Advertisment

ଲାଲବାଗଚା ରାଜାଙ୍କ ମୁଣ୍ଡରେ ୨୦ କିଲୋର ସୁନା ମୁକୁଟ

ଏହି ମୁକୁଟକୁ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ ଦାନ କରିଛନ୍ତି।

Lalbaugcha Raja

Lalbaugcha Raja

Advertisment

ଗଜାନନଙ୍କ ଆରାଧନା ପାଇଁ ସାରାଦେଶ ଉତ୍ସବ ମୁଖର। ମୁମ୍ବାଇର ଲାଲବାଗଚା ରାଜାଙ୍କୁ ଦର୍ଶନ କରିବାକୁ ସକାଳୁ ସକାଳୁ ଜମିଲାଣି ଭକ୍ତଙ୍କ ଭିଡ଼। ଫିଲ୍ମ ସେଲେବ୍ରିଟିମାନେ ମଧ୍ୟ ଗଣପତି ବପ୍ପାଙ୍କ ଦର୍ଶନ ପାଇଁ ପଣ୍ଡାଲକୁ ଆସନ୍ତି। ତେବେ ପ୍ରତିବର୍ଷ ଭଳି ଲାଲବାଗଚା ରାଜାଙ୍କ ପ୍ରତିମୂର୍ତ୍ତି ସବୁଠାରୁ ବଡ଼ ହୋଇଛି। ତେବେ ଚଳିତ ବର୍ଷ ବିଶେଷ ଆକର୍ଷଣ ସାଜିଛି ଗଣେଶଙ୍କୁ ସୁନା ମୁକୁଟ।

Advertisment

ଲାଲବାଗଚା ରାଜାଙ୍କ ମୁଣ୍ଡରେ ସଜାଯାଇଥିବା ୨୦ କିଲୋଗ୍ରାମ ସୁନା ମୁକୁଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହାର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ମୁକୁଟକୁ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ ଦାନ କରିଛନ୍ତି। ଏଥିସହ ନୂଆ ବୋହୁ ରାଧିକାଙ୍କ ସହ ପୂରା ଅମ୍ବାନୀ ପରିବାର ଲାଲବାଗଜା ରାଜାଙ୍କ ଦର୍ଶନ କରିଛନ୍ତି। ଏହି ମୁକୁଟ ତିଆରି କରିବାକୁ ଦୁଇ ମାସ ସମୟ ଲାଗିଛି। ବହୁ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି।

ଆଜି ଭୋର ୪ଟାରୁ ପ୍ରାଣ ପ୍ରତିଷ୍ଠା ହେବା ପରେ ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଏହି ବର୍ଷ ଗଣପତିଙ୍କ ପ୍ରତିମା ଅତ୍ୟନ୍ତ ମହାନ୍ ଏବଂ ସୁନା ଅଳଙ୍କାର ଏବଂ ମୁକୁଟରେ ସଜାଯାଇଛି। ସିଂହାସନରେ ବସିଥିବା ବାପ୍ପା ମାରୁନ ରଙ୍ଗର ଭେଲଭେଟ ପୋଷାକ ପିନ୍ଧିଛନ୍ତି।

Advertisment

ସେହିପରି ଏହି ବର୍ଷ ମହିଳା ଏବଂ ଶିଶୁମାନଙ୍କ ପାଇଁ ବିଶେଷ ଯତ୍ନ ଧ୍ୟନ ଦିଆଯାଇଛି। ମେଡିକାଲ ସେଣ୍ଟେର୍‌ ଏବଂ ସିସିଟିଭି କ୍ୟାମେରା ଲଗାଯାଇଛି। ମୁକେଶ ଅମ୍ବାନୀଙ୍କ ପରିବାର ବର୍ଷ ବର୍ଷ ଧରି ଏହି କମିଟି ସହ ଜଡିତ ରହି ଆସିଛନ୍ତି। ଏହି ବର୍ଷ ଅନନ୍ତ ଅମ୍ବାନୀ କେବଳ ମୁକୁଟ ନୁହେଁ ଅନ୍ୟାନ୍ୟ ଜିନିଷରେ ମଧ୍ୟ ଅବଦାନ ଦେଇଛନ୍ତି। ଅନନ୍ତ ବୋର୍ଡକୁ ଅନେକ ମେଡିକାଲ୍ ମେସିନ୍ ମଧ୍ୟ ଯୋଗାଇ ଦେଇଛନ୍ତି। ଲାଲବାଗ ଟ୍ରଷ୍ଟ ଅନନ୍ତ ଅମ୍ବାନୀଙ୍କୁ ପ୍ରମୁଖ ପରାମର୍ଶଦାତା କମିଟିର ସଦସ୍ୟ କରିବାକୁ ନିଷ୍ପତ୍ତି ନେଇଛି।

Mumbai Ganesh Chaturthi Anant Ambani Lalbaugcha Raja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe