Advertisment

ଅମୃତପାଲ ସିଂହଙ୍କ ମା’ ଓ ଦାଦାଙ୍କୁ ବାନ୍ଧିଲା ପୁଲିସ୍‌

ଗତ ବର୍ଷ ଏପ୍ରିଲରୁ ଅମୃତପାଲ ସିଂହ ଗିରଫ ହୋଇ ଆସାମର ଦିବ୍ରୁଗଡ଼ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ବେଳେ ଏବେ ତାଙ୍କ ମା’ ବଳବିନ୍ଦର କୌରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଛି ପୁଲିସ୍‌ ।

Amritpal Singh

Amritpal Singh

Advertisment

ଖଲିସ୍ତାନ ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ସଙ୍ଗଠନର ମୁଖିଆ ଅମୃତପାଲ ସିଂହଙ୍କ ମା’ଙ୍କୁ ବାନ୍ଧିଛି ପୁଲିସ୍‌। ଗତ ବର୍ଷ ଏପ୍ରିଲରୁ ଅମୃତପାଲ ସିଂହ ଗିରଫ ହୋଇ ଆସାମର ଦିବ୍ରୁଗଡ଼ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ବେଳେ ଏବେ ତାଙ୍କ ମା’ ବଳବିନ୍ଦର କୌରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଛି ପୁଲିସ୍‌ । ସେମାନଙ୍କ ମଧ୍ୟରେ ଅମୃତପାଲ ସିଂହଙ୍କ ଦାଦା ଥିବା ଜଣାଯାଇଛି। ଅମୃତପାଲ ସିଂହଙ୍କ ମା’ଙ୍କ ଗିରଫଦାରୀ ପରେ ପଞ୍ଜାବରେ ରାଜନୀତି ଜୋର ଧରିଛି।

Advertisment

ଅମୃତପାଲ ସିଂହ ନିଜ ସହଯୋଗୀଙ୍କ ସହ ଏବେ ଦିବ୍ରୁଗଡ଼ ଜେଲ୍‌ରେ ବନ୍ଦୀ ଥିବା ବେଳେ ସେମାନଙ୍କୁ ପଞ୍ଜାବ ସ୍ଥାନାନ୍ତର କରିବା ନିମନ୍ତେ ପରିଜନମାନେ ଦାବି କରି ଆସୁଛନ୍ତି। ଳବିନ୍ଦର କୌରଙ୍କ ସମେତ ଅନ୍ୟ ବନ୍ଦୀଙ୍କ ପରିଜନମାନେ ଗତ ୨୨ ଫେବୃୟାରୀରୁ ସ୍ୱର୍ଣ୍ଣ ମନ୍ଦିର ନିକଟରେ ଆମରଣ ଅନଶନରେ ବସିଛନ୍ତି। ସେମାନେ ଆଜି ବଠିଣ୍ଡାରୁ ‘ଚେତନା ମାର୍ଚ୍ଚ’ ବାହାର କରିବାକୁ ସୂଚନା ଦେଇଥିଲେ। ଏହା ପୂର୍ବରୁ ସେମାନଙ୍କୁ ଉଠାଇ ଦେଇଛି ପୁଲିସ୍‌। ରଫ ପରେ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଅମୃତସର ଡିସିପି ଆଲମ ବିଜୟ ସିଂ ସୂଚନା ଦେଇଛନ୍ତି।

ଅମୃତପାଲ ସିଂହଙ୍କ ମା’ଙ୍କ ସମେତ ଅନ୍ୟମାନଙ୍କ ଗିରଫଦାରୀକୁ ନେଇ ପଞ୍ଜାବର ଆପ୍‌ ସରକାର ଉପରେ ବର୍ଷିଛି ଅକାଳୀ ଦଳ। ଏହା ଖୁବ୍‌ ନିନ୍ଦନୀୟ ଘଟଣା ବୋଲି ଅକାଳୀ ଦଳ ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଖଲିସ୍ତାନୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଥିବା ଅମୃତପାଲ ସିଂହ ଗୁଇନ୍ଦା ସଂସ୍ଥାର ସ୍କାନରରେ ଥିଲେ। ଖାଲିସ୍ତାନକୁ ବିରୋଧ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାର ପରିଣାମ ଭୋଗିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ କି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଯେ ବି ହୁଅନ୍ତୁ ନା କାହିଁକି ଖଲିସ୍ତାନୀ ଆନ୍ଦୋଳନକୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ କହିଥିଲେ। ଏଥିସହ ଇନ୍ଦିରା ଗାନ୍ଧୀଙ୍କ ଭଳି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ସେ ଖୋଲାଖୋଲି ଧମକ ଦେଇଥିଲେ। ଏହାପରେ ତାଙ୍କୁ ଗିରଫ କରିବାକୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଥିଲା। 

ଅମୃତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଗତ ବର୍ଷ ଏପ୍ରିଲ ୨୧ରୁ ଅମୃତସର ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ଏହାର ୨ ଦିନ ପରେ ପଞ୍ଜାବ ମୋଗା ଜିଲ୍ଲାର ଗୁରୁଦ୍ୱାରରେ ଆତ୍ମସମର୍ପଣ କରିଥିଲେ ଅମୃତପାଲ ସିଂହ। ସେଠାରୁ ତାଙ୍କୁ ଗିରଫ କରାଯାଇ ଆସାମର ଦିବ୍ରୁଗଡ଼ ଜେଲ୍‌କୁ ପଠାଇ ଦିଆଯାଇଥିଲା। ବର୍ଷେ ହେବ ସେ ନିଜ ସହଯୋଗୀଙ୍କ ସହ ସେଠାରେ ବନ୍ଦୀ ଜୀବନ କାଟୁଥିବା ବେଳେ ସେମାନଙ୍କୁ ପଞ୍ଜାବ ଜେଲ୍‌କୁ ସ୍ଥାନାନ୍ତର କରିବାକୁ ପରିବାର ସଦସ୍ୟ ଦାବି କରି ଆସୁଛନ୍ତି।

Punjab Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe