Advertisment

ଖଲିସ୍ତାନୀ ନେତା ଅମ୍ରିତପାଲ ଆତ୍ମସମର୍ପଣ ନ କରି ପାକିସ୍ତାନ ପଳାଉ: ଲୋକସଭା ସାଂସଦ

ସେ ରବି ନଦୀ ଅତିକ୍ରମ କରୁ ଓ ପାକିସ୍ତାନ ଚାଲି ଯାଉ। ଆମେ ୧୯୮୪ରେ ମଧ୍ୟ ପାକିସ୍ତାନ ଯାଇଥିଲୁ। କ’ଣ ଆମେ ଯାଇ ନଥିଲୁ?

ଅଦ୍ୟତନ ହୋଇଛି
MP Simranjit Singh

MP Simranjit Singh

Advertisment

ଲୋକସଭା ସାଂସଦ ଓ ଶିରମଣୀ ଅକାଳୀ ଦଳ (ଅମୃତସର) ମୁଖ୍ୟ ଶିମରନଜିତ ସିଂହ ମାନ ଖୋଲାଖୋଲି ଭାବେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ଆତ୍ମସମର୍ପଣ କରିବାକୁ ମନା କରିଛନ୍ତି। ସେ କହିଛନ୍ତି, “ଅମ୍ରିତପାଲ ସିଂହ ଆତ୍ମସମର୍ପଣ ନ କରୁ। ସେ ରବି ନଦୀ ଅତିକ୍ରମ କରୁ ଓ ପାକିସ୍ତାନ ଚାଲି ଯାଉ।

Advertisment

ଆମେ ୧୯୮୪ରେ ମଧ୍ୟ ପାକିସ୍ତାନ ଯାଇଥିଲୁ। କ’ଣ ଆମେ ଯାଇ ନଥିଲୁ? ଯଦି ଅମ୍ରିତପାଲ ପାକିସ୍ତାନ ଚାଲି ଯାଉଛି, ତା’ହେଲେ ଶିଖ୍‌ ଇତିହାସ ନିଶ୍ଚିତ ଏହାକୁ ଠିକ ଦର୍ଶାଇବ। କାରଣ ତା’ ଜୀବନ ବିପଦରେ ରହିଛି ଓ ସରକାର ଆମ ସ୍ୱରକୁ ଚାପି ଦେଉଛନ୍ତି।”

ଶିମରନଜିତ ସିଂହ ମାନ ୧୯୮୪ର ଘଟଣା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେତେବେଳେ ଶିଖ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ‌ଖଲିସ୍ତାନୀ ନେତା ଜର୍ଣ୍ଣାଲି ସିଂହ ଭିନ୍ଦରନୱାଲେ ଓ ଅନ୍ୟ ଆତଙ୍କୀଙ୍କୁ ମାରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ଦୁଇ ଶିଖ ବଡିଗାର୍ଡ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପୂରା ଦେଶରେ ହିଂସା ସୃଷ୍ଟି କରିଥିଲା ଓ ୧୯୮୪ରେ ଶିଖ ବିରୋଧୀ ନରସଂହାର ଘଟିଥିଲା।

Advertisment

ଅପରେସନ ବ୍ଲୁ ଷ୍ଟାରର ନେତୃତ୍ୱ ନେଇଥିବା ଲ୍ୟୁଟନାଣ୍ଟ ଜେନେରାଲ କେଏସ ବ୍ରାର କହିଥିଲେ ଯେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ପାକିସ୍ତାନ ସମର୍ଥନ କରିବାର ପୂରା ସମ୍ଭାବନା ରହିଛି। କାରଣ ଯଦି କୌଣସି ସ୍ୱତନ୍ତ୍ର ଖଲିସ୍ତାନ ଦେଶ ଗଠନ ହେବ, ତା’ହେଲେ ପାକିସ୍ତାନ ଏହାକୁ ସମର୍ଥନ କରିବ।

ଅମ୍ରିତପାଲ ସ୍ୱର୍ଣ୍ଣ ମନ୍ଦିରରେ ଆୟୋଜିତ ହେବାକୁ ଥିବା ବୈଶାଖୀ କାର୍ଯ୍ୟକ୍ରମରେ ଆତ୍ମସମର୍ପଣ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ସେ ନିଜେ ଖଣ୍ଡନ ମଧ୍ୟ କରିଥିଲା। ଏସବୁ ଭିତରେ ଶିମରନଜିତଙ୍କ ବୟାନ ସାମ୍ନାକୁ ଆସିଛି।

Pakistan Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe