Advertisment

ଜେଲ୍‌ରୁ ବାହାରିବେ ଅମୃତପାଲ ସିଂହ? ପାରୋଲ ପାଇଁ ଆବେଦନ

ୱାରିସ ପଞ୍ଜାବ ଦେ' ମୁଖ୍ୟ ଅମୃତପାଲ ଏବେ ଆସାମର ଦିବ୍ରୁଗଡ଼ ଜେଲରେ ବନ୍ଦୀ ଅଛନ୍ତି।

author-image
Madhupriya Mistry
Amritpal-Singh

Amritpal-Singh

ଜେଲ୍‌ରୁ ବାହାରକୁ ଆସିବେ ଖଲିସ୍ତାନୀ ନେତା ତଥା ସାଂସଦ ଅମୃତପାଲ ସିଂହ। ଶପଥ ଗ୍ରହଣ ପାଇଁ ସେ ଜେଲ୍‌ରୁ ବହାରକୁ ଆସିପାରନ୍ତି। ଅମୃତପାଲଙ୍କ ବାପା-ମା' ପୁଅକୁ ଜେଲରୁ ବାହାରକୁ ଆଣିବା ପାଇଁ ପୂରା ଦମ୍‌ ଲଗାଇ ଦେଇଛନ୍ତି। ଏଥିପାଇଁ ସେମାନେ କୋର୍ଟରେ ପୁଅର ପରୋଲ ପାଇଁ ଆବେଦନ କରିଛନ୍ତି।

Advertisment

ପଞ୍ଜାବର ଖଦୁର ସାହିବ ଲୋକସଭା ଆସନରୁ ଅମୃତପାଲ ସିଂହ ନିର୍ବାଚନ ଜିତିଛନ୍ତି। ତେବେ ସାଂସଦ ପଦର ଶପଥ ଗ୍ରହଣ ପାଇଁ ଅମୃତପାଲଙ୍କୁ ଜେଲ୍‌ରୁ ବାହାରକୁ ଆଣିପା ପାଇଁ ତାଙ୍କ ପରିବାର ଲୋକେ ଲାଗି ପଡିଛନ୍ତି। ଏଥିପାଇଁ ଖୁବଶୀଘ୍ର ଡିଏମ୍‌ଙ୍କ ନିକଟରେ ପରିବାର ଲୋକେ ତାଙ୍କ ପାରୋଲ ପାଇଁ ଆବେଦନ କରିବେ। ଏହାପୂର୍ବରୁ ସମସ୍ତ ଆଇନଗତ ଔପଚାରିକତା ପୂରଣ କରିବା ପାଇଁ ଆସାମର ଦିବ୍ରୁଗଡରେ ପହଞ୍ଚିଛନ୍ତି ପରିବାର ଲୋକେ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସୁପାରିଶ ପରେ ତାଙ୍କ ଆବେଦନକୁ ବର୍ତ୍ତମାନ ଜେଲ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀର ଆବଶ୍ୟକତା ପଡିବ।

ଅନ୍ୟପକ୍ଷରେ ଅମୃତପାଲ ସିଂହଙ୍କ ବାପା-ମା' ଜେଲ୍‌ ପହଞ୍ଚିଥିଲେ। ଜେଲ ଯାଇ ସେ ସାଂସଦ ପୁଅ ପାଇଁ ମିଠା ବାଣ୍ଟିଥିଲେ। ଅମୃତପାଲ ସିଂହଙ୍କୁ ଜେଲରେ ଭେଟିବା ପରେ ତାଙ୍କ ବାପା କହିଛନ୍ତି ଯେ 'ଆମ ପୁଅ ନିର୍ବାଚନରେ ​​ଜିତିଥିବାରୁ ଆମେ ବହୁତ ଖୁସି। ଆମେ ତାକୁ ଭେଟିବାକୁ ଆସିଥିଲୁ ଯାହା ଦ୍ୱାରା ସେ ମଧ୍ୟ ଖୁସି ହେବେ ଯେ, ଲୋକମାନେ ତାଙ୍କୁ କେତେ ଭଲ ପାଆନ୍ତି।'

Advertisment

ୱାରିସ ପଞ୍ଜାବ ଦେ' ମୁଖ୍ୟ ଅମୃତପାଲ ଏବେ ଆସାମର ଦିବ୍ରୁଗଡ଼ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ଗତବର୍ଷ ତାଙ୍କୁ ଏନଏସଏ ବଳରେ ଗିରଫ କରାଯାଇଥିଲା। ୨୦୨୩ ମସିହା ଫେବୃଆରୀ ମାସରେ ତାଙ୍କର ଜଣେ ସମର୍ଥକଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏହାପରେ ତାଙ୍କ ଶହଶହ ସମର୍ଥକ ପୁଲିସ୍‌ ଷ୍ଟେସନରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଅମୃତପାଲ ଚର୍ଚ୍ଚାକୁ ଆସିଥିଲେ।

Assam's Dibrugarh Central Jail Amritpal Singh Parole