Advertisment

ଇଡି ସ୍କାନର୍‌ରେ ଲାଲୁ: ଝିଅ, ପୁଅ, ସମୁଦି ଘରେ ଚଢ଼ାଉ

ପ୍ରାୟ ୨୦ଟି ସ୍ଥାନରେ ରେଡ୍ କିରିଛି ଇଡି।

ଅଦ୍ୟତନ ହୋଇଛି
Lalu Prasad Yadav

Lalu Prasad Yadav

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ଶୁକ୍ରବାର ଇଡି ଲାଲୁଙ୍କ ଝିଅ, ସମୁଦି ଓ ପୁଅ ଘରେ ଘନ ଘନ ଚଢ଼ାଉ କରିଛି। ଦିଲ୍ଲୀରୁ ବିହାର ଯାଏଁ ପ୍ରାୟ ୨୦ଟି ସ୍ଥାନରେ ରେଡ୍ କିରିଛି ଇଡି।   

Advertisment

ଲାଲୁ ପ୍ରସାଦ ଯାଦବଙ୍କ ୩ ଝିଅ ରାଗିଣୀ ଯାଦବ, ଚନ୍ଦା ଯାଦବ, ହେମା ଯାଦବଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। କେବଳ ସେତିକି ନୁହେଁ ପୁଅ ତେଜସ୍ୱୀ ଯାଦବ ଓ ରାଷ୍ଟ୍ରୀୟ ଜନତା ଦଳ ନେତାଙ୍କ ପରିସରରେ ବି ଏହି ଚଢାଉ କରାଯାଇଛି। ପାଟନା, ଫୁଲବାରୀ ଶରିଫ, ଦିଲ୍ଲୀ ଏନ୍‌ସିଆର୍‌, ରାଞ୍ଚି ଓ ମୁମ୍ବାଇରେ ପୂର୍ବତନ ଆର୍‌ଜେଡି ବିଧାୟକ ଅବୁ ଦୋଜାନା, ଅମିତ କାତ୍ୟାଲ,  ନବଦୀପ ସରଦାନା ଓ ପ୍ରଣବ ଜୈନଙ୍କ ଘରେ ରେଡ୍ କରିଛି ଇଡି। ଶୁକ୍ରବାର ଅଧା ରାତି ପର୍ଯ୍ୟନ୍ତ ଏହି ଚଢାଉ ଜାରି ରହିଥିଲା।

ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଲାଲୁ ଯାଦବ। ଟ୍ୱିଟ୍ କରି କହିଛନ୍ତି, ଆମେ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାର ପର୍ଯ୍ୟାୟ ଦେଖିଛୁ। ଆମେ ମଧ୍ୟ ସେହି ଯୁଦ୍ଧରେ ଯୁଦ୍ଧ କରିଥିଲୁ। ଆଜି ଘରେ ତାଙ୍କର ଗର୍ଭବତୀ ବୋହୂକୁ ବିନା କୌଣସି ଆଧାରରେ ଇଡି ଡେରା କରିଛି। ଏହା ପଛରେ ଶାସକ ଦଳ ବିଜେପି ଅଛି ବୋଲି ସେ ଦାବି କରିଛନ୍ତି। 

Advertisment

ଲାଲୁ ଏହା ମଧ୍ୟ କହିଛନ୍ତିବିଜେପି ଓ ଆରଏସଏସ ବିରୋଧରେ ତାଙ୍କ ବୈଚାରିକ ଲଢେଇ ଜାରି ରହିବ। ତାଙ୍କ ପରିବାରର କୌଣସି ସଦସ୍ୟ ବିଜେପି ଆଗରେ ମଥା ନୁଆଁଇବେ ନାହିଁ। 

ସୂଚନା ଅନୁଯାୟୀ, ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ପ୍ରାୟ ୧୪ ଘଣ୍ଟା ଧରି ଯାଞ୍ଚ କରିଥିଲେ। ରାତି ପ୍ରାୟ ୧୨ଟା ୧୫ରେ ଇଡିର ଟିମ ତେଜସ୍ୱୀଙ୍କ ଘରୁ କିଛି କାଗଜପତ୍ର ନେଇ ବାହାରି ଆସିଥିଲେ। ଆଉ ଏହାପରେ ତେଜସ୍ୱୀ ଯାଦବ ବି ଘରୁ ବାହାରି ଆସିଥିଲେ। ଏପଟେ ଗାଜିଆବାଦରେ ଲାଲୁଙ୍କ ଝିଅଙ୍କ ଘରେ ବି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢାଉ କରାଯାଇଥିଲା। ରାତି ପ୍ରାୟ ୧୧ଟା ୩୦ରେ ଇଡିର ଟିମ ଏକ ପ୍ରିଣ୍ଟର ମାଗିଥିଲେ।

ଏହି ଚଢାଉ ସମୟରେ ୫୩ ଲକ୍ଷ ନଗଦ ଟଙ୍କା, ୧୯୦୦ ଆମେରିକୀୟ ଡଲାର, ପ୍ରାୟ ୫୪୦ ଗ୍ରାମ ସୁନା ଓ ୧.୫ କିଲୋଗ୍ରାମ ଅଳଙ୍କାର ଜବତ କରାଯାଇଛି।

ED Raid Lalu Prasad Yadav Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe