Advertisment

ସିଟ୍‌ ଭାଗବଣ୍ଟା କସରତ; ଚନ୍ଦ୍ରବାବୁ ନାଇଡୁ ଓ ପୱନ କଲ୍ୟାଣଙ୍କ ସହ ବୈଜୟନ୍ତଙ୍କ ବୈଠକ

ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନାହିଁ।

ଅଦ୍ୟତନ ହୋଇଛି
TDP, BJP and Jana Sena begin talks on seat sharing

TDP, BJP and Jana Sena begin talks on seat sharing

Advertisment

ଏନଡିଏକୁ ଟିଡିପି ଫେରିବା ପରେ ଏବେ ଆନ୍ଧ୍ର ପ୍ରଦେଶରେ ଆସନ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଛି କସରତ। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଓ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି NDAରେ ସାମିଲ ହୋଇଛି।

Advertisment

କିଏ କେତେ ଆସନରେ ଲଢ଼ିବେ ତାହା ସ୍ପଷ୍ଟ ହୋଇଥିଲେ ବି ନିର୍ଦ୍ଦିଷ୍ଟ କେଉଁ ଆସନରେ କେଉଁ ଦଳ ପ୍ରାର୍ଥୀ ଦେବ, ତାହା ସ୍ଥିର ହୋଇନି। ଏଥିପାଇଁ ଦୁଇ ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ।

ଆଜି ଦ୍ୱିତୀୟ ଦିନରେ ଆନ୍ଧ୍ରର ଲୋକସଭା ସିଟ୍ ଭାଗବଣ୍ଟା ପାଇଁ ବିଜେପି, ଟିଡିପି ଓ ଜନସେନା ମଧ୍ୟରେ ଆଲୋଚନା ହୋଇଛି। ଗତକାଲି ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣଙ୍କ ସହିତ ପ୍ରଥମ ପର୍ଯ୍ୟାୟ ଆଲୋଚନା ହେବା ପରେ ଆଜି ଦ୍ୱିତୀୟ ଦିନରେ ବିଜୟୱାଡ଼ାରେ ପ୍ରସିଦ୍ଧ ମା’ କନକଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରି ଉଭୟ ନେତାଙ୍କ ସହ ଆସନ ବୁଝାମଣା ସମ୍ପର୍କିତ ବିସ୍ତୃତ ଆଲୋଚନା ହୋଇଛି।

Advertisment

ଆଜିର ବୈଠକ ପରେ ଆସନ ବୁଝାମଣାର ଚୂଡ଼ାନ୍ତ ତାଲିକା କେନ୍ଦ୍ର ନେତୃବୃନ୍ଦଙ୍କୁ ଦିଆଯିବ। ଏବଂ ଖୁବଶୀଘ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ତେବେ ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନାହିଁ।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe