Advertisment

ଚିକେନ ଓ ଅଣ୍ଡା ଖାଉଥିଲେ ସାବଧାନ, ଲାଗିଲା ବ୍ୟାନ୍‌

ତିନି ମାସ ପର୍ଯ୍ୟନ୍ତ ଚିକେନ ବିକ୍ରି ଉପରେ ବ୍ୟାନ୍‌ ଲଗାଯିବା ସହ ଦୋକାନ ବନ୍ଦ କରିବାକୁ କଲେକ୍ଟର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲୋକଙ୍କୁ ଚିକେନ ଏବଂ ଅଣ୍ଡା ନ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Chicken-Leg-Fry

Chicken-Leg-Fry

Advertisment

ସାଧାରଣତଃ ଅଧିକାଂଶ ଲୋକେ ଚିକେନ୍ ଓ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। ଚିକେନ୍ ଟିକା, ଚିକେନ୍‌ କୋରମା, ତନ୍ଦୁରି ଚିକେନ୍‌, ଚିକେନ୍‌ ଲଲିପପ୍‌ ଆଦି ବିଭିନ୍ନ କିସମର ରୋଷେଇ କରି ଏହାକୁ ଖାଇବାକୁ ପସନ୍ଦ କରନ୍ତି ଲୋକେ। କିନ୍ତୁ ଏବେ ଲୋକେ ଏସବୁ ଆଉ ଖାଇପାରିବେନାହିଁ। ଚିକେନ ଓ ଅଣ୍ଡା ବିକ୍ରି ଉପରେ ବ୍ୟାନ୍‌ ଲଗାଇଛନ୍ତି ସରକାର। ଏଥିସହ ସରକାରଙ୍କ ତରଫରୁ ଏକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି।

Advertisment
birdfluRepresentational Image

ପୁଣି ଥରେ ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ। ଆନ୍ଧପ୍ରଦେଶର ଅଧିକାଂଶ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏଥିପାଇଁ ହଜାର ହଜାର କୁକୁଡା ପ୍ରତିଦିନ ମରୁଛନ୍ତି। ବାର୍ଡ ଫ୍ଲୁ ବ୍ୟାପିବା ପରେ ଚିକେନ ଖାଇବା ଲୋକଙ୍କୁ ସରକାର ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସମୟରେ ଚିକେନ ଖାଇବା ବନ୍ଦ କରିଦିଅନ୍ତୁ ବୋଲି ସରକାର ପରାମର୍ଶ ଦେଇଛନ୍ତି। ଏଥିସହ ଚିକେନ ବିକ୍ରି ଉପରେ ତିନି ମାସ ପାଇଁ ବ୍ୟାନ୍‌ ଲଗାଇଛନ୍ତି ଆନ୍ଧ୍ର ସରକାର।

ପ୍ରକୃତରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଅଧିକାଂଶ କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ବ୍ୟାପିଛି। ପୁଡଲକରୁ, କୋଭୁରୁ ଏବଂ ସାଇଦାପୁରମ ଅଞ୍ଚଳରେ ବହୁ ସଂଖ୍ୟକ କୁକୁଡ଼ା ମରିଯାଉଥିବା ଖବର ମିଳିଛି। ଫେବ୍ରୁଆରୀ ୭ ତାରିଖ ଭିତରେ ପ୍ରାୟ ୧୦ ହଜାର କୁକୁଡା ମରିଥିବା ଏକ ରିପୋର୍ଟରୁ ଜଣାପଡିଛି। ଜିଲ୍ଲା କର୍ତ୍ତୃପକ୍ଷ ଏଥିପାଇଁ ଭୋପାଳ ଲାବୋରେଟୋରୀକୁ ଚିକେନ ନମୂନା ପଠାଇଛନ୍ତି। ନମୂନା ପରୀକ୍ଷାରୁ ଅଧିକାଂଶ କୁକୁଡା ଠାରେ ଏଚ୍‌୫ ଏନ୍‌୧ ଜୀବାଣୁ ଚିହ୍ନଟ ହୋଇଥିବା ଜଣାପଡିଛି। କୁକୁଡାଙ୍କ ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିପାଇଁ ସରକାର ସତର୍କ ହୋଇ ପଡିଛନ୍ତି।

Advertisment

ଜିଲ୍ଲା ମାଜିଷ୍ଟ୍ରେଟ ପଶୁପାଳନ ବିଭାଗର ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି। ବାର୍ଡ ଫ୍ଲୁ ବ୍ୟାପିବା ପାଇଁ ତୁରନ୍ତ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାର୍ଡ ଫ୍ଲୁ ହେତୁ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ଅଞ୍ଚଳଠାରୁ ଏକ କିଲୋମିଟର ଦୂରରେ ତିନି ମାସ ପର୍ଯ୍ୟନ୍ତ ଚିକେନ ବିକ୍ରି ଉପରେ ବ୍ୟାନ୍‌ ଲଗାଯିବା ସହ ଦୋକାନ ବନ୍ଦ କରିବାକୁ କଲେକ୍ଟର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏଥିସହ ଲୋକଙ୍କୁ ଚିକେନ ଏବଂ ଅଣ୍ଡା ନ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଏହି ରୋଗର ପ୍ରସାରକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ କୁକୁଡ଼ାମାନଙ୍କୁ ହତ୍ୟା କରାଯାଉଛି। ପଶୁପାଳନ ଅଧିକାରୀଙ୍କ କହିବାନୁସାରେ, ରାଜ୍ୟରେ ୭୨୧ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରାଯାଇଛି। ସେଥିମଧ୍ୟରୁ ୩୭ଟି ଦଳ ନେଲୋର ଜିଲ୍ଲାରେ କାମ କରୁଛନ୍ତି।

Andhra Pradesh Bird Flu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe