞ୍ଚଳରେ ଗୋରଖା ବାବା ରହିଥିବା ବେଳେ ପୁଲିସ୍‌ ତା’କୁ ଗିରଫ କରିବାରେ ସକ୍ଷମ ହୋଇଛି।

ପଞ୍ଜାବ ପୁଲିସ କହିଛି ଯେ ଗୋରଖା ବାବା ହେଉଛି ଅମ୍ରିତପାଲର ଅତ୍ୟନ୍ତ ଘନିଷ୍ଠ। ତା’ ୪ ପାଖରେ ରହୁଥିବା ସୁରକ୍ଷ୍ୟ ବାହିନୀରେ ଗୋରଖା ବାବା ଜଣେ ସଦସ୍ୟ। ଏଥିସହ ଅମ୍ରିତପାଲର ତଥାକଥିତ ଆନନ୍ଦପୁର ଖାଲସା ଫୌଜ(ଏକେଏଫ)ର ସଦସ୍ୟ ଭାବେ ମଧ୍ୟ ଗୋରଖା ବାବା କାମ କରୁଥିଲା। ପୁଲିସ୍‌ ତା’କୁ ଗିରଫ କରିବା ପରେ ସେ ଖଲିସ୍ତାନ ସମ୍ପର୍କରେ ସାଂଘାତିକ ତଥ୍ୟ ଦେଇଛି।

Advertisment

ଅମ୍ରିତପାଲ ହିଁ ଏକେଏଫ ଗଠନ କରିଥିଲା। ଖଲିସ୍ତାନ ସଂଘର୍ଷକୁ ଅସ୍ତ୍ରଶସ୍ତ୍ର ଦିଗରେ ସହଯୋଗ ପାଇଁ ଏହି ସଂଗଠନକୁ ସଂପ୍ରସାରଣ କରାଯାଉଥିଲା। ଗୋରଖା ବାବାକୁ ମିଳିଥିବା ବନ୍ଧୁକରେ ଏକେଏଫ ଲେଖା ରହିଥିଲା।

ସେ ମଧ୍ୟ ଏକେଏଫର ବନ୍ଧୁକ ଚଳନା ଓ ସାମରିକ ଡ୍ରିଲ୍ସରେ ସାମିଲ ହୋଇଥିଲା। ପୁଲିସ୍‌ ତା‘ ଫୋନରୁ ଖଲିସ୍ତାନର ପତାକା ଓ ଲୋଗ ଜବତ କରିଛି। ଏହାବାଦ ଯୁବ ଗୋଷ୍ଠୀଙ୍କୁ କେମିତି ବନ୍ଧୁକ ଚଳାଇବାକୁ ପଡ଼ିବ ଓ ଗୁଳି ଭର୍ତ୍ତି କରିବାକୁ ହେବ, ସେ ସଂକ୍ରାନ୍ତ ଭିଡିଓ ମଧ୍ୟ ମୋବାଇଲରୁ ରହିଛି। କହିବାକୁ ଗଲେ ତାଲିମ ସରିବା ପରେ ଏକେଏଫର ସଦସ୍ୟମାନେ ଖଲିସ୍ତାନ ପ୍ରଦେଶ ଗଠନ ପାଇଁ ସଂଘର୍ଷ ଆରମ୍ଭ କରିଥାଆନ୍ତେ। ଅମ୍ରିତପାଲ ଏହା ପଛର ମାଷ୍ଟରମାଇଣ୍ଡ ରହିଥିଲା।

ଅନ୍ୟପକ୍ଷରେ ୭ ଦିନ ତଳେ ଜଲନ୍ଧରରୁ ଫେରାର ହୋଇଯାଇଥିବା ଅମ୍ରିତପାଲର ଆଉ ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଫର୍ମାଲ ପ୍ୟାଣ୍ଟ-ଶାର୍ଟ ଓ ସନ ଗ୍ଲାସ ପିନ୍ଧି ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟଟି ମାର୍ଚ୍ଚ ୨୦ ତାରିଖର। ଅମ୍ରିତପାଲ ଅମୃତସରର ଗୋଟିଏ ରାସ୍ତାରେ ଚାଲିଚାଲି ଯିବା ବେଳେ ସ୍ଥାନୀୟ କ୍ୟାମେରାରରେ ଏହା କଏଦ ହୋଇଥିଲା। ଅମୃତସରରୁ ସେ ହରିଆଣାର କୁରୁକ୍ଷେତ୍ର ଯାଇଥିଲା। ସେଠାରୁ ଏବେ ସେ ଦିଲ୍ଲୀ ଅଭିମୁଖେ ଆସିବାକୁ ମସୁଧା କରୁଥିବା ଜଣାପଡ଼ିଛି।

Police Punjab Khalistan Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe