Advertisment

ତିରୁପତି ଲଡ଼ୁ ବିବାଦ: ଘିଅକୁ ନେଇ ସଫେଇ ଦେଲା ଅମୁଲ୍‌

ତିରୁପତି ମନ୍ଦିର ପ୍ରସାଦ ଲଡ଼ୁରେ ପଶୁ ଚର୍ବି ମିଶୁଥିବା ଅଭିଯୋଗ ହୋଇଛି।

Tirupati Laddu Row

Tirupati Laddu Row

Advertisment

ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି। ଏହି ମାମଲା ଆଦଲତାରେ ମଧ୍ୟ ପହଞ୍ଚିଛି। ଏହାରି ଭିତରେ ସଫେଇ ଦେଇଛି ଡେୟରୀ ପ୍ରଡକ୍ଟ କମ୍ପାନୀ ଅମୁଲ।

Advertisment

ଅମୁଲ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କୁ କେବେ ବି ଘିଅ ଦିଆଯାଇ ନାହିଁ। ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ଏହା ବିଷୟରେ ପୋଷ୍ଟ କରିବା ପରେ ଅମୁଲ୍ ଡଟ୍.କମ୍‌ ଟ୍ୱିଟ୍‌ କରି ଏକ ବିବୃତ୍ତି ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇଛି। ଯେଉଁଥିରେ ଅମୁଲ ତିରୁପତି ମନ୍ଦିରକୁ କେବେ ବି ଘିଅ ଯୋଗାଇ ନାହିଁ ବୋଲି ସେ କହିଛି।

ଅମୁଲ କମ୍ପାନୀ କହିଛି ଯେ 'ଆମେ ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଅମୁଲ ଘିଅ ଆମ ଅତ୍ୟାଧୁନିକ ଉତ୍ପାଦନ କାରଖାନାରେ କ୍ଷୀରରୁ ତିଆରି, ଯାହା ISO ସାର୍ଟିଫିକେଟ୍ ପ୍ରାପ୍ତ। ଅମୁଲ ଘିଅ ଉଚ୍ଚମାନର ଶୁଦ୍ଧ କ୍ଷୀର ଚର୍ବିରୁ ତିଆରି। ଆମର ସମସ୍ତ ପ୍ରଡକ୍ଟ FSSAI ଦ୍ୱାରା ନିର୍ଦ୍ଦିଷ୍ଟ କଠୋର ଗୁଣାତ୍ମକ ଯାଞ୍ଚ ପରୀକ୍ଷା ଦେଇ ଗତି କରେ। ଏଠି ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ହିଁ ଆମର ସମସ୍ତ ପ୍ରଡକ୍ଟ ମାର୍କେଟ୍‌କୁ ଯାଏ। ଏହି ସ୍ପଷ୍ଟୀକରଣର ଉଦ୍ଦେଶ୍ୟ ହେଉଛି ଅମୁଲ ବିରୋଧରେ ଭୁଲ ତଥ୍ୟ ପ୍ରଚାରିତ ବନ୍ଦ କରିବା ରହିଛି।'

Advertisment

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଭିଯୋଗର ଦୁଇ ଦିନ ପରେ ଅମୁଲ ଏହି ବୟାନ ଦେଇଛି। ସେପ୍ଟେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିରରେ ପ୍ରସାଦ ପାଇଁ ଲଡ଼ୁ ପ୍ରସ୍ତୁତିରେ ଅତ୍ୟନ୍ତ ନିମ୍ନମାନର ଉପାଦାନ ଏବଂ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ କରିଥିଲେ।

Amul India Amul Tirupati Laddu Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe