Advertisment

ଭୂକମ୍ପ ଝଟକାରେ ଥରିଲା ରାଜସ୍ଥାନ ଓ ମଣିପୁର

ରାଜସ୍ଥାନର ଜୟପୁରରେ ୩ ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁରରେ ଥରେ ଏହା ଅନୁଭୂତ ହୋଇଥିବା ଜଣାଯାଇଛି।

EarthQuack

EarthQuack

Advertisment

ଆଜି ଭୋରରୁ ଭୂକମ୍ପ ଝଟକାରେ ଥରିଛି ରାଜସ୍ଥାନ ଓ ମଣିପୁର। ରାଜସ୍ଥାନର ଜୟପୁରରେ ୩ ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁରରେ ଥରେ ଏହା ଅନୁଭୂତ ହୋଇଥିବା ଜଣାଯାଇଛି। ଫଳରେ ଭୟଭୀତ ହୋଇ ଲୋକେ ଘର ଛାଡ଼ି ଖୋଲା ପଡ଼ିଆକୁ ପଳାଇଲେ। ଭୂମିକମ୍ପ ଯୋଗୁ ଉଭୟ ରାଜ୍ୟ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନି ।

Advertisment

ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ଜୟପୁରରେ ପ୍ରଥମ ଭୂମିକମ୍ପ ଭୋର ୪ଟା ୧୦ ମିନିଟ୍‌ରେ ଅନୁଭୂତ ହୋଇଥିଲା। ଘଣ୍ଟାଏ ମଧ୍ୟରେ ସମୁଦାୟ ୩ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ଥିବା ଜଣାଯାଇଛି।  ପ୍ରଥମ ଭୂମିକମ୍ପ ଝଟକା ଭୋର ୪ଟା୧୦ମିନିଟ୍‌ରେ , ଦ୍ୱିତୀୟ ଥର ୪ଟା୨୩ରେ ଓ ତୃତୀୟ ଭୂମିକମ୍ପ ଝଟକା ୪ଟା୨୫ ମିନିଟ୍‌ରେ ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପ ଝଟକା ପରେ ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ।

ସେହିପରି ମଣିପୁରର ଉଖରୁଲରେ ଭୋର ପ୍ରାୟ ୫ଟା୧ରେ ୩.୫ ତୀବ୍ରତା ଭୂମିକମ୍ପ ଅନୁଭୂତ ହେଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି।

Advertisment
Rajasthan Earthquake Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe