Advertisment

ଅଳ୍ପକେ ପୁଲିସ୍‌ ହାତରୁ ଖସିଗଲା ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହ

ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବାରୁ ସରକାର ଆସନ୍ତାକାଲି ଯାଏ ପଞ୍ଜାବରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦେଇଛନ୍ତି। ଇଣ୍ଟରନେଟ ସହ ଏସଏମଏସ ସେବାକୁ ବନ୍ଦ କରାଯାଇଛି।

Amritpal Singh

Amritpal Singh

Advertisment

ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ସିଂହକୁ ଗିରଫ କରିବା ପାଇଁ ପଞ୍ଜାବ ପୁଲିସ୍‌ ଆଜି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏହି ସର୍ଚ୍ଚ ଅପରେସନ ବେଳେ ଅମ୍ରିପାଲ ସିଂହର କନଭୟକୁ ପୁଲିସ ଜଲନ୍ଧର ପାଖରେ ଅଟକାଇ ଗିରଫ କରିବାକୁ ଚେଷ୍ଟା କରିଥିଲା। ହେଲେ ପୁଲିସ୍‌କୁ ଚକମା ଦେଇ ଅମ୍ରିତପାଲ ସିଂହ ଜଲନ୍ଧରର ମେହାତପୁର ଠାରୁ ଖସି ଯିବାକୁ ସକ୍ଷମ ହୋଇଛି। ତେବେ ତା’ର ୬ ଜଣ ସହଯୋଗୀଙ୍କୁ ପୁଲିସ୍‌ ଅଟକ ରଖିଛି।

Advertisment

ଏହି ଖବର ପ୍ରଚାର ହେବା ପରେ ଅମ୍ରିତପାଲ ସିଂହର ସମର୍ଥକମାନେ ପଞ୍ଜାବର ବିଭିନ୍ନ ସ୍ଥାନରେ ମେଳି ବାନ୍ଧିକା ଆରମ୍ଭ କରିଛନ୍ତି। ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବାରୁ ସରକାର ଆସନ୍ତାକାଲି ଯାଏ ପଞ୍ଜାବରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦେଇଛନ୍ତି। ଇଣ୍ଟରନେଟ ସହ ଏସଏମଏସ ସେବାକୁ ବନ୍ଦ କରାଯାଇଛି। କେବଳ ବ୍ୟାଙ୍କିଙ୍ଗ ଓ ରିଜାର୍ଜ ଏସଏମଏସ୍‌ କାର୍ଯ୍ୟକ୍ଷମ ହେବ। ଲୋକମାନେ ଫୋନରେ କଥା ମଧ୍ୟ ହୋଇପାରିବେ। ହେଲେ ଇଣ୍ଟରନେଟ ଆସନ୍ତାକାଲି ଦିନ ୧୨ଟା ଯାଏ କାମ କରିବ ନାହିଁ। 

ଏଥିସହ ଅମ୍ରିତପାଲ ସିଂହକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍‌ ରେଡ ମଧ୍ୟ କରୁଛି। ଗତ ମାସରେ ସିଂହ ଓ ତା’ର ସମର୍ଥକମାନଙ୍କୁ ଖଲିସ୍ତାନ ସପକ୍ଷବାଦୀ ଭାବେ ଘୋଷଣା କରାଯାଇଥିଲା। ସିଂହ ମଧ୍ୟ ଖୋଲାଖୋଲି ଖଲିସ୍ତାନ ଗଠନ ସପକ୍ଷରେ ମତ ରଖିଥିଲା।

Advertisment

ପୁଲିସ୍‌ କିଛି ଦିନ ତଳେ ଅମ୍ରିତପାଲ ସିଂହର ଜଣେ ସହଯୋଗୀକୁ ଗିରଫ କରିଥିଲା। ତା’କୁ ଥାନାରୁ ଖଲାସ କରିବା ପାଇଁ ହଜାର ହଜାର ଲୋକ ସେଠାରେ ପହଞ୍ଚିଥିଲେ। ପୁଲିସ୍‌କୁ ଆକ୍ରମଣ ମଧ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସିଂହର ଗିରଫ ସହଯୋଗୀକୁ ଜାମିନ ମିଳିଥିଲା। ତେବେ ସେବେଠାରୁ ଅମ୍ରିତପାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ପ୍ରଥମେ ୱାରିସ ପଞ୍ଜାବ ଦେର କର୍ମକର୍ତ୍ତାମାନଙ୍କ ବନ୍ଧୁକ ଲାଇସେନ୍ସ ବାତିଲ କରାଯାଇଥିଲା। ଏହାପରେ ଅମ୍ରିତପାଲର ସୋଶାଲ ମିଡିଆ ଆକାଉଣ୍ଟ ଚଳାଉଥିବା ଗୁର ଅଉଜଲାକୁ ପୁଲିସ ଅଟକ ରଖିଥିଲା। ଅମ୍ରିତପାଲ ସିଂହ ବିରୋଧରେ ଜଣେ ବ୍ୟକ୍ତି ଅପହରଣ ଅଭିଯୋଗ ଆଣିବା ପରେ ପୁଲିସ୍‌ ମାମଲା ରୁଜୁ କରିଥିଲା।

ଏହି କେସ୍‌ରେ ମୋଟ ୩୦ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଆଜି ତାକୁ ଉକ୍ତ ମାମଲାରେ ଗିରଫ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲେ ହେଁ ସେ ଖସି ଯିବାକୁ ସକ୍ଷମ ହୋଇଛି। ଦୀର୍ଘଦିନ ହେଲା ଦୁବାଇରେ ରହୁଥିବା ଅମ୍ରିତପାଲ ସିଂହ ଗତବର୍ଷ ଭାରତ ଆସିଛି। ସେ ନିଜକୁ ଖଲିସ୍ତାନ ସପକ୍ଷବାଦୀ କହୁଥିବା ବେଳେ ଭାରତୀୟ ନୁହେଁ ବୋଲି ଖୋଲାଖୋଲି ଘୋଷଣା କରିଛି।

Police Punjab Punjab Govt Khalistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe