Advertisment

ବେଶ ବଦଳାଇ ଦିଲ୍ଲୀରେ ବୁଲୁଛି ଅମ୍ରିତପାଲ, ମୁଣ୍ଡରେ ନାହିଁ ପଗଡ଼ି

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏବେ ସାମ୍ନାକୁ ଆସିଥିବା ଭିଡିଓଟି ମାର୍ଚ୍ଚ ୨୧ ତାରିଖର। ମାର୍ଚ୍ଚ ୧୮ରେ ପୁଲିସ୍‌ ପଞ୍ଜାବରେ ତା’କୁ ଗିରଫ କରିବାକୁ ଉଦ୍ୟମ କରିଥିଲା।

Amritpal Singh

Amritpal Singh

Advertisment

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ପୁଲିସ୍‌କୁ ଚକମା ଦେଇ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚି ସାରିଛି। ପଞ୍ଜାବର ଜଲନ୍ଧରରୁ ଖସି ଯାଇଥିବା ଅମ୍ରିଲପାଲ ଦିଲ୍ଲୀର ରାଜରାସ୍ତାରେ ବେଶ ବଦଳାଇ ବୁଲୁଥିବା ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। କେହି ଯେମିତି ତାକୁ ଚିହ୍ନଟ କରିପାରିବେ ନାହିଁ, ସେଥିପାଇଁ ସେ ବିନା ପଗଡ଼ିରେ ଦିଲ୍ଲୀରେ ବୁଲୁଛି।

Advertisment

ସେ ସନଗ୍ଲାସ ପିନ୍ଧିବା ସହ ଓ ଡେନମି ଜ୍ୟାକେଟ ମଧ୍ୟ ପରିଧାନ କରିଛି। ଅମ୍ରିତପାଲ ସିଂହ ଓ ତା’ର ସହଯୋଗୀ ପାପଲପ୍ରୀତ ସିଂହ ଉଭୟ ଦିଲ୍ଲୀରେ ବୁଲୁଛନ୍ତି। ଲୋକଙ୍କ ଠାରୁ ବର୍ତ୍ତିବା ଉଭୟ ମାସ୍କ ମଧ୍ୟ ପିନ୍ଧିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏବେ ସାମ୍ନାକୁ ଆସିଥିବା ଭିଡିଓଟି ମାର୍ଚ୍ଚ ୨୧ ତାରିଖର। ମାର୍ଚ୍ଚ ୧୮ରେ ପୁଲିସ୍‌ ପଞ୍ଜାବରେ ତା’କୁ ଗିରଫ କରିବାକୁ ଉଦ୍ୟମ କରିଥିଲା। ଏହାର ୩ ଦିନ ମଧ୍ୟରେ ସେ ହରିଆଣା ଦେଇ ଦିଲ୍ଲୀରେ ପହଞ୍ଚି ଯାଇଥିବା ଏବେ ସ୍ପଷ୍ଟ ହୋଇଛି।

Advertisment

ସୂତ୍ର ଅନୁସାରେ, ଅମ୍ରିତପାଲ ଓ ପାପଲପ୍ରୀତ ହରିଆଣାର କୁରୁକ୍ଷେତ୍ର ଦେଇ ଦିଲ୍ଲୀରେ ପହଞ୍ଚିଉନ୍ତି। ଏବେ ଅମ୍ରିତପାଲ କେଉଁଠି ଅଛି,ସେକଥା ପୁଲିସ୍‌ କହିନି। ସେହିପରି ତାକୁ ଧରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଉଛି, ତା’କୁ ମଧ୍ୟ ପୁଲିସ୍‌ ଗୁପ୍ତ ରଖିଛି।

ଅନ୍ୟପକ୍ଷରେ ନେପାଳରେ ଅମ୍ରିତପାଲକୁ ୱାଣ୍ଟେଡ ଲିଷ୍ଟରେ ସାମିଲ କରାଯାଇ ସାରିଛି। ସେ ସେଠାକୁ ଖସି ଚାଲି ଯିବାକୁ ଉଦ୍ୟମ କରୁଥିବା ଖବର ମିଳିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଅମ୍ରିତପାଲ ସିଂହକୁ ଧରିବା ପାଇଁ ନେପାଳର ସମସ୍ତ ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍ସ ଏଜେନ୍ସିକୁ ଆଲର୍ଟ ଜାରି କରାଯାଇଛି। ତା’ ପାଖରେ ଭିନ୍ନ ଭିନ୍ନ ନକଲି ପାସପୋର୍ଟ ରହିଛି। ତେଣୁ ସେ ନେପାଳ ଦେଇ ଅନ୍ୟ ଦେଶକୁ ଚାଲିଯିବାର ଆଶଙ୍କା ଥିବା କୁହାଯାଉଛି।

ମାର୍ଚ୍ଚ ୧୮ ତାରିଖରୁ ଅମ୍ରିତପାଲ ପୁଲିସ୍‌କୁ ଚକମା ଦେଇ ଫେରାର ଅଛି। ତାକୁ ଧରିବାକୁ ପଞ୍ଜାବ ପୁଲିସ ଚେଷ୍ଟା ଜାରି ରହିଛି। ଏହାରି ଭିତରେ ପୁଲିସ ତା’ର ଅନେକ ସହଯୋଗୀଙ୍କୁ ମଧ୍ୟ ଗିରଫ କରିସାରିଲାଣି।

Punjab Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe