Advertisment

ବଠିଣ୍ଡା ମିଲିଟାରୀ ଷ୍ଟେସନରେ ପୁଣି ଫୁଟିଲା ଗୁଳି, ଟଳି ପଡ଼ିଲେ ସୈନ୍ୟ

ଷ୍ଟେଶନ ମଧ୍ୟରେ ଜଣେ ଯବାନ ନିଜ ବନ୍ଧୁକ ସଫା କରୁଥିବା ବେଳେ ଅସାବଧାନତାବଶଃତ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ସମ୍ପୃକ୍ତ ଯବାନଙ୍କ ଶରୀରରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ଆଖି ବୁଜି ଦେଇଥିଲେ।

Military

Military

Advertisment

ପଞ୍ଜାବର ବଠିଣ୍ଡାରେ ହୋଇଥିବା ଭୟଙ୍କର ଗୁଳିକାଣ୍ଡରେ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଥରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ଜଶେ ସୈନ୍ୟ ଆଖି ବୁଜିଛନ୍ତି। ଭୁଲ୍‌ରେ ହୋଇଥିବା ଗୁଳି ଚାଳନା ଯୋଗୁ ଅକାଳରେ ଜଣେ ସୈନ୍ୟ ପ୍ରାଣ ହରାଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ସେନା ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଛି। ତେବେ ଗତକାଲି ଓ ଆଜିର ଘଟଣା ମଧ୍ୟରେ କୌଣସି ସମ୍ପର୍କ ନ ଥିବା ଜଣାଯାଇଛି।

Advertisment

ଗତକାଲି ବଠିଣ୍ଡା ମିଲିଟାରୀ ଷ୍ଟେଶନରେ ହୋଇଥିବା ଗୁଳିମାଡ଼ ପରେ ହାଇ ଆଲର୍ଟ ଜାରି କରାଯାଇଥିଲା। ଏହାପରେ ଷ୍ଟେଶନ ମଧ୍ୟରେ ଜଣେ ଯବାନ ନିଜ ବନ୍ଧୁକ ସଫା କରୁଥିବା ବେଳେ ଅସାବଧାନତାବଶଃତ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ସମ୍ପୃକ୍ତ ଯବାନଙ୍କ ଶରୀରରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ଆଖି ବୁଜି ଦେଇଥିଲେ।

ଗତକାଲି ହୋଇଥିବା ଗୁଳିକାଣ୍ଡ ପରେ ୨ ମୁଖାଧାରୀ ଅଜ୍ଞାନ ବ୍ୟକ୍ତିଙ୍କ ସନ୍ଧାନ କରୁଛି ପୁଲିସ୍‌ । ଏଫଆଇଆରରେ ସନ୍ଦିଗ୍ଧ ୨ ବ୍ୟକ୍ତି କୁର୍ତ୍ତା, ପାଇଜାମା ପିନ୍ଧିଥିବା ବେଳେ ମୁହଁକୁ ପୂରାପୂରି କପଡ଼ାରେ ଗୁଡ଼ାଇଥିବା ଉଲ୍ଲେଖ ଅଛି। ତେବେ ବଠିଣ୍ଡା ଷ୍ଟେଶନରୁ ଗାଏବ ହୋଇ ଯାଇଥିବା ରାଇଫଲ ମିଳି ସାରିଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ପଞ୍ଜାବର ବଠିଣ୍ଡାରେ ଥିବା ମିଲିଟାରୀ ଷ୍ଟେସନ ଭିତରେ ଗତକାଲି ଭୋର ସମୟରେ ଭୟଙ୍କର ଗୁଳିକାଣ୍ଡ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁଳିମାଡ଼ ପରେ ଷ୍ଟେସନରେ ଥିବା କୁଇକ ରିଆକ୍ସନ ଟିମ୍‌ ପୂରା ଅଞ୍ଚଳକୁ ସିଜ୍‌ କରି ଦେଇଛି।  

Firing Military
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe