Advertisment

ପିଲାଙ୍କୁ ଅଣ୍ଡା ଦେଲେ, ଭିଡିଓ ରେକର୍ଡିଂ ପରେ ଛଡ଼ାଇ ନେଲେ: ୨ ଅଙ୍ଗନବାଡି କର୍ମୀ ନିଲମ୍ବିତ

ଭିଡିଓ ଭାଇରାଲ ହେବା ପରେ ଦୁଇ ଅଙ୍ଗନବାଡି କର୍ମୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Anganawadi Worker

Anganawadi Worker

ଧାଡ଼ି ହୋଇ ପ୍ଲେଟ୍‌ ଧରି ଖାଇବାକୁ ବସିଥିଲେ ପିଲା। ଚାଲିଥିଲା ଭିଡିଓ ରେକର୍ଡିଂ। ପିଲାଙ୍କ ପ୍ଲେଟ୍‌ରେ ଅଣ୍ଡା ପରସି ଦେଲେ ଅଙ୍ଗନବାଡି ଦିଦି। ତେବେ ଭିଡିଓ ରେକର୍ଡିଂ ସରୁ ସରୁ ଅଙ୍ଗାନବାଡି ଦିଦି ପିଲାଙ୍କ ପ୍ଲେଟ୍‌ରୁ ଫେରାଇ ନେଲେ ଅଣ୍ଡା। ଏଭଳି କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

କର୍ଣ୍ଣାଟକର କୋପାଲ ଜିଲ୍ଲା। ଏଠାର ଏକ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଅଙ୍ଗନବାଡି ଦିଦି ଅଣ୍ଡା ପରିସିଥିଲେ। ଏହି ସମୟରେ ଭିଡିଓ ରେକର୍ଡିଂ ହୋଇଥିଲା। ତେବେ ଭିଡିଓ ରେକର୍ଡିଂ ବନ୍ଦ ହେବା ପରେ ଅଙ୍ଗନବାଡି କର୍ମୀ ପିଲାଙ୍କ ଥାଳିରୁ ଅଣ୍ଡା ଛଡାଇ ଆଣିଥିବା ଅଭିଯୋଗ ହୋଇଛି।

ଭିଡିଓ ଭାଇରାଲ ହେବା ପରେ ଦୁଇ ଅଙ୍ଗନବାଡି କର୍ମୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲକ୍ଷ୍ମୀ ଓ ଶାଇନାଜ ବେଗମ୍‌ଙ୍କୁ ନିଲମ୍ବିତ କରାଯାଇଛି। ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ଗୁଣ୍ଡୁର ଗାଁର ସ୍କୁଲ କର୍ମଚାରୀ ତଥା ଅଙ୍ଗନବାଡିକର୍ମୀଙ୍କୁ କାରଣ ଦର୍ଶାଅ ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ଜିଲ୍ଲା ଦୌରା ଜଜ୍‌ ଜଷ୍ଟିସ୍‌ ସି ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ଏକ ଟିମ୍‌ କୋପାଲ ଜିଲ୍ଲା ପରିଦର୍ଶନରେ ଯାଇ ୫୩ଟି ଅଙ୍ଗନବାଡି ପରଦର୍ଶନ କରିଥିଲା। ତେବେ ସବୁ ଅଙ୍ଗନବାଡିରେ ସମାନ ଅବସ୍ଥା ଦେଖି ଟିମ୍‌ ଅଶ୍ଚର୍ଯ୍ୟ ହୋଇପଡିଥିଲା।

ପଞ୍ଜିକରଣ ହୋଇଥିବା ପିଲାଙ୍କ ଅପେକ୍ଷା ଅଧିକ ପିଲା ଅଙ୍ଗନବାଡିରେ ପଢ଼ୁଛନ୍ତି। ଏଠାକାର ଅନେକ ଅଙ୍ଗନବାଡିର ଶୌଚାଳରେ କବାଟ ନଥିବାବଳେ ମୌଳିକ ସୁବିଧାରୁ ଏହା ବଞ୍ଚିତ। କେବଳ ସେତିକି ନୁହେଁ ପରିଷ୍କାର ପରିଚ୍ଛନ୍ନତାର ମଧ୍ୟ ଅଭାବ ରହିଛି। ଅନେକ ସରକାରୀ ଡକ୍ୟୁମେଣ୍ଟରେ ପେନ୍ସିଲ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି।

Karnataka Viral Video Anganwadi Workers Anganwadi Workers Suspend Egg Serve