Advertisment

ଦେଶ ଛାଡ଼ିବାକୁ ଅମ୍ରିତପାଲ ସିଂହଙ୍କ ପତ୍ନୀଙ୍କ ଉଦ୍ୟମ ଫେଲ୍‌

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ତାଙ୍କ ପତ୍ନୀ ଦେଶ ଛାଡ଼ିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।

kirandeep

kirandeep

Advertisment

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ତାଙ୍କ ପତ୍ନୀ ଦେଶ ଛାଡ଼ିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ପ୍ରାୟ ଅଢେଇ ମାସ ମଧ୍ୟରେ ଅମ୍ରିତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌର ଦେଶ ଛାଡ଼ିବାକୁ ତୃତୀୟ ଥର ପ୍ରୟାସ କରି ବିଫଳ ହୋଇଛନ୍ତି।

Advertisment

ଗତକାଲି କିରଣଦୀପ ଦେଶ ଛାଡ଼ି ଲଣ୍ଡନ ଯିବା ନିମନ୍ତେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ଇମିଗ୍ରେସନ ଅଧିକାରୀ ତାଙ୍କୁ ଅଟକାଇଥିଲେ। ଏଥିସହ ତାଙ୍କ ନାଁରେ ଲୁକ୍‌ ଆଉଟ ନୋଟିସ୍‌ ଜାରି ହୋଇଥିବାରୁ ସେ ଦେଶ ଛାଡ଼ି ଯାଇପାରିବେନି ବୋଲି ସୂଚନା ଦେଇଥିଲେ।

କିରଣଦୀପ ଜଣେ ବ୍ରିଟିଶ ନାଗରିକ ହୋଇଥିବା ବେଳେ ସେ ଲଣ୍ଡନ ଯିବା ନିମନ୍ତେ ଚଣ୍ଡିଗଡ଼ସ୍ଥିତ ବ୍ରିଟିଶ କାଉନସିଲକୁ ଅବଗତ କରାଇ ନ ଥିବା ଜଣାଯାଇଛି।

Advertisment

କିରଣଦୀପ ଗତ ଫେବୃୟାରୀ ୧୦ ତାରିଖରେ ଅମ୍ରିତପାଲ ସିଂଙ୍କୁ ପଞ୍ଜାବରେ ବିବାହ କରିଥିଲେ। ଏପ୍ରିଲ ୭ ତାରିଖରେ ପଞ୍ଜାବର ମୋଗା ଜିଲ୍ଲାର ରୋଡେ ଗାଁରୁ ତାକୁ ଗିରଫ କରାଯାଇ ଆସାମର ଦିବ୍ରୁଗଡ଼ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଏହା ପରେ ଉକ୍ତ ମାସ ୨୦ ତାରିଖରେ କିରଣଦୀପଙ୍କ ଦେଶ ଛାଡ଼ି ଯିବା ଉପରେ କଟକଣା ଲଗା ଯାଇଥିଲା।

ସୂଚନାଯୋଗ୍ୟ, ଖଲିସ୍ତାନ ସପକ୍ଷରେ ଯୁକ୍ତି ବାଢ଼ି ଘୃଣାର ମଞ୍ଜି ପୋତି ଚାଲିଥିବା ତଥା ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିଥିବା ଅମ୍ରିତପାଲ ସିଂହ ଗତ ଫେବ୍ରୁଆରୀ ମାସରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଫେବ୍ରୁଆରୀ ୨୩ ତାରିଖରେ ସେ ଓ ତା’ର ଶତାଧିକ ସହଯୋଗୀ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ ଧରି ପଞ୍ଜାବର ଅଜନାଲା ଥାନାକୁ ଜବରଦସ୍ତି ପଶିଥିଲେ। ସେମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ଥାନା ଭିତରେ ପଶିଥିଲେ ଓ ଗିରଫ ହୋଇ ସେଠାରେ ଥିବା ସେମାନଙ୍କର ଜଣେ ସାଥୀ ଲବପ୍ରୀତ ସିଂହ ଓରଫ ତୋଫାନକୁ ଛାଡ଼ି ଦେବାକୁ ଦାବି କରିଥିଲେ। ଥାନାକୁ ଜବରଦସ୍ତି ପଶିବା ବେଳେ ସେମାନଙ୍କ ସହିତ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିଲା।

ଏହାପରେ ଅମ୍ରିତପାଲ ସିଂଙ୍କୁ ଗିରଫ କରିବାକୁ ପୁଲିସ୍‌ ଜୋରଦାର ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ ଏପ୍ରିଲ ୭ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା।

Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe