Earthquake
ଥରିଲା ଘାଟି। ଭୂକମ୍ପରେ ଦୋହଲିଲା ଜମ୍ମୁକଶ୍ମୀର। ଆଜି ମଧ୍ୟାହ୍ନରେ ଜମ୍ମୁ-କଶ୍ମୀର ଡୋଡା ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି।
ସୂଚନା ମୁତାବକ, ଆଜି ୧୨ଟା ୨୨ ମିନିଟ୍ରେ ଡୋଡା ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ଏହି ସମୟରେ ଲୋକ ନିଜ ନିଜ ଦୈନିକ କାମରେ ବ୍ୟସ୍ତ ଥିଲେ। ଏତିକି ବେଳେ ହଠାତ୍ ଭୂମିକମ୍ପ ଝଟ୍କା ଅନୁଭୂତ ହେବା ପରେ ସମସ୍ତେ ଭୟଭୀତ ହୋଇପଡିଥିଲେ। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଥିଲା। ଲୋକ ଘରୁ ବହାରକୁ ଚାଲି ଆସିଥିଲେ।
ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କଶ୍ମୀରର ଡୋଡାରୁ ୫ କିଲୋମିଟର ଗଭୀରରେ ଥିଲା। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ଘଟିଥିବା ନେଇ ଏଯାଏ ସୂଚନା ମିଳିନାହିଁ।
Earthquake of Magnitude:3.2, Occurred on 01-11-2023, 12:22:57 IST, Lat: 33.04 & Long: 76.07, Depth: 5 Km ,Region: Doda, Jammu and Kashmir, India for more information Download the BhooKamp App https://t.co/Cup4ASqLPV@KirenRijiju@Ravi_MoES@Dr_Mishra1966pic.twitter.com/n7Dx7YLxb2
— National Center for Seismology (@NCS_Earthquake) November 1, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
