Advertisment

ଲଡ଼ୁ ବିବାଦ: ମହାଶାନ୍ତି ହୋମ କଲା ତିରୁମାଲା ତିରୁପତି ଦେବସ୍ଥାନମ୍‌

ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।

author-image
Madhupriya Mistry
Tirupati Laddu Row

Tirupati Laddu Row

ତରିପତି ମନ୍ଦିର ପ୍ରସାଦମ୍‌କୁ ନେଇ ଜାରି ରହିଛି ବିବାଦ। ଏଠାରେ ପ୍ରସାଦ ରୂପେ ମିଳୁଥିବା ଲଢ଼ୁରେ ପଶୁ ଚର୍ବି ଓ ମାଛ ତେଲ ଏବଂ ଅପମିଶ୍ରିତ ଘିଅ ବ୍ୟବହାର କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆସନ୍ତୋଷ ଜାରି ରହିଛି। ଏହାକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି। ଏହାରି ଭିତରେ ମହାଶାନ୍ତି ହୋମ ଆୟୋଜନ କରିଛି ତିରୁମାମଲା ତିରୁପତି ଦେବସ୍ଥାନମ୍‌।

Advertisment

ଲଡୁ ପ୍ରସାଦ ବିବାଦ ପରେ ମନ୍ଦିର ଟ୍ରଷ୍ଟ ତଥା ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ୍) ଏହି ମହାଶାନ୍ତି ହୋମ ଆୟୋଜନ କରିଛି। ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି। ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।

Advertisment

ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଏହି ଲଡ଼ୁ ବିବାଦ ସାମ୍ନାକୁ ଆସିବା ପରେ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ପରମ୍ପରା ଅନୁଯାୟୀ ମନ୍ଦିରକୁ ଶୁଦ୍ଧ କରାଯିବ ବୋଲି କୁହାଯାଇଥିଲା। ଏହା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ କେବଳ ସେହି ଲୋକମାନେ ମନ୍ଦିରର ପରିଚାଳନା କମିଟିରେ ରହିବେ, ଯେଉଁମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି। ଏହା ବ୍ୟତୀତ ସମସ୍ତ ମନ୍ଦିର ପାଇଁ SOP ପ୍ରସ୍ତୁତ କରାଯିବ, ଯାହାକୁ ସମସ୍ତ ମନ୍ଦିର ବାଧ୍ୟତାମୂଳକ ଭାବେ ପାଳନ କରିବେ।

Tirupati Balaji Temple Tirupati Laddu Row Tirumala Tirupati Devasthanam