Advertisment

ଜାପାନ ପରେ ଥରିଲା ଜମ୍ମୁ-କଶ୍ମୀର, ଭୟରେ ଲୋକେ

ଭୂମିକମ୍ପ ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଘରୁ ବାହାରକୁ ଚାଲି ଆସିଛନ୍ତି।

author-image
Madhupriya Mistry
undefined

Earthquake

ଜାପାନ ପରେ ଭୂମିକମ୍ପରେ ଥରିଲା ଜମ୍ମ-କଶ୍ମୀର। ଆଜି ସକାଳୁ ଜମ୍ମୁ-କଶ୍ମୀରର କେତେକ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ସେପଟେ ଭୂମିକମ୍ପ ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଘରୁ ବାହାରକୁ ଚାଲି ଆସିଛନ୍ତି।

Advertisment

ସୂଚନା ମୁତାବକ, ଆଜି ସକାଳ ୧୧ଟା ୩୩ ମିନିଟ୍‌ରେ ଜମ୍ମୁକଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ଗୀଭରତା ଭୂମି ଠାରୁ ୫ କିଲୋମିଟର ଗଭୀରରେ ଥିବା ରେକର୍ଡ କରାଯାଇଛି। ସେପଟେ କଟରା, ଜମ୍ମୁ, ରିୟାସି, ସାମ୍ବା ଓ ଉଧମପୁରରେ ମଧ୍ୟ ଲୋକେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ କରିଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ଏହାପୂର୍ବରୁ ବର୍ଷର ପ୍ରଥମ ଦିନରେ ନେପାଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ବିଳମ୍ବିତ ରାତିରେ ଲୋକେ ନ୍ୟୁ-ଇୟର ସେଲିବ୍ରେସନରେ ମସଗୁଲ ଥିବା ବେଳେ ଭୂକମ୍ପ ଝଟ୍‌କାରେ ଥରି ଉଠିଥିଲା ନେପାଳ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା।

Advertisment

ସେହିପରି ନୂଆବର୍ଷର ପ୍ରଥମ ଦିନ ତଥା ସୋମବାର ଦିନ ଜାପାନରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ପ୍ରାଣ ହରାଇ ସାରିଲେଣି। ସୂଚନା ମୁତାବକ, ଦିନକରେ ୧୫୫ ଥର ଭୂକମ୍ପ ଝଟ୍‌କାରେ ଦୋହଲି ଥିଲା ଜାପାନ। ଭୂମିକମ୍ପ ଯୋଗୁ ଅନେକ ଘର ଭୁଶୁଡି ପଡିଛନ୍ତି। ରାସ୍ତାଘାଟ ଫାଟି ଆଁ ହୋଇଛି। ସେପଟେ ଭଗ୍ନାବଶେଷ ତଳେ ଅନେକ ଲୋକେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Jammu Kashmir Earthquake