Advertisment

୧୨ ଘଣ୍ଟାରେ ୫ ଗାଡ଼ି ବଦଳାଇଥିଲା, ବନ୍ଧୁକ ମୁନରେ ବାଇକ ଲୁଟ କରିଥିଲା ଅମ୍ରିତପାଲ ସିଂହ

ଶନିବାର ସେ ଜଲନ୍ଧର ଠାରେ ପୁଲିସ୍‌କୁ ଚକମା ଦେଇଥିବା ବେଳେ ସିଧା ହରିଆଣାରେ ପହଞ୍ଚିଥିଲା। ସେଠାରେ ରବିବାର ଜଣେ ସହଯୋଗୀଙ୍କ ଘରେ ରହିଥିଲା। ପୁଣି ସକାଳୁ ସକାଳୁ ସେ ଫେରାର ହୋଇଯାଇଥିଲା।

Amritpal Singh

Amritpal Singh

Advertisment

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ଧରିବା ପାଇଁ ପୁଲିସ ଶନିବାରୁ ଠାରୁ ଉଦ୍ୟମ କରୁଥିଲେ ହେଁ ଏଯାଏ ସଫଳତା ପାଇନି। ଅପରେସନ ଅମ୍ରିତପାଲ ଆଜି ୬ଷ୍ଠ ଦିନରେ ପ୍ରବେଶ କରିଛି। ଶନିବାର ସେ ଜଲନ୍ଧର ଠାରେ ପୁଲିସ୍‌କୁ ଚକମା ଦେଇଥିବା ବେଳେ ସିଧା ହରିଆଣାରେ ପହଞ୍ଚିଥିଲା। ସେଠାରେ ରବିବାର ଜଣେ ସହଯୋଗୀଙ୍କ ଘରେ ରହିଥିଲା। ପୁଣି ସକାଳୁ ସକାଳୁ ସେ ଫେରାର ହୋଇଯାଇଥିଲା।

Advertisment

ପୁଲିସ୍‌କୁ ଚକମା ଦେବା ପାଇଁ ୧୨ ଘଣ୍ଟା ମଧ୍ୟରେ ଅମ୍ରିତପାଲ ୫ଟି ଗାଡ଼ି ବଦଳାଇଥିଲା। ଏପରି କି ସେ ବନ୍ଧୁକ ମୁନରେ ଗୋଟିଏ ଗାଡ଼ି ମଧ୍ୟ ଚୋରି କରିଥିଲା। ଶନିବାର ପୁଲିସ୍‌ ଅମ୍ରିତପାଲକୁ ଧରିବାକୁ ଚେଷ୍ଟା କରିଥିଲେ ହେଁ ସେ ଖସି ଯାଇଥିଲା। ଏହାପରେ ପଞ୍ଜାବ ପୁଲିସ୍‌ର ଏକାଧିକ ଟିମ ଅପରେସନ ଅମ୍ରିତପାଲ ଆରମ୍ଭ କରିଥିଲେ।

ଶନିବାର ଏହି ଆତ୍ମଘୋଷିତ ଧର୍ମ ପ୍ରଚାରକ ଅମ୍ରିତପାଲକୁ ପ୍ରଥମେ ଗୋଟିଏ ମର୍ସିଡିଜ୍‌ ଏସ୍‌ୟୁଭିରେ ଦେଖିବାକୁ ମିଳିଥିଲା। ଏହାପରେ ସେ ମାରୁତି ବ୍ରେଜାରେ ଜଲନ୍ଧରର ଶାହକୋଟରେ ବୁଲିଥିବା ନଜରକୁ ଆସିଥିଲା। କାର ଭିତରେ ହିଁ ସେ ତା’ର ପୋଷାକ ବଦଳାଇଥିଲା।

Advertisment

ଏହି କାରରେ କିଛି ବାଟ ଯିବା ପରେ ନାଙ୍ଗଲ ଅମବିୟାନ ଠାରେ ସେ ପୁଣି ଗୋଟିଏ ଗାଡ଼ି ବଦଳାଇ ବଜାଜ ପ୍ଲାଣ୍ଟିନା ବାଇକରେ ଯାତ୍ରା କରିଥିଲା। ଏହି ଗାଡ଼ିକୁ ତା’ର ଜଣେ ସହଯୋଗୀ ଚଳାଉଥିଲା। ପ୍ଲାଣ୍ଟିନାରୁ ତେଲ ସରିଯିବାରୁ ଦାରାପୁରରେ ସେ ଗୋଟିଏ ଡିଜେଲ ଚାଳିତ ଅଟୋରେ ବସିଥିଲା।

ଅଟୋକରେ ଯାତ୍ରା କରିବା ପରେ ଅମ୍ରିତପାଲ ଓ ତା’ର ସହଯୋଗୀ ପାପ୍ପାଲ ପ୍ରୀତ ବନ୍ଧୁକ ମୁନର ଗୋଟିଏ ହିରୋ ସ୍ପ୍ଲେଣ୍ଡର ଚୋରି କରିଥିଲେ। ୧୮ ମାର୍ଚ୍ଚରେ ଉକ୍ତ ଚୋରି ବାଇକରେ ଅମ୍ରିତପାଲ ଓ ତା’ର ସହଯୋଗୀ ସନ୍ଧ୍ୟା ୬.୪୬ରେ ଲୁଧିଆନାର ଶେଖପୁର ଅତିକ୍ରମ କରୁଥିବା ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

ସ୍ପ୍ଲେଣ୍ଡର ମାଲିକଙ୍କ ଚୋରି ଅଭିଯୋଗ ପରେ ପୁଲିସ୍‌ ଯାଞ୍ଚ କରି ଉକ୍ତ ବାଇକକୁ ଜବତ କରିଛି। ସେହିପରି ଅମ୍ରିତପାଲ ବ୍ୟବହାର କରିଥିବା ମର୍ସିଡିଜ୍‌, ମାରୁତି ବ୍ରେଜା ଓ ବଜାଜ ପ୍ଲାଣ୍ଟିନା ବାଇକୁ ମଧ୍ୟ ଠାବ କରିଛି।

ଅନ୍ୟପକ୍ଷରେ ପଞ୍ଜାବରୁ ଖସିଯିବା ପରେ ଅମ୍ରିତପାଲ ହରିଆଣା ଚାଲି ଯାଇଥିଲା। ରବିବାର ସେ ତା’ର ଜଣେ ସହଯୋଗୀଙ୍କ ଘରେ ରାତି କାଟିଥିଲା ଓ ତା’ ପର ଦିନ ସକାଳୁ ସେଠାରୁ ଚାଲି ଯାଇଥିଲା।

ତା’କୁ ଆଶ୍ରୟ ଦେଇଥିବା ମହିଳା ହେଉଛନ୍ତି ବଲଜୀତ କୌର। ତାଙ୍କୁ ପୁଲିସ ଗିରଫ କରିଛି। କୌର ପୁଲିସ୍‌କୁ କହିଛନ୍ତି ଯେ ଅମ୍ରିତପାଲ ଓ ତା’ର ଜଣେ ସହଯୋଗୀ କୁରୁକ୍ଷେତ୍ର ଜିଲ୍ଲାରେ ଥିବା ତାଙ୍କ ଘରକୁ ଗୋଟିଏ ସ୍କୁଟର ଦ୍ୱାରା ଆସିଥିଲେ। ସେମାନେ ରହିବାକୁ କହିବାରୁ କୌର ଆଶ୍ରୟ ଦେଇଥିବା ପୁଲିସ୍‌କୁ କହିଛନ୍ତି।

ଏହାବାଦ ଅମ୍ରିତପାଲ ପାଇଁ ପ୍ରାଇଭେଟ ସୁରକ୍ଷାର ବ୍ୟବସ୍ଥା କରିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଏହାକୁ ମିଶାଇ ପୁଲିସ୍‌ ଏଯାଏ ଅମ୍ରିତପାଲ ଲିଙ୍କରେ ୧୨୦ରୁ ଅଧିକ ଲୋକଙ୍କୁ ଗିରଫ କରିସାରିଲାଣି।

Punjab Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe