Advertisment

ମନ୍ଦିର ପ୍ରସାଦରୁ ମିଳିଲା ହାଡ଼ ଖଣ୍ଡ, ତଦନ୍ତ ନିର୍ଦ୍ଦେଶ

ଏହି ଘଟଣା ସାମ୍ନାକୁ ଆସିବା ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ଲାଗିଛି।

bone pieces in prasadam

bone pieces in prasadam

Advertisment

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ମନ୍ଦିର ଶ୍ରୀସାଇଲମ ତଥା ମଲ୍ଲିକାର୍ଜୁନ ମନ୍ଦିର ପ୍ରସାଦରୁ ମିଳିଲା ହାଡ଼ ଖଣ୍ଡ। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ଏନେଇ ଅଭିଯୋଗ ହେବା ପରେ ମନ୍ଦିର ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି।

Advertisment

ହାଇଦ୍ରାବାଦର ହରିଶ ରେଡ୍ଡୀ ନାମକ ଜଣେ ଶ୍ରଦ୍ଧାଳୁ ଶ୍ରୀସାଇଲମ ମନ୍ଦିର ଯାଇଥିଲେ। ଠାକମୁର ଦର୍ଶନ କରିବା ପରେ ସେ ସେଠାକାର ପ୍ରସିଦ୍ଧ ପୁଲିହୋରା ପ୍ରସାଦ ସେବନ କରିଥିଲେ। ଏହି ସମୟରେ ପ୍ରସାଦ ଭିତରୁ ହାଡ଼ ଖଣ୍ଡ ବାହାରିଥିଲା। ଏହା ପରେ ସେ ତୁରନ୍ତ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରମାଣ ସହ ଲିଖିତ ଅଭିଯୋଗ କରିଥିଲେ।

ମନ୍ଦିର ପ୍ରଶାସନକୁ ସେ ସମାଲୋଚନା କରିବା ସହ ପ୍ରସାଦରେ ହାଡ଼ ଖଣ୍ଡ କୁଆଡୁ ଆସିଲା ବୋଲି ହରିଶ ରେଡ୍ଡୀ ପ୍ରଶ୍ନ କରିଛନ୍ତି। ଏଥିସହ ତୁରନ୍ତ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେପଟେ ଏହି ଘଟଣା ପରେ ମନ୍ଦିରର ପରିଚାଳନା ଓ ରୋଷେଇ ଘରର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ଲାଗିଛି।

Advertisment

ଶ୍ରଦ୍ଧାଳୁଙ୍କ  ଅଭିଯୋଗ ପରେ ମନ୍ଦିର ପରିଚାଳନା କମିଟି କହିଛି, ଭକ୍ତଙ୍କ ପ୍ରସାଦରୁ ମିଳିଥିବା ଜିନିଷ ଡାଲଚିନି ଖଣ୍ଡ ହୋଇପାରେ ବୋଲି ମନ୍ଦିର କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ପ୍ରସାଦରୁ ହାଣ୍ଡଖଣ୍ଡ ବାହାରିଥାଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଭାଗରେ ଥିବା କୁର୍ନୁଲ ଜିଲ୍ଲାର ନାଲାମାଲା ଜଙ୍ଗଲ ମଧ୍ୟଭାଗରେ ଥିବା ଶ୍ରୀସାଇଲମ ଜ୍ୟୋତିର୍ଲିଙ୍ଗ ଶ୍ରୀସାଇଲାମ ପାହାଡ ଉପରେ ଅବସ୍ଥିତ। ଏହା ମଲ୍ଲିକାର୍ଜୁନ ମନ୍ଦିର ନାମରେ ମଧ୍ୟ ପରିଚତ। ଶିବ ପାର୍ବତୀଙ୍କ ମନ୍ଦିର ହୋଇଥିବାରୁ ଏହା ଏକ ଶକ୍ତିପୀଠ ମଧ୍ୟ। ଏହି ମନ୍ଦିରର ଇତିହାସ ସାତବାହାନ ରାଜବଂଶ ସହିତ ଜଡିତ ବୋଲି କୁହାଯାଏ। ଶ୍ରୀସାଇଲମ୍ ମନ୍ଦିର ଦ୍ୱିତୀୟ ଶତାବ୍ଦୀରେ ନିର୍ମିତ ହୋଇଥିଲା।

Andhra Pradesh Hindu Temple Srisailam Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe