Advertisment

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଜଳ ପ୍ରଳୟ, ୨୭ ମୃତ

ଭୀଷଣ ବର୍ଷା ନେଇ ଆଜି ବି କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ। ବନ୍ୟା ସ୍ଥିତିକୁ ନେଇ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Flood in Andhra

Flood in Andhra

Advertisment

ଦୁଇ ଦକ୍ଷିଣୀ ରାଜ୍ୟରେ ଜଳ ପ୍ରଳୟ। ଲଗାଣ ବର୍ଷାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବନ୍ୟା ବିତ୍ପାତ। ପାଣିରେ ବୁଡ଼ି ଯାଇଛି ଶହ ଶହ ଗାଁ। ବହୁ ଧନଜୀବନ ହାନୀ ହୋଇଛି। ଘରଦ୍ୱାର, ସହର ବଜାର ସବୁଠି ଜଳବନ୍ଦୀ। ଗାଡ଼ି ମୋଟର ଚାଲିବା ରାସ୍ତାରେ ଚାଲୁଛି ଡଙ୍ଗା।

Advertisment

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ବିପତ୍ତି ଆଣିଛି। କେଉଁଠି ରାସ୍ତାଘାଟ ଧୋଇ ଯାଇଛି ତ ଆଉ କେଉଁଠି ଟ୍ରେନ୍ ଲାଇନ୍ ଛିନଛତର ହୋଇଯାଇଛି। ସହରଠୁ ଆରମ୍ଭ ଗାଁ ଗଣ୍ଡା ଉବୁଟୁବୁ। ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ହାଇଦ୍ରାବାଦରେ ବିଭୀଷିକା ଆଣିଛି ବର୍ଷା ଓ ବନ୍ୟା।

ବିଜୟୱାଡାର ରାମକ୍ରିଷ୍ଣ ପୁରମ୍ ଅଞ୍ଚଳ ଓ ଗୁଣ୍ଟୁର ଭୀଷଣ ଭାବରେ ଜଳବନ୍ଦୀ ହୋଇଛି। ରାସ୍ତାରେ ଭାସୁଛି ବାଇକ୍, ଅଟୋ, କାର୍। ଟ୍ରକ୍ ବି ବୁଡ଼ିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୋଟ୍ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ତେଲେଙ୍ଗାନାରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖମାମ ଜିଲ୍ଲା।

Advertisment

୧୧୦ଟି ଗାଁ ବୁଡ଼ିଛି। ବିଭିନ୍ନ ସ୍ଥାନରେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ଶତାଧିକ ବିପନ୍ନ। ପାଣି ଘେରରୁ ବାହାରି ପାରୁ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଅନେକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଆଜି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ସବୁ ସ୍କୁଲ ଛୁଟି। ସେହିପରି କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। 

ସେହିପରି ପ୍ରବଳ ବର୍ଷା ପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଧୋଇ ଯାଇଛି ରେଲୱେ ଟ୍ରାକ୍। ଫଳରେ ସାଉଥ ସେଣ୍ଟ୍ରାଲ୍ ରେଲୱେ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ। ୧୪୦ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ୫୪ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। କିଛି ଟ୍ରେନ ଚଳାଚଳକୁ ସାମୟିକ ବାତିଲ କରାଯାଇଛି।

ବାତିଲ ହୋଇଛି ଓଡ଼ିଶା ଦେଇ ଚଳାଚଳ କରୁଥିବା ୫ଟି ଟ୍ରେନ। ଏଗୁଡ଼ିକ ହେଲା ହାୱଡା-SMVT ବେଙ୍ଗାଳୁରୁ ଏକ୍ସପ୍ରେସ, ହାୱଡା-ପୁଡୁଚେରୀ ଏକ୍ସପ୍ରେସ, ହାୱଡା-ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ୍ ମେଲ୍, ସାଲିମାର-ଥିରୁବନ୍ତପୁରମ୍ ଏକ୍ସପ୍ରେସ ଓ ହାଟିଆ-SMVT ବେଙ୍ଗାଲୁରୁ ଏକ୍ସପ୍ରେସ।

ଭୀଷଣ ବର୍ଷା ନେଇ ଆଜି ବି କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ। ସେପଟେ ବନ୍ୟା ସ୍ଥିତିକୁ ନେଇ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଥିତି ସମ୍ପର୍କରେ ଅବଗତ ହେବା ସବ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Andhra Pradesh Flood Situation Andhra Pradesh And Telangana Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe