Advertisment

ଉତ୍ତରାଖଣ୍ଡରେ ଅମୃତପାଲ ସିଂ ଲୁଚିଥିବା ଚର୍ଚ୍ଚା

ଅମୃତପାଲ ସିଂ ପଞ୍ଜାବରୁ ଖସି ଯାଇ ହରିୟାଣା ଦେଇ ଉତ୍ତରାଖଣ୍ଡ ପଳାଇଥିବା ସନ୍ଦେହ କରାଯାଉଛି।

undefined

Amritpal Singh

Advertisment

ଉତ୍ତରାଖଣ୍ଡରେ ପଳାତକ ବିଚ୍ଛିନ୍ନତାବାଦୀ ଖଲିସ୍ଥାନୀ ନେତା ଅମୃତପାଲ ସିଂ ଥିବା ସୂଚନା ମିଳିଛି। ଅମୃତପାଲ ସିଂ ପଞ୍ଜାବରୁ ଖସି ଯାଇ ହରିୟାଣା ଦେଇ ଉତ୍ତରାଖଣ୍ଡ ପଳାଇଥିବା ସନ୍ଦେହ କରାଯାଉଛି। ହରିୟାଣା କୁରୁକ୍ଷେତ୍ର ଜିଲ୍ଲାରେ ଏକ ସିସିଟିଭିରୁ ଏନେଇ ପ୍ରମାଣ ମିଳିଛି । ଗତ ୨୦ରେ କୁରୁକ୍ଷେତ୍ରରେ ଜଣେ ମହିଳାଙ୍କ ଘରେ ଅମୃତପାଲ ସିଂ ଆଶ୍ରୟ ନେଇଥିଲା । ତେବେ ଅମୃତପାଲଙ୍କୁ ଆଶ୍ରୟ ଦେଇଥିବା ମହିଳାଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ। ହରିୟାଣାରୁ ଉତ୍ତରାଖଣ୍ଡ ଖସି ଯାଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଚଳାଇଛି ପଞ୍ଜାବ ପୁଲିସ ।

Advertisment

ଗତ ୧୮ ତାରିଖରୁ ଅମୃତପାଲ ସିଂକୁ ଧରିବାକୁ ଚେଷ୍ଟା ଚଳାଇଛି ପଞ୍ଜାବ ପୁଲିସ । ତେବେ ଏଯାଏଁ ମିଳିନି ସଫଳତା। ସେପଟେ ପୁଲିସ ଅମୃତପାଲ ସିଂର ଦେହରକ୍ଷୀ ସମେତ ୨୦୭ ଜଣଙ୍କୁ ଗିରଫ କରି ସାରିଲାଣି । ପୁଲିସର ସୂଚନାନୁସାରେ, ପଳାୟନ ସମୟରେ ଅମୃତପାଲ ସିଂ ପ୍ରଥମେ ଶାହକୋଟ (ଜଲନ୍ଦର) ର ମର୍ସିଡିଜରୁ ଏକ ବ୍ରେଜା କାରରେ ଚଢ଼ିଥିଲେ। ତା’ପରେ ନାଙ୍ଗାଲ ଆମ୍ବିଏନ୍ (ଜଲନ୍ଦର ଗ୍ରାମୀଣ) ରେ ସେ ପ୍ଲାଟିନା ମୋଟର ସାଇକେଲରେ ବ୍ରଜା କାରରୁ ଓହ୍ଲାଇ ପଳାଇ ଯାଇଥିଲେ।

ବାଇକର ପେଟ୍ରୋଲ ସରିଯିବାରୁ ସେ ଦାରୁପୁର (ଜଲନ୍ଦର ଗ୍ରାମୀଣ) ରେ ତିନି ଚକିଆ ରିକ୍ସା ନେଇଥିଲେ। ଏହା ପରେ ଅମୃତପାଲ ଏବଂ ପପାଲ ପ୍ରୀତ ବନ୍ଧୁକ ମୁନରେ ଏକ ମୋଟର ସାଇକେଲ ଲୁଟ କରିଥିଲେ। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହକୁ ନେଇ ଖୋଳତାଢ଼ ଏବେ ବି ଜାରି ରହିଛି। ତାକୁ ଗିରଫ କରିବାକୁ ପୁଲିସ ଲଗାତର ଉଦ୍ୟମ ଜାରି ରଖିଛି।

Advertisment
Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe