Advertisment

ଆନ୍ଧ୍ରରେ ମଦ ଦୁର୍ନୀତି- ନାଇଡ଼ୁ କହିଲେ, ଜଗନଙ୍କ ଯୋଗୁ ୧୯ ହଜାର କୋଟିର ରାଜସ୍ୱ କ୍ଷତି

ଜଗନ ମୋହନଙ୍କ ସରକାର କ୍ଷମତାରେ ଥିବା ବେଳେ ମଦ ନୀତି ଯୋଗୁ ଗତ ୫ ବର୍ଷରେ ରାଜକୋଷକୁ ୧୮, ୮୬୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଅଦ୍ୟତନ ହୋଇଛି
jagan-reddy &-chandrababu-naidu

jagan-reddy &-chandrababu-naidu

Advertisment

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଏବେ ଆସିଛି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାଁ। ଜଗନ ମୋହନଙ୍କ ସରକାର କ୍ଷମତାରେ ଥିବା ବେଳେ ମଦ ନୀତି ଯୋଗୁ ଗତ ୫ ବର୍ଷରେ ରାଜକୋଷକୁ ୧୮, ୮୬୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏପରି ଏକ ମହା ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଖୁବ୍‌ ଶୀଘ୍ର CID ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ।

Advertisment

ଗତକାଲି ନାଇଡୁ କହିଛନ୍ତି, YSRCP ସରକାର ଧୀରେ ଧୀରେ ରାଜ୍ୟରେ ମଦ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାଙ୍କ ଉଦ୍ଦେଶ୍ୟ କିଛି ଅଲଗା ଥିଲା। କାରଣ କର୍ଣ୍ଣାଟକା ଓ ତେଲେଙ୍ଗାନା ତୁଳନାରେ ୱାଇଏସ୍‌ଆରସିପି ସରକାର ଅମଳରେ ଆନ୍ଧ୍ରରେ ଲଗାତର ଭାବେ ମଦରୁ କମ୍‌ ରାଜସ୍ୱ ଆଦାୟ ହୋଇଛି।

ଏବେ ନୂଆ ସରକାର ଆସିଥିବା ବେଳେ ରାଜ୍ୟରେ ଅବକାରୀ ବିଭାଗର ପୁନର୍ଗଠନ କରାଯିବ ବୋଲି କହିଛନ୍ତି ନାଇଡୁ। ଜଗନ ମୋହନ ସରକାର ନିଜର ବ୍ୟକ୍ତିଗତ ସ୍ୱାର୍ଥ ନିମନ୍ତେ ମଦ ନୀତିରେ ବହୁ ପରିବର୍ତ୍ତନ କରିଥିବା ସେ ସାଂଘାତିକ ଅଭିଯୋଗ କରିଛନ୍ତି।

Advertisment

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ରୁ ୨୦୨୪ ମସିହା ମଧ୍ୟରେ ବଡ଼ ବଡ଼ ବ୍ରାଣ୍ଡର ମଦ ବିକ୍ରିକୁ ରାଜ୍ୟରେ ବନ୍ଦ କରି ଦିଆଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ମଦ ବିକ୍ରି ବହୁଳ ମାତ୍ରାରେ ବଢ଼ି ଯାଇଥିଲା। ଫଳରେ ଉକ୍ତ ମଦର ଗୁଣାତ୍ମକ ମାନର ପରୀକ୍ଷା ହେଉ ନ ଥିବାରୁ ଏହା ଲୋକଙ୍କ ଶରୀର ଉପରେ ଗଭୀର କୁପ୍ରଭାବ ପକାଉଥିଲା।

୨୦୧୯ ରୁ ୨୦୨୪ ମସିହା ମଧ୍ୟରେ ଆନ୍ଧ୍ରରେ କେବଳ ୧.୭୮ ଲିଟର ଦେଶୀମଦକୁ ଅବୈଧ ମଦ ଜବତ କରାଯାଇଥିଲା। ଏହାକୁ ବାଦ ଦେଲେ ରାଜ୍ୟରେ ଆହୁରି ବହୁ ପରିମାରଣ ମଦ ବିକ୍ରି ହୋଇଥିଲା। ଫଳରେ ବହୁ ଲୋକ ସାଂଘାତିକ ରୋଗରେ ପୀଡ଼ିତ ହେବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବି ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା।

ମଦ ବ୍ୟବସାୟ ନିମନ୍ତେ ପୂର୍ବ ସରକାର ସମ୍ପୂର୍ଣ୍ଣ ଭାବେ ଅନଲାଇନ୍‌ ପେମେଣ୍ଟକୁ ବ୍ୟାନ୍‌ କରିଥିବା ବେଳେ କେବଳ କ୍ୟାସ୍‌ରେ କାରବାର ହେଉଥିଲା। ଏପରିକି ଯେଉଁ ବେପାରୀ ମଦ କିଣି ବିଲ୍‌ ମାଗୁଥିଲେ ସେମାନଙ୍କୁ ଗିରଫ କରାଯାଉଥିଲା ନଚେତ ଧମକ ଦିଆଯାଉଥିଲା।

ଏହି ଘଟଣାର ସବିଶେଷ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ ଅଧିକ ଟଙ୍କାର ସ୍କାମ ହୋଇଥିବା ଜଣାପଡ଼ିଲେ ମାମଲା EDକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ।

ବିପୁଳ ପରିମାଣର ଟଙ୍କା ରୋଜଗାର ନିମନ୍ତେ ପୂର୍ବ ସରକାର ଆଖିବୁଜା ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ଦି ଚନ୍ଦ୍ରବାବୁ ନାଇଡୁ। ରାଜ୍ୟବାସୀ ଏ ସମ୍ପର୍କରେ ଅବଗତ ନ ଥିବାରୁ ଜଗନମୋହନ ରେଡ୍ଡି ୪୦% ଭୋଟ ପାଇଥିବା ସେ କହିଛନ୍ତି। ନଚେତ ତାହା ଶୂନକୁ ଖସି ଆସିଥାନ୍ତା ବୋଲି ସେ କହିଛନ୍ତି।

Andhra Pradesh Scam YS Jagan Mohan Reddy Chandrababu Naidu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe