Advertisment

ଗୋବର୍ଦ୍ଧନ ପରେ ଅମୁଲ କ୍ଷୀରର ଦାମ ୩ ଟଙ୍କା ବଢ଼ିଲା

ଗୋବର୍ଦ୍ଧନ ବ୍ରାଣ୍ଡର କ୍ଷୀରର ଦାମ ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଥିଲା। ହେଲେ ଅମୁଲ କ୍ଷୀରର ଲିଟର ପିଛା ଦାମ ସିଧା ୩ଟଙ୍କା ବୃଦ୍ଧି କରିଛି।

author-image
Hemant Lenka
Amul

Amul

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ଗୋଟିଏ ପରେ କ୍ଷୀର ଯୋଗାଣ କମ୍ପାନୀ ଦର ବୃଦ୍ଧି କରିବାରେ ଲାଗିଛନ୍ତି। ପ୍ରଥମେ ଗୋବର୍ଦ୍ଧନ ବ୍ରାଣ୍ଡର କ୍ଷୀରର ଦାମ ବଢ଼ିଥିବା ବେଳେ ଆଜି ଠାରୁ ଅମୁଲ ମଧ୍ୟ ବର୍ଦ୍ଧିତ ଦାମରରେ କ୍ଷୀର ବିକ୍ରି କରିବା ଆରମ୍ଭ କରିଛି। ଗୋବର୍ଦ୍ଧନ ବ୍ରାଣ୍ଡର କ୍ଷୀରର ଦାମ ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଥିଲା। ହେଲେ ଅମୁଲ କ୍ଷୀରର ଲିଟର ପିଛା ଦାମ ସିଧା ୩ଟଙ୍କା ବୃଦ୍ଧି କରିଛି।

Advertisment

ଆଜି ଠାରୁ ହିଁ ଅମୁଲ ବ୍ରାଣ୍ଡରେ ବିକ୍ରି ହେଉଥିବା କ୍ଷୀରକୁ ଲୋକମାନେ ୩ ଟଙ୍କା ଅଧିକ ଦେଇ କିଣିଛନ୍ତି। ବର୍ଦ୍ଧତ ଦର ପରେ ଅମୁଲ ଗୋଲ୍ଡର ଲିଟର ପିଛା ଦାମ ୬୩ ଟଙ୍କାରୁ ବଢ଼ି ୬୬ ଟଙ୍କାରେ ପହଞ୍ଚିଛି। ସେହିପରି ଅମୁଲ ତାଜାର ଦାମ ୫୪ ଟଙ୍କା ଓ ଅମୁଲ ଗାଈ କ୍ଷୀରର ଦାମ ୫୬ ଟଙ୍କା ଛୁଇଁଛି। ଅମୁଲ ଏ୨ ମଇଁଷି କ୍ଷୀରକୁ ଲୋକମାନା ଲିଟର ପିଛା ୭୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହୋଇଛନ୍ତି।

ଗୁଜରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେଡରେସନ(ଜିସିଏମଏମଏଫ) ହିଁ ଅମୁଲ ବ୍ରାଣ୍ଡରେ କ୍ଷୀର ବ୍ୟବସାୟ କରିଥାଏ। ଜିଏସିଏମଏମଏଫ ଶେଷଥର ଅକ୍ଟୋବର ମାସରେ ଦର ବୃଦ୍ଧି କରିଥିଲେ। ସେତେବେଳେ ଅମୁଲ ଗୋଲ୍ଡ, ତାଜା ଓ ଶକ୍ତି କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ମହଙ୍ଗା ହୋଇଥିଲା।

Advertisment

ଗୋବର୍ଦ୍ଧନ ଭଳି ଅମୁଲ ମଧ୍ୟ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ କ୍ଷୀର ଦାମ ବୃଦ୍ଧି କରିଥିବା କହିଛି। ସେହିପରି ଗୋ-ଖାଦ୍ୟର ଦାମ ୨୦% ବୃଦ୍ଧି ପାଇବାରୁ ଫେବୃଆରୀ ୩ରୁ ବର୍ଦ୍ଧିତ ଦାମ ଲାଗୁ ହୋଇଥିବା ଅମୁଲ କହିଛି।

Amul India Buffalo Milk