Advertisment

ଟ୍ରାଫିକ୍‌ରେ ଫସିଲେ ମନ୍ତ୍ରୀଙ୍କ ସ୍ତ୍ରୀ, ପୁଲିସକୁ ପଚାରିଲେ- କିଏ ଦେଉଛି ଦରମା?

ମନ୍ତ୍ରୀଙ୍କ ପତ୍ନୀ ହୋଇ ପୁଲିସ ପ୍ରତି ଏଭଳି ବ୍ୟବହାରକୁ ଅନେକ ଲୋକେ ନିନ୍ଦା କରିଛନ୍ତି।

ଅଦ୍ୟତନ ହୋଇଛି
Scold Cop

Scold Cop

Advertisment

ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରିଥିଲେ ମନ୍ତ୍ରୀଙ୍କ ପତ୍ନୀ। ହେଲେ ଅଧ ରାସ୍ତାରେ ଅଟକି ଯାଇଥିଲା ତାଙ୍କ ଗାଡି। ଟ୍ରାଫିକ୍‌ରେ ଫସି ଯାଇଥିଲେ ମନ୍ତ୍ରୀଙ୍କ ସ୍ତ୍ରୀ। ବାସ୍‌ ଏତିକିରେ ସେ ଚିହିଁକି ଉଠିଥିଲେ। ରାଗରେ ସେ ପୂରା ତମ୍‌ ତମ୍‌ ହୋଇଯାଇଥିଲେ। ଏହାପରେ ପୁଲିସ ଉପରେ ସେ ବର୍ଷିଛନ୍ତି। ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।

Advertisment

ଆନ୍ଧ୍ରପ୍ରଦେଶର ଅନାମୟ ଜିଲ୍ଲା। ମନ୍ତ୍ରୀ ମଣ୍ଡିପାଲ୍ଲୀ ରାମପ୍ରସାଦ ରେଡ୍ଡୀଙ୍କ ପତ୍ନୀ ହରିଥା ରେଡ୍ଡୀ ଏକ ସ୍ଥାନୀୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ। ହେଲେ ଅଧରାସ୍ତାରେ ଟ୍ରାଫିକ୍‌ରେ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ସବ୍-ଇନ୍ସପେକ୍ଟରଙ୍କ ପାଇଁ  ହରିଥାଙ୍କୁ  ପ୍ରାୟ ୩୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥିଲା। ବାସ୍‌ ଏହାକୁ ନେଇ ସେ ରାଗି ଯାଇଥିଲେ। ଉକ୍ତ ସବ୍‌ ଇନ୍ସପେକ୍ଟରଙ୍କୁ ସେ ତାଗିଦ କରିଥିଲେ।

‘ତମ ପାଇଁ ସକାଳ ହୋଇନାହିଁ କି? ତୁମେ ଡ୍ୟୁଟି ଅସିଛ ନା ବାହାଘର ଭୋଜି ଖାଇବାକୁ ଆସିଛ? ତୁମ ପାଇଁ ମୁଁ ଅଧଘଣ୍ଟା ହେଲା ଅପେକ୍ଷା କରିଛି। ତୁମକୁ କିଏ ଦରମା ଦେଉଛି? ସରକାର ନା ୱାଇଏସ୍‌ଆର୍‌ସିପି? ବୋଲି ସେ ସବ୍‌ଇନ୍ସପେକ୍ଟରଙ୍କୁ ପ୍ରଶ୍ନ ପଚାରିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।'

Advertisment

ଭିଡିଓ ଶେଷରେ, ସବ୍-ଇନ୍ସପେକ୍ଟର ହରିଥା ରେଡ୍ଡୀଙ୍କୁ ଅଭିବାଦନ ଜଣାଇ ସାଲ୍ୟୁଟ୍‌ ମାରିଥିଲେ। ମନ୍ତ୍ରୀଙ୍କ ପତ୍ନୀ ତାଙ୍କୁ କନ୍‌ଭେର ନେତୃତ୍ୱ ନେବାକୁ ନିର୍ଦ୍ଦେଶ ଦେଇ ଆଗକୁ ବଢ଼ିଥିଲେ। ହରିଥା ରେଡ୍ଡୀଙ୍କ ଏଭଳି ଆଚରଣ ଅନେକଙ୍କୁ ପସନ୍ଦ ଆସିନାହିଁ। ତ‌ାଙ୍କୁ ଅନେକ ୟୁଜର୍ସ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ କରୁଛନ୍ତି।

ସବ୍‌ ଇନ୍ସପେକ୍ଟର ରମେଶଙ୍କ ସହ ହରିଥା ରେଡ୍ଡୀ କରିଥିବା ଏଭଳି ବ୍ୟବହାରକୁ ଓ୍ୱାଇଏସ୍‌ଆର୍‌ କଂଗ୍ରେସ ନିନ୍ଦା କରିଛି। ପୁଲିସ ପ୍ରତି ଏହା ଅପମାନଜନକ ବ୍ୟବହାର ବୋଲି ସେ କହିଛି।

Viral Video Andhra Pradesh Minister's Wife Scolds Cop
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe