Advertisment

ନିର୍ବାଚନୀ ପ୍ରଚାର ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼

ଜଗନମୋହନ ରେଡ୍ଡୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Andhra CM Jagan Mohan Reddy

Andhra CM Jagan Mohan Reddy

Advertisment

ନିର୍ବାଚନୀ ପ୍ରଚାର ବେଳେ ଗତ ରାତିରେ ଆକ୍ରମଣର ଶିକାର ହୋଇଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଏଥିରେ ଜଗନମୋହନ ରେଡ୍ଡୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପଛରେ ତେଲଗୁ ଦେଶମ ପାର୍ଟି କର୍ମୀ ସମ୍ପୃକ୍ତ ଥିବା YSRCP ପକ୍ଷରୁ ଅଭିଯୋଗ ହୋଇଛି। ତେବେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗତକାଲି ରାତିରେ ବିଜୟୱାଡ଼ାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରାଲି କରୁଥିଲେ। ବସ୍ ଉପରେ ଛିଡ଼ା ହୋଇ ସେ ପ୍ରଚାର କରୁଥିବା ବେଳେ ହଠାତ୍ ତାଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ତାଙ୍କ କପାଳରେ ଗଭୀର ଆଘାତ ଲାଗିଛି। ତୁରନ୍ତ ଉପସ୍ଥିତ ଥିବା ଡାକ୍ତର ବସ୍‌ରେ ତାଙ୍କ ଚିକିତ୍ସା କରିଥିଲେ।

ଏହି ଘଟଣା ପରେ ବି ଜଗନ ନିଜ ନିର୍ବାଚନ ପ୍ରଚାର ଜାରି ରଖିଥିଲେ। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ସମୟରେ ମୁଖ୍ୟମନ୍ତ୍ରୀ ରେଡ୍ଡିଙ୍କ ସହ ଉପସ୍ଥିତ ଥିବା YSRCP ବିଧାୟକ ଶ୍ରୀନିବାସ ରାଓ ମଧ୍ୟ ପଥର ମାଡ଼ରେ ଆହତ ହୋଇଥିବା ଜଣାଯାଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଜଗନଙ୍କ ରାଜନୈତିକ ବିରୋଧୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଘଟଣାକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଏହି ଘଟଣା ପଛରେ ତେଲଗୁ ଦେଶମ ପାର୍ଟି କର୍ମୀ ସମ୍ପୃକ୍ତ ଥିବା YSRCP ପକ୍ଷରୁ ଅଭିଯୋଗ ହୋଇଛି। ତେବେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। କିଏ ଏହି ପଥର ମାଡ଼ ପଛରେ ରହିଛି ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe