Advertisment

ସ୍ୱର୍ଣ୍ଣ ମନ୍ଦିରରେ ଆତ୍ମସମର୍ପଣ କରିବେ ଅମୃତପାଲ ସିଂହ !

ପୁଲିସ ଆଖିରେ ଧୂଳି ଦେଇ ଚୋର-ପୁଲିସ ଖେଳ ଖେଳୁଥିବା ଖାଲିସ୍ତାନୀ ନେତା ଅମୃତପାଲ ସିଂହ ପଞ୍ଜାବ ଫେରି ଆସିଥିବା ସୂଚନା ମଳିଛି।

undefined

Amritpal Singh

Advertisment

ପୁଲିସ ଆଖିରେ ଧୂଳି ଦେଇ ଚୋର-ପୁଲିସ ଖେଳ ଖେଳୁଥିବା ଖାଲିସ୍ତାନୀ ନେତା ଅମୃତପାଲ ସିଂହ ପଞ୍ଜାବ ଫେରି ଆସିଥିବା ସୂଚନା ମଳିଛି। ଫେରାର ହେବାର ସପ୍ତାହେରୁ ଊର୍ଦ୍ଧ୍ୱ ଧରି ଲୁଚା-ଛପା ଖେଳ ଖେଳି ପୁଲିସକୁ ନାକେଦମ କରିଥିବା ଅମୃତପାଲ ସିଂହ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ଆତ୍ମସମର୍ପଣ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଅମୃତସରରେ ହାଇ ଆଲର୍ଟ ଜାରି କରାଯାଇଛି। ଖାଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀ ତଥା ‘ୱାରିସ୍ ପଞ୍ଜାବ ଦେ’ ମୁଖ୍ୟ ପଳାତକ ଅମୃତପାଲ ସିଂହରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେ କହୁଛନ୍ତି, ଯେ ତାର କେହି କିଛି କରିପାରିବେ ନାହିଁ ।

Advertisment

ଷଡ଼ଯନ୍ତ୍ର କରି ପୁଲିସ ତା ଉପରେ ଏନଏସଏ ଲଗାଇଛି । ସେ ଆହୁରି ମଧ୍ୟ ଦାବି କରିଛି ଯେ ସେ ଶିଖ ସମ୍ପ୍ରଦାୟର ଅଧିକାର ପାଇଁ ଲଢୁଛନ୍ତି। ଶିଖମାନେ ଏକାଠି ହେବାକୁ ସେ ଆହ୍ୱାନ ଜଣାଇଛି । ୪୦ ମିନିଟର ଏହି ଭିଡିଓରେ ସେ କହିଛି ଯେ ତାଙ୍କ ଉପରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ତା ବିରୋଧରେ ନୁହେଁ, ବରଂ ସମଗ୍ର ଶିଖ ସଂପ୍ରଦାୟ ବିରୋଧରେ ଏକ କାର୍ଯ୍ୟାନୁଷ୍ଠାନ । ଯଦି ସରକାର ତାଙ୍କୁ ଗିରଫ କରିବାକୁ ଚାହିଁଥାଆନ୍ତେ, ତେବେ ତା ଘରୁ ତାକୁ ଗିରଫ କରିପାରିଥାନ୍ତେ । ତେବେ ଗିରଫ ହେବା ପାଇଁ ତାକୁ ଭୟ ନାହିଁ ବୋଲି ସେ କହିଛି ।

ତେବେ ତାଙ୍କ ଆତ୍ମସମର୍ପଣକୁ ନେଇ ଅମୃତସର ପୁଲିସ କମିଶନର ନୌନିହାଲ ସିଂହ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ପାଖରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe