Advertisment

ଅନନ୍ତଙ୍କ ହାତ ଧରିଲେ ରାଧିକା, ପାଲଟିଲେ ମିସେସ୍‌ ଅମ୍ବାନୀ

ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ବହୁ ଆଡମ୍ବର ସହ ଗତକାଲି ସମ୍ପନ୍ନ ହୋଇଛି।

ଅଦ୍ୟତନ ହୋଇଛି
anant-ambani-and-radhika-merchant-wedding

anant-ambani-and-radhika-merchant-wedding

Advertisment

ଦେଶର ବହୁଚର୍ଚ୍ଚିତ ଅମ୍ବାନି ପରିବାରର ବିବାହ ସମ୍ପନ୍ନ ହୋଇଛି। ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ବହୁ ଆଡମ୍ବର ସହ ଗତକାଲି ସମ୍ପନ୍ନ ହୋଇଛି। 

Advertisment

ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ବିବାହ ସମାରୋହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଏଥିସହ ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ଉତ୍ସବ ଶେଷ ହୋଇଛି। ଚର୍ଚ୍ଚା ହେଉଛି, ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୩ରୁ ୫ ହଜାର କୋଟି ଟଙ୍କା ।

Marriage Picଅନନ୍ତ- ରାଧିକାଙ୍କ ବିବାହ ବେଳର ଫଟୋ ।

ନିଜ ବିବାହ ଉତ୍ସବରେ ଅନନ୍ତ ଅମ୍ବାନୀ ଗୋଲଡେନ କଲରର ଶେରୱାନୀ ପିନ୍ଧିଥିବା ବେଳେ ରାଧିକା ଲାଲ ଓ କ୍ରିମ୍‌ ରଙ୍ଗର ଗୁଜରାଟୀ ଲେହେଙ୍ଗା ପିନ୍ଧିଥିଲେ। ଏହା ରାଧିକାଙ୍କୁ ରୟାଲ ଲୁକ୍‌ ଦେଉଥିବା ବେଳେ ସେ ପରୀଠୁ କମ୍‌ ଲାଗୁ ନ ଥିଲେ।

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅନନ୍ତ ଅମ୍ବାନୀ ବରଯାତ୍ରୀ ଧରି ବିବାହ ମଣ୍ଡପରେ ପହଞ୍ଚିବା ପରେ ରାଧିକା ବି ସେମାନଙ୍କ ସହ ମିଶି ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଅନନ୍ତ- ରାଧିକାଙ୍କ ବରଣ ମାଳା ଗତକାଲି ଶେଷ ହୋଇଥିବା ବେଳେ ଏହି ଗ୍ରାଣ୍ଡ ଫାଙ୍କସନ୍‌ ଆସନ୍ତା କାଲି ଯାଏ ଚାଲିବ ।

ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବରେ ରାଜନୀତିଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ଚେହେରାଙ୍କୁ ଦେଖିବାକୁ ମିଳିଛି। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଡବ୍ଲୁଡବ୍ଲୁଇ ତାରକା ଜନ୍ ସିନା, ବଲିଉଡ୍ ଜଗତର ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ସଦସ୍ୟ, ସଲମାନ୍ ଖାନ୍, ଶାହରୁଖ ଖାନ୍, ଗୌରୀ ଖାନ୍, ରଣବୀର କପୁର, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ନିକ୍ ଜୋନାସ୍, ମାଧୁରୀ ଦିକ୍ଷୀତ, ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁ, କିମ୍ କର୍ଦାସିଆନ୍, ଆୟୁଷ ଶର୍ମା, ଜ୍ୟାକି ଶ୍ରଫ୍, କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଚର୍ଚ୍ଚିତ ଚେହେରା ବିବାହରେ ଯୋଗ ଦେଇଥିଲେ।

Mumbai Anant Ambani And Radhika Merchant Pre-wedding
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe