Advertisment

ଅତିଥିମାନଙ୍କୁ ୧.୫ କୋଟି ଟଙ୍କିଆ ଘଣ୍ଟା ଗିଫ୍ଟ କଲେ ଅନନ୍ତ ଅମ୍ବାନୀ

ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘରରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Anant Ambani

Anant Ambani

Advertisment

ଚର୍ଚ୍ଚାରେ ଅମ୍ବାନୀ ପରିବାରର ବାହାଘର। ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘରରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Advertisment

ବାହାଘର ପାଇଁ ଅମ୍ବାନୀ ପରିବାର ୩ରୁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି। ଶନିବାର ଅନୁଷ୍ଠିତ ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଥିଲେ।

ହେଲେ ଏବେ ଆସିଥିବା ଖବର ଆହୁରି ଚର୍ଚ୍ଚା ସୃଷ୍ଟି କରିଛି। କାରଣ ବାହାଘରରେ ଯୋଗ ଦେଇଥିବା ସମସ୍ତ ସ୍ୱତନ୍ତ୍ର ଅତିଥିଙ୍କୁ ଅନନ୍ତ ଅମ୍ବାନୀ ଦାମୀ ଘଣ୍ଟା ଗିଫ୍ଟ କରିଛନ୍ତି। ସେ ଦେଇଥିବା ପ୍ରତଟି ଘଣ୍ଟାର ଦାମ ୧.୫ କୋଟି ଟଙ୍କା। ସ୍ୱତନ୍ତ୍ର ଭାବେ ଉକ୍ତ ଘଣ୍ଟା ଗୁଡ଼ିକୁ ଅମ୍ବାନୀ ପରିବାର ନିର୍ଦ୍ଦେଶରେ ତିଆରି କରାଯାଇଛି।

Advertisment

ବ୍ରାଣ୍ଡେଡ କମ୍ପାନୀ Audemars Piguetର ସୀମିତ ସଂସ୍କରଣର ଘଣ୍ଟାକୁ ଅମ୍ବାନୀ ପରିବାର ପକ୍ଷରୁ ‌ଅନନ୍ତ-ରାଧିକାଙ୍କ ବାହାଘରକୁ ସ୍ମରଣୀୟ କରିବା ପାଇଁ ଅତିଥିମାନଙ୍କୁ ଦିଆଯାଇଛି। ଏହି ଘଣ୍ଟାକୁ ଶାହରୁଖ ଖାନ, ମୀଜାନ ଓ ଅନ୍ୟ ବର ପକ୍ଷରୁ ଲୋକମାନେ ପିନ୍ଧିଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏମାନଙ୍କ ବ୍ୟତୀତ ରଣବୀର ସିଂହ, ଶିଖର ପହରିୟା ଓ ବୀର ପହରିୟା ମଧ୍ୟ ଏହି ଘଣ୍ଟାକୁ ପିନ୍ଧିଥିଲେ।

ଅନନ୍ତ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଜୁଲାଇ ୧୨ରେ ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଧିକାଙ୍କ ହାତ ଧରିଥିଲେ। ଜୁଲାଇ ୧୩ରେ ନବ ଦମ୍ପତିଙ୍କର ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

Anant Ambani Radhika Marchant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe