Advertisment

ନାଗାର୍ଜୁନ ଡ୍ୟାମ୍‌ରୁ ପାଣି ନେଇଗଲା ଆନ୍ଧ୍ର, ତାତିଲା ତେଲେଙ୍ଗାନା

ନାଗାର୍ଜୁନ ସାଗର ଡ୍ୟାମ୍‌ ଉପରେ ତେଲେଙ୍ଗାନର ପ୍ରାୟ ୫୦୦ରୁ ଅଧିକ ପୁଲିସ କର୍ମୀ କବ୍‌ଜା କରି ଗୋଟ୍‌ ନମ୍ବର ୫ ଖୋଲି ୫ ହଜାର କ୍ୟୁସେକ ପାଣି ଚୋରି କରି ନେଇଥିବା ତେଲେଙ୍ଗାନା ମୁଖ୍ୟ ସଚିବ ଅଭିଯୋଗ କରିଛନ୍ତି।

andhra-police-storm-in-to-nagarjuna-sagar-dam

andhra-police-storm-in-to-nagarjuna-sagar-dam

Advertisment

ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା। ପାଣି ଛାଡ଼ିବାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ବିବାଦ। ତେଲାଙ୍ଗାନା ବିଧାନସଭା ନିର୍ବାଚନର କିଛି ଘଣ୍ଟା ପୂର୍ବରୁ କୃଷ୍ଣ ନଦୀ ଉପରେ ଥିବା ନାଗାର୍ଜୁନ ସାଗର ଡ୍ୟାମ୍‌କୁ କବ୍‌ଜା କରିନେଇଥିଲା ଆନ୍ଧ୍ରପ୍ରଦେଶ । ଏହାପରେ ପାଣି ଛାଡିବା ଆରମ୍ଭ କରିଥିଲା। ଏହାକୁ ନେଇ ଏବେ ଦୁଇ ରାଜ୍ୟ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି।

Advertisment

ଗୁରୁବାର ରାତି ପ୍ରାୟ ୨ଟା ବେଳେ ଯେତେବେଳେ ତେଲେଙ୍ଗାନାର ଅଧିକାଂଶ ଅଧିକାରୀ ନିର୍ବାଚନ ବ୍ୟବସ୍ଥାରେ ବ୍ୟସ୍ତ ଥିଲେ, ସେତେବେଳେ ଆନ୍ଧ୍ରପ୍ରଦେଶର ପ୍ରାୟ ୭୦୦ ପୁଲିସ ଡ୍ୟାମ୍‌ ଉପରେ କବ୍‌ଜା କରିନେଇଥିଲେ। ଡାହାଣ କେନାଲ ଖୋଲି ଘଣ୍ଟା ପ୍ରତି ୫୦୦ କ୍ୟୁସେକ୍ ପାଣି ଛାଡିଥିଲେ। ଏନେଇ ଗୁରୁବାର ତେଲେଙ୍ଗାନାର ମୁଖ୍ୟ ସଚିବ ଶାନ୍ତି କୁମାରୀ ଅଭିଯୋଗ ଆଣିଥିଲେ। ଏହାପରେ ଏହି ପୂରା ମାମଲା ସାମ୍ନାକୁ ଆସିଛି।

ନାଗାର୍ଜୁନ ସାଗର ଡ୍ୟାମ୍‌ ଉପରେ ତେଲେଙ୍ଗାନର ପ୍ରାୟ ୫୦୦ରୁ ଅଧିକ ପୁଲିସ କର୍ମୀ କବ୍‌ଜା କରି ଗୋଟ୍‌ ନମ୍ବର ୫ ଖୋଲି ୫ ହଜାର କ୍ୟୁସେକ ପାଣି ଚୋରି କରି ନେଇଥିବା ତେଲେଙ୍ଗାନା ମୁଖ୍ୟ ସଚିବ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ପୁଲିସ କର୍ମୀମାନେ ଡ୍ୟାମ୍‌ ଉପରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଆନ୍ଧ୍ରର ଏଭଳି ପାଣି ନେଇଯିବା ପରେ ହାଇଦ୍ରାବାଦ ଓ ଆଖପାଖ ଅଞ୍ଚଳର ଦୁଇ କୋଟିରୁ ଅଧିକ ଲୋକେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ କହିଛନ୍ତି।

Advertisment

ସେପଟେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମଧ୍ୟରେ ବଢ଼ୁଥିବା ବିବାଦକୁ ଦେଖି କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ନଭେମ୍ବର ୨୮ ସୁଦ୍ଧା ନାଗାର୍ଜୁନ ସାଗରରୁ ଛଡାଯାଇଥିବା ସମସ୍ତ ଜଳ ଫେରସ୍ତ କରିବାକୁ ଉଭୟ ରାଜ୍ୟକୁ ନିବେଦନ କରିଛନ୍ତି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସହ ଏକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଏହି ପ୍ରସ୍ତାବ ଦେଇଛନ୍ତି। ଉଭୟ ରାଜ୍ୟ ଏଥିରେ ସହମତ ହୋଇଛନ୍ତି। କୌଣସି ପ୍ରକାରର ବିବାଦକୁ ଏଡାଇବା ପାଇଁ ଡ୍ୟାମକୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ତଦାରଖ କରାଯିବ। ଚୁକ୍ତିନାମା ଅନୁଯାୟୀ ଉଭୟ ପକ୍ଷ ଜଳ ପାଉଛନ୍ତି କି ନାହିଁ ତାହା ଉପରେ ସିଆର୍‌ପିଏଫ୍‌ ପକ୍ଷରୁ ନଜର ରଖାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ଜଳସେଚନ ମନ୍ତ୍ରୀ ଅମ୍ବାତି ରାମବାବୁ ଗୁରୁବାର ସକାଳେ ଟ୍ୱିଟରରେ ଏକ ମେସେଜ ପୋଷ୍ଟ କରି କହିଥିଲେ ଯେ, ଆମେ କୃଷ୍ଣ ନଦୀର ନାଗାର୍ଜୁନ ସାଗର ଡ୍ୟାମର ଡାହାଣ କେନାଲରୁ ପାନୀୟ ଜଳ ଛାଡୁଛୁ।' ଏହା ସହିତ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, କେବଳ ସେତିକି ପରିମାଣର ପାଣି ନେଇ ଥିବା ମନ୍ତ୍ରୀ ସ୍ପଷ୍ଟ କରିଥିଲେ।

ଆମେ କୌଣସି ଚୁକ୍ତିନାମା ଉଲ୍ଲଂଘନ କରିନାହୁଁ। କୃଷ୍ଣ ନଦୀର ୬୬ ପ୍ରତିଶତ ଜଳ ଆନ୍ଧ୍ରପ୍ରଦେଶର ଏବଂ ୩୪ ପ୍ରତିଶତ ତେଲେଙ୍ଗାନାର। ଯେଉଁ ପାଣି ଆପର ନାହିଁ ତା'ର ଆମେ ଗୋଟିଏ ବି ବୁନ୍ଦା ନେଇନୁ। ଆମେ ଆମ ଅଞ୍ଚଳରେ କେନାଲ ଖୋଲିବାକୁ ଚେଷ୍ଟା କରିଥିଲୁ। ଏହି ଜଳ ପ୍ରକୃତରେ ଆମର ବୋଲି ଜଳସେଚନ ମନ୍ତ୍ରୀ ରାମବାବୁ ଗଣମାଧ୍ୟମକୁ କହିଥିଲେ।

Andhra Pradesh Telangana Assembly Election Nagarjuna Sagar Dam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe